ଏଥର ଆଉ ନାହିଁ ଚିନ୍ତା । ନବୀନ ସରକାର ତରଫରୁ ମହିଳା ମାନଙ୍କ ପାଇଁ ଜାରି ହେଲା ଅନେକ କିଛି ଆର୍ଥିକ ସହାୟତା ଯୋଜନା । ନବୀନ ଯୋଜନା ଅନୁସାରେ ମହିଳା ମାନେ ୩୦୦୦ ଟଙ୍କା ଲେଖାଏଁ ପାଇବେ । ପୂର୍ବରୁ ନବୀନ ସରକାର ଛାତ୍ର ଛାତ୍ରୀ ଓ କଳାକାର ମାନଙ୍କ ପାଇଁ ଏକ ମୋଟା ରକମର ଆର୍ଥିକ ରାଶି ପ୍ରଦାନ କରିବା ଘୋଷଣା କରିଥିବା ବେଳେ ପୁଣି ଆଉ ଏକ ଯୋଜନା ସାମ୍ନାକୁ ଆଣିଛନ୍ତି ।
ଏହାସହ ବଢିଲା ମାଟ୍ରନଙ୍କ ପାରିଶ୍ରମିକ । ୫ ହଜାର ବଢିଲା ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ପାରିଶ୍ରମିକ । ସେମାନଙ୍କ ପାରିଶ୍ରମିକ ୧୦ ହଜାରରୁ ୧୫ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ କାର୍ଯ୍ୟରୁ ନିବୃତ୍ତ ପରେ ମିଳିବ ସେମାନଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି । କାର୍ଯ୍ୟବେଳେ ମୃତ୍ୟୁହେଲେ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।
ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ନବୀନ ସରକାର ଆଣିଛନ୍ତି ଅନେକ ନୂଆ ନୂଆ ସୁବିଧା । ଯାହା ମାଧ୍ୟମରେ ମହିଳା ମାନେ ନିଜ ସ୍ଥିତିକୁ ସୁଧାରି ପାରିବେ । କେବଳ ସେତିକି ନୁହେଁ ଆର୍ଥିକ ସହାୟତା ସାଙ୍ଗକୁ ବିନା ସୁଧରେ ଲୋନ୍ ଯୋଗାଇ ଦେବେ ନବୀନ ସରକାର ।
ଆହୁରି ପଢନ୍ତୁ :- ରାସନ କାର୍ଡ ଲୋକଙ୍କ ପାଇଁ ବଡ଼ ଘୋଷଣା, ମିଳିବ ୧ ହଜାର ଟଙ୍କା ସହ ସରକାର ଆଣିଲେ ବଡ଼ ସୁବିଧା, ଜାଣନ୍ତୁ ପୁରା ଖବର
ପ୍ରାୟ ୭,୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏ ବାବଦକୁ ବ୍ୟୟ କରୁଛନ୍ତି ସରକାର । ପ୍ରତି SHG ମହିଳାଙ୍କୁ ଯୋଗାଇ ଦିଆଯିବ ୩,୦୦୦ ଟଙ୍କା । ପ୍ରଥମ କିସ୍ତିରେ ମହିଳା ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ । ଯେଉଁଥିରେ ୟୁନିଫର୍ମ କିଣିବେ ମହିଳା ମାନେ । ପରେ ଦ୍ଵିତୀୟ କିସ୍ତିରେ ଆଉ ବାକି ୨୦୦୦ ଟଙ୍କା ପ୍ରଦାନ କରାଯିବ । ଯେଉଁ ପଇସାରେ ବ୍ଲେଜର କିଣିବେ ମହିଳା ମାନେ ।
୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାରଙ୍କ ଯୋଜନା ଉପରେ ଯୋଜନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ଦିନ ଯାଏଁ କୋଉଠି ସୋଇଥିଲେ ବିଜେଡ଼ି ସରକାର ? ନିର୍ବାଚନ ଆସିବାରୁ ସମସ୍ତଙ୍କ ଉନ୍ନତି କଥା ତାଙ୍କର ମନେ ପଡ଼ିଲା ।