ଦେଖନ୍ତୁ ଭିଡିଓ: ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଭୂଇଁରେ ଶୋଇବେ ଏବଂ ଖାଇବେନି ସ୍ୱାଦିଷ୍ଟ ଖାଦ୍ୟ, ପ୍ରଧାନମନ୍ତ୍ରୀ ଙ୍କ ସହିତ ରହିବେ 121 ବ୍ରାହ୍ମଣ

ଜାନୁଆରୀ ୨୨ ତାରିଖ ହେବାକୁ ଯାଉଛି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଏବଂ ଏହି ଉତ୍ସବରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ହେବେ । ଯଜମାନ ହେବା କୌଣସି ଏକ ଛୋଟ କାମ ନୁହଁ । କୌଣସି ଏକ ବଡ କାମ କରିବା ପୂର୍ବରୁ ଯଜମାନଙ୍କୁ ନିଷ୍ଠାର ସହିତ ରହିବାକୁ ପଡ଼ିଥାଏ । ଏହା ହିନ୍ଦୁ ଧର୍ମର ପରମ୍ପରା ଅଟେ । କେବଳ ଯଜମାନ ନୁହଁନ୍ତି ଏହି କର୍ମ କରିବାକୁ ଆହୁରି 121 ଜଣ ଆଚାର୍ଯ୍ୟ ବାହ୍ମଣ ମଧ୍ୟ ଏହି ଅନୁଷ୍ଠାନରେ ରହିବେ । କୌଣସି ଅନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ଅନୁଷ୍ଠାନର ନିୟମ ସବୁଠାରୁ କଷ୍ଟକର ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ । ଯିଏବି ଯଜମାନ ହୁଅନ୍ତୁ ନା କାହିଁକି ତାଙ୍କୁ ସର୍ବେ ପ୍ରଥମେ ଆଚାର୍ଯ୍ୟ ପାଳନ କରିବାକୁ ହୋଇଥାଏ ।

ଯେଉଁଥିରେ ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବା ଉଠିବା ସବୁ ପ୍ରକ୍ରିୟା ସାମିଲ ରହିଛି । ମାତ୍ର 24 ଘଣ୍ଟା ମଧ୍ୟରେ 3 ରୁ 4 ଘଣ୍ଟା ଶୋଇବା ଆବଶ୍ୟକ । ଯଜମାନ ହେବା ସମୟରେ ଆଚାର୍ଯ୍ୟଙ୍କୁ ଭୂଇଁରେ ଶୋଇବାକୁ ପଡ଼ିଥାଏ । ତେବେ ଶୋଇବା ପାଇଁ ମାଟି ଉପରେ କୁଶ ଘାସ ବିଛାଇବାକୁ ପଡ଼ିଥାଏ । ଯାହା ଉପରେ ଅନୁଷ୍ଠାନ କରିଥିବା ବ୍ୟକ୍ତି ଶୋଇଥାନ୍ତି ।

ଯିଏ ଆଚାର୍ଯ୍ୟ ବାହ୍ମଣ ହେବେ ସେମାନେ ସଷ୍ଟାୟୁକି ଭଜନ କରିବେ । ଏହି ସମୟରେ ସମ୍ପୂର୍ଣ୍ଣ ନିରାମିଷ ଭଜନ କରିବାକୁ ପଡ଼ିଥାଏ । ଯାହା ଅନୁଷ୍ଠାନର ଏକ ଅଙ୍ଗ ସଦୃଶ୍ୟ । ଏହିସବୁ ଭିତରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯଜମାନ ବନୁଛନ୍ତି ଭାରତରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ ସେତିକି ବେଳେ ମୋଦି 11 ଦିନ ମାଟି ଚଟାଣରେ ଶୋଇବେ ।

ଦେଖନ୍ତୁ ଭିଡିଓ :-

ସ୍ୱାଦିଷ୍ଟ ଖାଦ୍ୟ ଖାଇବେନି ଏବଂ ଦିନକୁ ମାତ୍ର 3 ରୁ 4 ଘଣ୍ଟା ଶୋଇବେ । କାରଣ ଏ ହେଉଛି ଜଣେ ଯଜମାନର କର୍ତ୍ତବ୍ୟ । ବଡ଼ ଅନୁଷ୍ଠାନ ହେଉଥିବାରୁ ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ଏବଂ ତାଙ୍କ ପାଇଁ ଏଭଳି ନିୟମ । ଆଉ 11 ଦିନର ଅନୁଷ୍ଠିତ ପୂଜା ବେଶ ଗୁରୁତ୍ୱପୂର୍ଣ୍ଣ । କୌଣସି ଅନୁଷ୍ଠାନ ଆରମ୍ଭ ଧାର୍ଯ୍ୟ ସମୟ ଅନୁସାରେ ହେଇଥାଏ । ଯଦି ପୂଜା ଅନୁଷ୍ଠାନ କଥା କୁହାଯାଏ । ତେବେ ବାହ୍ମଣ ଭୋଜନ ପରେ ଏକଥା ସମାପ୍ତ ହେଇଥାଏ । ଏହା ପରେ ପ୍ରଧାନମନ୍ତ୍ରୀ ଅନୁଷ୍ଠାନ ଭଙ୍ଗ କରିବେ । ତେବେ 11 ଦିନ ପାଇଁ ଦିନ ଭାରତରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଭୁଇଁରେ ଶୋଇବେ ।