କମିଶନରେଟ ପୋଲିସ ହାତରେ ୨ ବ୍ରାଉନ ସୁଗାର ବେପାରୀ । ଭୁବନେଶ୍ବରରେ ଘର ଭଡ଼ା ନେଇ ଚଳାଉଥିଲେ ନିଶା କାରବାର । ସେମାନଙ୍କ ନିକଟରୁ ୫୦୦ ଗ୍ରାମରୁ ଉର୍ଧ୍ଵ ଧଳା ଯାହାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଏହି ୨ ଯୁବତୀ ହେଉଛନ୍ତି କୋଣାର୍କ ର ପ୍ରଜ୍ଞା ସ୍ୱାଇଁ ଓ ବାଲେଶ୍ବର ବସ୍ତା ଅଞ୍ଚଳର କରିସ୍ମା ରାଉତ । ସେମାନଙ୍କ ନିକଟରୁ ଏକ ଲାପଟୋପ ସହିତ ୨ଟି ମୋବାଇଲ କରାଯାଇଛି । ୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ ।
ଦୁଇଜଣ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି । ସୁନ୍ଦର ଚେହେରା ଦେଖାଇ ଗ୍ରାହକଙ୍କୁ ଆକର୍ଷିତ କରୁଥିଲେ । ଭୁବନେଶ୍ୱରରେ ଆଇଟି ସେକ୍ଟରରେ କାମ କରିବା ସହ ଘରଭଡା ନେଇ ଧଳା ଜହର ବେପାର ଚଳାଇଥିଲେ । ସେ ଦୁହିଁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।
ଆହୁରି ପଢନ୍ତୁ :- ପିଙ୍କୁ ନିହାରିକା ପରେ ବର୍ତ୍ତମାନ ଧାରା ପଡିଗଲେ ଆଉ 4 ସାଙ୍ଗ, ସମସ୍ତେ ମିଶି ଅଞ୍ଜନକୁ କରିଥିଲେ ହତ୍ୟା
କରିଶ୍ମା ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସହୋଯୋଗୀ କମ୍ପ୍ୟୁଟର ଆପ୍ଲିକେସନରେ ପିଜି କରିନ୍ତି । ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି । ତେବେ ଉଭୟଙ୍କଠାରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର 256 ଗ୍ରାମ ବ୍ରାଉନ ସୁଗାର ସହିତ ତିନିଟି ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରିଛି ପୋଲିସ । ଏଥିରେ କିଙ୍ଗ ପିନକୁ ଠାବ କରାଯାଇଛି । ଏହି କିଙ୍ଗ ପିନ ଭୁବନେଶ୍ୱରରେ ରହେ । ତାଙ୍କୁ ଖୁବ ଶିଘ୍ର ପୋଲିସ ଗିରଫ କରିବ ବୋଲି ସୂଚନା ମିଳିଛି ।