ଦେଖନ୍ତୁ ଭିଡ଼ିଓ: ନିଜ ବୟଫ୍ରେଣ୍ଡ ବିଷୟରେ ଖୋଲି କି ଏମିତି କହିଲେ ଇତି

ସେ ଧାରା ବାହିକ ହଉ କିମ୍ୱା ମ୍ୟୁଜିକ୍ ଭିଡ଼ିଓ ସବୁଥିରେ ନଜର ଆସିଲେ ଲୋକମାନେ ତାଙ୍କୁ ଦେଖିବା ପାଇଁ ପାଗଳ ହେଇ ଯାଆନ୍ତି । କାହିଁକି ନା ଲୋକମାନେ ଅନେକ ଭଲ ପାଇବା ତାଙ୍କ ଅଭିନୟକୁ ଦିଅନ୍ତି । ଆଉ ଛୋଟ ଛୁଆଟେ ପରି ସେ ଦେଖା ତ ଯାଆନ୍ତି କିନ୍ତୁ ଛୁଆଳିଆମି ବୋଧ ହୁଏ ଏଯାଏଁ ଯାଇନି । ଲୋକମାନେ ସବୁବେଳେ ଯେତେବେଳେ ବି ଦେଖନ୍ତି ଏବେବି ଖୋଜୁଛନ୍ତି ଯେ ତାଙ୍କୁ ଆଣ ।

ଆପଣ ମାନେ ରାସ୍ତାଘାଟ ଯେଉଁଠି ବି ଦେଖିଲେ ଆପଣମାନେ ପଚାରୁଥିବେ ଯେ ଇତି ମ୍ୟାଡ଼ାମ୍ କେମିତି ଅଛନ୍ତି ଆପଣ ? ନିହାତି ଭାବରେ ଲୋକମାନେ ଏବେବି ତାଙ୍କୁ ମିସ୍ କରୁଛନ୍ତି କେଉଁଠି ନା କେଉଁଠି । ସେଥିପାଇଁ ମୁଁ ଆସି ପହଞ୍ଚିଗଲି ସେରିଏଲ୍ ପରେ ସିମ୍ରନ୍ କରୁଛନ୍ତି କଣ । ତାଙ୍କ ସହିତ କଥା ହେବା ଯେ ଅନେକ ଦିନର ଚେଷ୍ଟା ପରେ ସେ ଆଜି ମୋ ସହିତ ଭେଟ ହେଇଛନ୍ତି । ଯେତେବେଳେ ସେରିଏଲ୍ ନଥିଲା ସେବେ ଗୋଟେ ପରିବେଶ ଅଲଗା ପ୍ରକାର ଥିଲା । ଆଉ ଯେତେବେଳେ ସେରିଏଲକୁ ଆସିଲି ପ୍ରଥମରୁ ଟିକେ କଷ୍ଟ ଲାଗୁଥିଲା କିନ୍ତୁ ସେଇ ପରିବେଶ ଭିତରେ ଦୁଇ ବର୍ଷ ମୁଁ ଗୋଟେ ସେରିଏଲରେ କାମ କରିଛି । ଏଇଟା ସହଜ କଥା ନୁହଁ ।

ଦୁଇ ବର୍ଷ ଗୋଟେ ଲିଡ଼୍ ଆକ୍ଟ୍ରେସ୍ ହିସାବରେ ହ୍ୟାଣ୍ଡେଲ୍ କରିବା ଲାଗିଲା କି ସତରେ ମୋର ଗୋଟେ ସେକେଣ୍ଡ ଫ୍ୟାମିଲି ସେଇଠି ଅଛି ,ଯାହାକୁ ମୁଁ ହ୍ୟାଣ୍ଡେଲ୍ କରୁଛି । ବହୁତ୍ ବହୁତ୍ ଧନ୍ୟବାଦ ଦେବି ଯାହା ହଉ ସେମାନେ ମୋ ଟ୍ୟାଲେଣ୍ଟକୁ ଜାଣି ପାରିଲେ । ଗୋଟେ ସୁଟିଂ କରିବାର ପ୍ଲାଟଫର୍ମ ଦେଲେ । ଲୋକମାନେ ଏଠି ହେଉଛନ୍ତି ଆମର ଭଗବାନ । ଏଠି ତାଳି, ଗାଳି ସବୁ ଗ୍ରହଣ ହେବ । ଏକ୍ଚୁଆଲି ମୋ ଫ୍ୟାମିଲିରେ ସମସ୍ତେ ଏଜୁକେଟେଡ୍ । ସମସ୍ତେ ଭଲ ପାଠ ପଢ଼ନ୍ତି । ମୋ ମାମା ଏବଂ ମୋ ଫ୍ୟାମିଲି ସବୁବେଳେ ଗୋଟିଏ କଥା କୁହନ୍ତି କି ଦେଖ୍ ଧନ ତୁ ଜୀବନରେ କିଛି କର କି ନକର ସବୁବେଳେ ଗୋଟିଏ କଥା ମନେ ରଖିଥିବୁ ଗୋଟେ ଭଲ ମଣିଷଟିଏ ହବୁ ଆଉ ପାଠଟା କେବେ ଛାଡିବୁନି ।

ଦେଖନ୍ତୁ ଭିଡିଓ :-

ପାଠଟା ପଢ଼ିବୁ କାହିଁକି ନା ଯେବେତୁ ପାଠଟା କମ୍ପ୍ଲିଟ କରିଥିବୁ ଆଗକୁ ଏ ଲାଇନଟା ମୁଁ ମୋ ପସନ୍ଦ ପାଇଁ କରୁଛି । ମୋତେ ଭଲ ଲାଗେ, ମୋତେ ଖୁସି ଲାଗେ ସେଥିପାଇଁ କରୁଛି । କିନ୍ତୁ ପାଠ ଯଦି ଛାଡ଼ିଦେବି ଭବିଷ୍ୟତରେ ମୋତେ ପସ୍ତେଇବାକୁ ପଡ଼ିବ । ପାଠ ଆମର ବହୁତ୍ ଦରକାରୀ । ପାଠ ପଢ଼ିଲେ ଆମର କହିବା ଶୈଳୀ ଠିକ୍ ହେବ । ଆମେ ଜାଣି ପାରିବା ଆମର କେଉଁଟା ଠିକ୍ କେଉଁଟା ଭୁଲ୍ । ପ୍ରଥମେ ଯେତେବେଳେ ସୁଟିଂ ସେଟକୁ ଯାଇଥିଲି ମୁଁ ବହୁତ୍ ନର୍ଭସ୍ ଥିଲି । କାହିଁକି ନା ଆମେ ଫୋନରେ ଆକ୍ଟିଂ କରିବା ଆଉ କ୍ୟାମେରା ଆଗରେ ଯେତେବେଳେ ଆକ୍ଟିଂ କରୁ ବହୁତ୍ ଆକାଶ ପାତାଳ ଫରକ୍ ଥାଏ ।

ମୁଁ ଯେତେବେଳେ ଛୋଟ ଥିଲି ଘରେ ବସିକି ଟିଭି ଦେଖେ । ଆଉ ବିଶ୍ବାସ କରିବେନି ସେରିଏଲରେ ମୋର ସାତ ପେଜ୍ ଡାଇଲଗ୍ ଆସେ । ତାକୁ ଘୋଷି ଘୋଷି ମନେ ରଖିବା ଯେତେବେଳେ ମୁଁ ନୂଆ ନୂଆ ଯାଇଥିଲି । ଏବେ ତ ଘୋଷିବାକୁ ପଡୁନି ଷ୍ଟୋରୀ ବୁଝେଇ ଦେଲେ ମନେ ରହି ଯାଉଛି, କହି ଦେଉଛି । ସେତେବେଳେ ବହୁତ୍ କଷ୍ଟ ଲାଗୁଥିଲା । କିନ୍ତୁ ଧୀରେ ଧୀରେ ଯେତେବେଳେ ଘୋଷି ହେଇଗଲା ସେତେବେଳେ ବହୁତ୍ ସହଜ ଲାଗିଲା ।