ନୂଆବର୍ଷରେ ଘର ଆଗରେ ଲଗାନ୍ତୁ ଏହି ଗଛ, ସୁଖ-ଶାନ୍ତି ଫେରି ଆସିବା ସହିତ ହେବ ଧନର ଆଗମନ

ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବ ନୂଆବର୍ଷ । ବିଗତବର୍ଷରେ ଯାହା ହୋଇଥାଉ ନା କାହିଁକି ସବୁ ପଛକୁ ପକାଇ ନୂଆବର୍ଷରେ ଜୀବନର ଏକ ନୂଆ ଶୁଭାରମ୍ଭ କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିଛନ୍ତି । ନୂଆ ବର୍ଷକୁ ଭଲରେ ଆରମ୍ଭ କରିବାକୁ ଚାହୁଁଥିଲେ ବାସ୍ତୁଶାସ୍ତ୍ର ଅନୁଯାଇ ଆପଣଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ ହେବ । ଏହି ମର୍ମରେ ଜୀବନରେ ଆର୍ଥିକ ପରିସ୍ଥିତି ସୁଧାରିବା ଏବଂ ସମସ୍ୟା ଗୁଡିକରୁ ବର୍ତ୍ତିବା ପାଇଁ ଘରେ ଦେବଦାରୁ ଗଛ ଲଗାଇବା ଏକ ଭଲ ସମାଧାନ ଅଟେ ।

୧ – ନୂଆବର୍ଷରେ ଦେବଦାରୁ ପତ୍ରରେ ତୋରଣ ତିଆରି କରି ଘରର ମୁଖ୍ୟ ଦ୍ୱାର ଆଗରେ ଟାଙ୍ଗନ୍ତୁ । ଏହା କରିବା ଦ୍ୱାରା ଘରର ବାସ୍ତୁ ସୁଧୁରିବା ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ ।

୨ – ଘରେ ଦମ୍ପତ୍ତିଙ୍କ ମଧ୍ୟରେ କଳହ ଚାଲିଥିଲେ । ପ୍ରତିଦିନ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଦେବଦାରୁ ଗଛରେ ଜଳଅର୍ପଣ କରନ୍ତୁ । ଏହାଦ୍ୱାରା ବୁଝାମଣା ବଢିବା ସହିତ ଘରେ ସୁଖ, ଶାନ୍ତି ଫେରି ଆସିବ ।

ଆହୁରି ପଢନ୍ତୁ :- ସ୍ୱିଗି ଇନଷ୍ଟାମାର୍ଟ ରିପୋର୍ଟ: ୨୦୨୩ ବର୍ଷର ଏହି ମାସରେ ଲୋକେ କିଣିଛନ୍ତି ରେକର୍ଡ ସଂଖ୍ୟକ କଣ୍ଡୋମ୍

୩ – ନିଜର ବିବାହକୁ ନେଇ ଚିନ୍ତାରେ ରହୁଥିଲେ ଦେବଦାରୁ ପତ୍ରକୁ ଗାଧୋଇବା ପାଣିରେ ପକାଇ ଗାଧାନ୍ତୁ । ଏହା କରିବା ଦ୍ୱାରା ହେଉଥିବା ସମସ୍ୟାର ନିବାରଣ ହେବ ।

୪ – ଯଦି ଆପଣଙ୍କୁ ଆର୍ଥିକ ସମସ୍ୟା ରହିଛି ତେବେ ଦେବଦାରୁ ଗଛର ଚେରକୁ ଆଣି ଧୋଇ ଶୁଖାଇ ଦିଅନ୍ତୁ । ଚେର ଶୁଖିଯିବା ପରେ ଏହାକୁ ଟଙ୍କା ରଖୁଥିବା ସ୍ଥାନରେ ଆଣି ରଖନ୍ତୁ । ଏହାଦ୍ୱାରା ଆପଣଙ୍କୁ ଟଙ୍କା ପଇସାର ଅଭାବ ରହିବନାହିଁ ।