ଶୀତ ଦିନେ ହାତ ଓ ପାଦ ଥଣ୍ଡା ଲାଗିବା ଏକ ସାଧାରଣ କଥା ଅଟେ । ହେଲେ କଣ ଆପଣ ଜାଣନ୍ତି କି ସବୁ ବେଳେ ସାଧାରଣ ଲାଗୁଥିବା କଥା ପଛରେ କିଛି ଅସାଧାରଣ କାରଣ ବି ରହିଥାଇ ପାରେ । ଯେମିତିକି ଶୀତ ଦିନେ ଅଧିକାଂଶ ସମୟ ହାତ କିମ୍ବା ପାଦରେ ଥଣ୍ଡା ଲାଗି ରହିବା ଆପଣଙ୍କ ଶରୀରରେ ଏକ ଗୁରୁତ୍ଵପୂର୍ଣ୍ଣ ଭିଟାମିନ ର ଅଭାବ ହୋଇପାରେ ବା ଏହା ରକ୍ତ ହୀନତାର ମଧ୍ୟ କାରଣ ହୋଇପାରେ ।
ତେବେ ଯଦି ଆପଣଙ୍କୁ ବି ଏପରି କିଛି ଅନୁଭବ ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ଦ୍ୱାରା ପରାମର୍ଶ କରି ଉପଯୁକ୍ତ ଉପାୟ ଅବଲମ୍ବନ କରନ୍ତୁ । ନଚେତ୍ ଆପଣ ଭବିଷ୍ୟତରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସାମ୍ନା କରି ପାରନ୍ତି । ବିଶେଷ କରି ଆନିମୀୟାର ଶିକାର ହୋଇ ପାରନ୍ତି । ତେବେ ଆସନ୍ତୁ ଜାଣିବା ଶୀତ ଦିନେ ହାତ ଓ ପାଦରେ ଥଣ୍ଡା ଲାଗି ରହିବା ଶରୀରରେ କେଉଁ ଭିଟାମିନ ଅଭାବର ଲକ୍ଷଣ ଅଟେ ।
ଏହା ଶରୀରରେ ଭିଟାମିନ ବି ୧୨ ଅଭାବର ଲକ୍ଷଣ ଅଟେ । ଶରୀର ଆବଶ୍ୟକ କରୁଥିବା ଭିଟାମିନ ଗୁଡ଼ିକ ମଧ୍ୟରୁ ଭିଟାମିନ ବି ୧୨ ଏକ ବିଶେଷ ଗୁରୁତ୍ବପୂର୍ଣ୍ଣ ଭିଟାମିନ ଅଟେ । ଯାହା ଶରୀରରେ ବୃଦ୍ଧି, ମାନସିକ ସ୍ତରରେ ସ୍ଥିରତା ଆଦିରେ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ ।
ଆହୁରି ପଢନ୍ତୁ :-ଓରାଲ ସେକ୍ସ କରିବା ପୂର୍ବରୁ ଯାଣିନିଅନ୍ତୁ ଏହି ଟିପ୍ସ, ନହଲେ ହୋଇଯିବ ସାଇଡ ଇଫେକ୍ଟ
ଶରୀରରେ ଭିଟାମିନ ବି ୧୨ ଅଭାବ ଥିବାର ଲକ୍ଷଣ ଗୁଡ଼ିକ ହେଉଛି :- ଦୁର୍ବଳ ଲାଗିବା, ଜଲ୍ଦୀ ହାଲିଆ ହୋଇଯିବା, ମାନସିକ ଅସ୍ଥିରତା, ଶୀତ ଦିନେ ପାଦ ଅଧିକ ଥଣ୍ଡା ଲାଗିବା ଇତ୍ୟାଦି ।
ତେବେ ଜାଣନ୍ତୁ ଏହାକୁ କିପରି ଦୂର କରିବେ :- ବାଦାମ ଓ ଡ୍ରାଏ ଫ୍ରୁଟସ ଖାଆନ୍ତୁ, ନିୟମିତ କ୍ଷୀର ପିଅନ୍ତୁ, ଡାଳିମ୍ବ ଓ ବିଟ୍ ଭଳି ଖାଦ୍ୟ ଖାଆନ୍ତୁ, ପୋଇ ଓ ଶାଗ ଜାତୀୟ ଖାଦ୍ୟ ଖାଆନ୍ତୁ ।