ଏପରି କପ୍ ରେ ଚା’ ପିଉଥିଲେ ଆପଣଙ୍କ ପାଇଁ କିଛିକଥା ଜାଣିବା ଜରୁରୀ, ନହେଲେ ପରେ ପସ୍ତେଇବେ

ବର୍ତ୍ତମାନ ସମୟରେ ଚା ନିତିଦିନ ଜୀବନର ଏକ ଅଭ୍ୟାସ ପାଲଟି ଗଲାଣି । ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଚା ପିଇବାକୁ ବେଶ୍ ପସନ୍ଦ କରୁଛନ୍ତି ସମସ୍ତେ । ତେବେ ଯଦି କୁହାଯାଏ ଅଧିକାଂଶ ଲୋକେ ଘର ଠାରୁ ବାହାରେ ଚା ପିିଇବା ପାଇଁ ବେଶ୍ ପସନ୍ଦ୍ କରନ୍ତି ।

ସମସ୍ତେ ଜାଣନ୍ତି ଚା ସ୍ବାସ୍ଥ୍ୟ ପ୍ରତି ହାନିକାରକ ଅଟେ । ଯାହାର ପ୍ରଭାବ ହଠାତ୍ ଜଣା ପଡ଼ି ନ ଥିଲେ ମଧ୍ୟ ଏହା ଶରୀର ଉପରେ ଅନେକ କୁ ପ୍ରଭାବ ପକାଇଥାଏ । ଯାହାକୁ ଆମେ ଅଣଦେଖା କରୁ । ଏପରିକି ଡାକ୍ତରଙ୍କ ମନା କରିବା ସତ୍ତ୍ୱେ ମଧ୍ୟ ଚା ପିଇବା ଜାରି ରଖିଥାଉ ।

କଣ ଆପଣ ଜାଣନ୍ତି କି ଚା ପିଇବା ଯେତିକି କ୍ଷତିକାରକ ନୁହେଁ ତା ଠାରୁ ଅଧିକ କ୍ଷତି କାରକ ହେଉଛି ପେପର୍ କିମ୍ବା ପ୍ଲାଷ୍ଟିକ କପ୍ ରେ ଚା ପିଇବା । ବଜାରରେ ଏହି ଚା ପିଇବା ପାତ୍ର ଗୁଡ଼ିକର ଦିନକୁ ଦିନ ବିକ୍ରି ବଢ଼ିବାରେ ଲାଗିଛି । ଦୋକାନରୁ ପ୍ଲାଷ୍ଟିକ କପ୍ ରେ ଚା କିଣି ପିଉଥିବା ଲୋକେ ବାସ୍ତବରେ ନିଜ ପାଇଁ ରୋଗ କିଣିଥାନ୍ତି ।

ଆହୁରି ପଢନ୍ତୁ :- ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ

କାରଣ ଏହି ପ୍ଲାଷ୍ଟିକ ଚା ପାତ୍ର ତିଆରି ପାଇଁ ବିଭିନ୍ନ ପ୍ରକାରର କ୍ଷତି କାରକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ । ଏହି କେମିକାଲ ଶରୀରରେ ବ୍ୟକ୍ତିର ମାନସିକ ସ୍ତରରେ ବେଶ୍ ପ୍ରଭାବ ପକାଇ ଥାଏ । ଯାହା ଦ୍ଵାରା ଶରୀରରେ ଏସିଡିଟି ବଢ଼ିଥାଏ ଓ ହର୍ମୋନରେ ଆସନ୍ତୁଳନ ଦେଖା ଦେଇଥାଏ ।