ଷ୍ଟଡି ଟୁରରେ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ରୋମାନ୍ସ କରୁଥିବା ସମୟରେ ଧରାପଡିଗଲା ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବର୍ତ୍ତମାନ ସମୟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଇଛି । ଜଣେ ପ୍ରଧାନ ଶିକ୍ଷୟିତ୍ରୀ ନିଜର ସବୁ ସୀମା ପାର କରି ଦେଇଛନ୍ତି । ଭାଇରଲ ହେଉଥିବା କିଛି ଫୋଟରୁ ଏଭଳି ଏକ ଘଟଣା ହୋଇଥିବା କୁହାଯାଉଛି । ଫୋଟରେ ଜଣେ ଦଶମ ଶ୍ରେଣୀ ଛାତ୍ର ଏବଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୋମାନ୍ସ କରିଥିବାର ଦେଖିବାକୁ ମିଳିଛି ।

ତାହା ପୁଣି ଏକ କଦଳୀ ବଣ ଭିତରେ । ଫୋଟ ଦେଖିଲେ ଏଭଳି ଲାଗୁଛି ଯେମିତି କୌଣସି ଚଳଚ୍ଚିତ୍ରର ରୋମାଣ୍ଟିକ ଫୋଟ ଶୁଟ ଚାଲିଛି । କିନ୍ତୁ ସବୁଠାରୁ ନିନ୍ଦନୀୟ କଥା ଏହା ଯେ ଫୋଟରେ ଦେଖା ଯାଉଥିବା ମହିଳା ଜଣକ ହେଉଛନ୍ତି ଜଣେ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ସହିତ ଯେଉଁ ପିଲା ଏଭଳି ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛି ସେ ହେଉଛନ୍ତି ଦଶମ ଶ୍ରେଣୀର ଜଣେ ଛାତ୍ର ।

ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଶାଢ଼ୀ ପିନ୍ଧିଥିବା ବେଳେ ଛାତ୍ର ଜଣକ ଜିନ୍ସ ଏବଂ କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି । ଆଉ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଏହାକୁ ବେଶ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା ଯେ ଏହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହାତରେ ଏକ ନାଲି ଗୋଲାପ ମଧ୍ୟ ଧରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ଛାତ୍ରଙ୍କର ଏହି ଫୋଟ ସବୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଜଣା ପଡ଼ିଛି ଯେ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଛାତ୍ର ଜଣକ କର୍ଣ୍ଣାଟକ ଚିକବଲ୍ଲାପୁର ଜିଲ୍ଲା ମୃଗମଲ୍ଲା ସ୍ଥିତ ସରକାରୀ ବିଦ୍ୟାଳୟର ବୋଲି । ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୨ ରୁ ୨୫ ତାରିଖ ମଧ୍ୟରେ ସ୍କୁଲର ଷ୍ଟାଫ ଛାତ୍ର ଛାତ୍ରୀଙ୍କୁ ନେଇ ଷ୍ଟଡି ଟୁରରେ ଯାଇଥିଲେ ।

ଦେଖନ୍ତୁ ଭିଡିଓ :-

ଯେଉଁଠି ଛାତ୍ରଙ୍କ ସହିତ ବୁଲିବା ବେଳେ ଏହି ପ୍ରଧାନ ଶିକ୍ଷୟିତ୍ରୀ ନିଜ ଛାତ୍ରଙ୍କ ସହିତ ଫୋଟ ଶୁଟ କରିଥିଲେ । କଦଳୀ ଏବଂ ଗୁଆ ଗଛ ଭର୍ତ୍ତି ହୋଇଥିବା ଏକ ବଗିଚା ଭିତରକୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ନିଜ ଛାତ୍ରଙ୍କୁ ନେଇ ଯାଇଥିଲେ । ଆଉ ସେଠାରେ ଏହି ଦୁଇଜଣ ପ୍ରେମୀ ଯୁଗଳଙ୍କ ପରି ରୋମାଣ୍ଟିକ ଅନ୍ଦାଜରେ ଫୋଟ ମଧ୍ୟ ଉଠାଇଥିଲେ । ସାଙ୍ଗରେ ଡାକି ନେଇ ଯାଇଥିବା ଅନ୍ୟ ଜଣେ ଛାତ୍ର ଉଭୟଙ୍କର ଫୋଟ ଉଠାଇଥିଲେ ।

ଖାଲି ସେତିକି ନୁହେଁ ରୋମାଣ୍ଟିକ ଗୀତରେ ଭିଡ଼ିଓ ମଧ୍ୟ ବନାଇ ଥିଲେ ଦୁଇଜଣ । ଏହି ମାମଲା ପଦାକୁ ଆସିବା ପରେ ଉକ୍ତ ଛାତ୍ରଙ୍କ ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରିଛନ୍ତି । ଅନ୍ୟ ଅଭିଭାବକଙ୍କ ଅଭିଯୋଗ କ୍ରମେ ପିଇଓ ମଧ୍ୟ ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ । ଆଉ ବର୍ତ୍ତମାନ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କରାଯାଇଛି ଶୁଣିବାକୁ ମିଳିଛି ।