ଦେଖନ୍ତୁ ଭିଡ଼ିଓ: ମୋ ଲିଙ୍ଗ ଦେଖି ବିବାହ କରିବାକୁ ମନା କରିଥିଲା ପ୍ରେମିକାଏ ଏବଂ ତାପରେ ମୁ ତାକୁ…

ସମାଜରେ ତୃତୀୟ ଲିଙ୍ଗ କିମ୍ବା ଟ୍ରାନ୍ସଜେଣ୍ଡରଙ୍କୁ ଆଜିବି ଖୁବ ଅବହେଳିତ ମନେ କରାଯାଏ । ଆଉ ଯେଉଁ କାରଣରୁ ଅନେକ ସମୟରେ ଅନେକ ସମସ୍ୟା ମଧ୍ୟ ଉପୁଜି ଥାଏ । କେଉଁଠି କେଉଁ ଟ୍ରାନ୍ସଜେଣ୍ଡର କାହା ପ୍ରେମରେ ପଡ଼ି ଯାଉଛି ତ କେଉଁଠି ବିବାହ ପରେ କାହାରି ଫାଇଦା ଉଠାଉଛି । କିନ୍ତୁ କେହି ଟ୍ରାନ୍ସଜେଣ୍ଡର କାହାରି ହତ୍ୟା କରିଥିବା କଣ ଆପଣ କେବେ ଶୁଣିଥିଲେ କି ? ଜଣେ ଟ୍ରାନ୍ସଜେଣ୍ଡର ନିଜର ବାନ୍ଧବୀକୁ ବିବାହ କରିବାକୁ ନିଜର ଲିଙ୍ଗ ସୁଦ୍ଧା ପରିବର୍ତ୍ତନ କରିଥିଲା । ଆଉ ତାପରେ ଯେତେବେଳେ ଯୁବତୀ ମାନି ନଥିଲେ ସେତେବେଳେ ତାକୁ ଜୀବନ୍ତ ଜାଳି ଦେଇଥିଲା । ଆଉ ଏଭଳି ଏକ ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ତାମିଲନାଡ଼ୁର ରାଜଧାନୀ ଚେନ୍ନାଇରେ ଘଟି ଯାଇଛି । ଚେନ୍ନାଇର ମଦୁରାଇରେ ରହୁଥିବା ଜଣେ ଟ୍ରାନ୍ସଜେଣ୍ଡର ଅର୍ଥାତ ପ୍ରେମିକ ଭିତ୍ରୀମରନ ତୁରାଇଫୋକ୍ସମରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଆଉ ସେହିଠାରେ ନନ୍ଦିନୀଙ୍କ ସହିତ ମଧ୍ୟ ତାଙ୍କର ଦେଖା ହୋଇଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା ଏବଂ ଦୁହେଁ ଅନେକ ସମୟ ପରସ୍ପର ସହିତ ବିତାଉଥିଲେ ।

ତେବେ ଏହାରି ମଧ୍ୟରେ ଭିତ୍ରୀମରନ ନନ୍ଦିନୀଙ୍କୁ ଭଲ ପାଇ ବସିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ନିବେଦନ ମଧ୍ୟ କରିଥିଲେ । ଯେହେତୁ ସେ ଜଣେ ଟ୍ରାନ୍ସଜେଣ୍ଡର ତେଣୁ ନନ୍ଦିନୀ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଏହାପରେବି ଭିତ୍ରୀମରନ ଅଟକି ନଥିଲେ ଏବଂ ବାରମ୍ବାର ତାଙ୍କୁ ପ୍ରୋପୋଜ କରିବାରେ ଲାଗିଥିଲେ ।

ଦେଖନ୍ତୁ ଭିଡିଓ :-

କିନ୍ତୁ ଏପଟେ ଭିତ୍ରୀମରନ ନନ୍ଦିନୀଙ୍କୁ ବିବାହ କରିବାକୁ ନିଜର ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲେ । କିନ୍ତୁ ଏହାପରେ ଜାଣିବାକୁ ପାଇଥିଲେ ଯେ ନନ୍ଦିନୀଙ୍କର ଆଉ କାହା ସହିତ ପ୍ରେମ ସମ୍ପର୍କ ରହିଛି । ଯେଉଁ କାରଣରୁ ସେ ରାଗରେ ଜର୍ଜରିତ ହୋଇ ଯାଇଥିଲା ଏବଂ ନନ୍ଦିନୀ ଉପରେ ପ୍ରତିଶୋଧ ନେବାକୁ ନନ୍ଦିନୀକୁ ତାର ଜନ୍ମ ଦିନରେ ସରପ୍ରାଇଜ ଦେବ କହି ଏକ ନିଛାଟିଆ ଜାଗାକୁ ଡାକିଥିଲା । ନନ୍ଦିନୀ କେବେବି ଭାବି ନଥିଲା ଯେ ଏତେ ଭଲ ମିଶୁଥିବା ସାଙ୍ଗ ଦିନେ ତା ସହିତ ଏଭଳି କରିବ ବୋଲି । ତେବେ ଏହାପରେ ଭିତ୍ରୀମରନ ନନ୍ଦିନୀର ହାତ ଏବଂ ଗୋଡ଼କୁ ଦଉଡିରେ ବାନ୍ଧିବା ପରେ ନନ୍ଦିନୀର ହାତ ଗୋଡ଼ ଏବଂ ବେକକୁ କାଟି ଦେଇଥିଲା ।

ଏହାପରେ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିଲା । ତେବେ ଘଟଣା ବିଷୟରେ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ନନ୍ଦିନୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଭିତ୍ରୀମରନଙ୍କୁ ମଧ୍ୟ ଗିରଫ କରିଥିଲା । ଏହାପରେ ଭିତ୍ରୀମରନ ନିଜେ କିଭଳି ନନ୍ଦିନୀଙ୍କୁ ମାରିବାର ପ୍ଲାନ କରିଥିଲେ ସବୁ ମାନିଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଅଭିଯୁକ୍ତ ଭିତ୍ରୀମରନକୁ କେଉଁ ଦଣ୍ଡ ମିଳୁଛି ।