ପସନ୍ଦ ନଥିବା ପୋଜିସନ୍ ରେ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବାରୁ ସ୍ୱାମୀର ଯୌନାଙ୍ଗକୁ କାମୁଡି ଦେଲା ସ୍ତ୍ରୀ, ଆଉ ତାପରେ…

ସ୍ତ୍ରୀ ସହିତ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ପଡିଲା ମହଙ୍ଗା! ରାଗରେ ସ୍ୱାମୀର ଯୌନାଙ୍ଗକୁ କାମୁଡ଼ି କ୍ଷତାକ୍ତ କରିଦେଲା । ଉତ୍ତରପ୍ରଦେଶ ହମିରପୁର ଜିଲ୍ଲା ଠାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆହତ ସ୍ୱାମୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି ।

ମିଳିଥିବା ସୂଚନା ଅନୁଯାଇ ସେହି ଅଞ୍ଚଳରେ ରାମୁ ନିଶାଦ୍ ନିଜ ପରିବାର ସହିତ ରୁହନ୍ତି । ରାମୁ ପ୍ରାୟତଃ ନିଜ ସ୍ତ୍ରୀକୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଏଥିରେ ରାଜି ନ ହେବାରୁ ରାମୁ ବଳପୂର୍ବକ ଏପରି କରିବାକୁ ବାଧ୍ୟ କରିଥିଲେ ।

ରାମୁ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ମହିଳା ଜଣକ ଏଥିରେ ଉତକ୍ଷିପ୍ତ ହେବା ସହିତ ତାଙ୍କ ଯୌନାଙ୍ଗକୁ କାମୁଡ଼ି ଦେଇଥିଲେ । ଯେଉଁଥିରେ କ୍ଷତାକ୍ତ ହୋଇ ରାମୁ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି ।

ଆହୁରି ପଢନ୍ତୁ :- ୧୭ ବର୍ଷର ନାବାଳିକା ଝିଅ ବୟଫ୍ରେଣ୍ଡ ସହ ଯାଇଥିଲେ ବୁଲିବାକୁ, ୧୩ ଜଣ କଲେ ଦୁଷ୍କର୍ମ…

ଅବସ୍ଥା ଗୁରୁତର ହେବାରୁ ରାମୁଙ୍କୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି । ପୋଲିସ ଏହି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ମହିଳାଙ୍କ ନାମରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ପତ୍ନୀଙ୍କ ବିରୋଧରେ ଆଇପିସି ଧାରା ୩୨୬ ଏବଂ ୫୦୬ ଅନୁଯାଇ ମାମଲା ରୁଜୁ କରାଯାଇଅଛି ।