ଆସିଲା ବଡ଼ ଖବର IPS ଡିଏସ କୁଟ୍ଟେ ସସପେଣ୍ଡ ଏବଂ IPS ଅଫିସର ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଲେ ECI…

IPS ଅଫିସର ଡିଏସ କୁଟ୍ଟେ ସସପେଣ୍ଡ। IPS କୁଟ୍ଟେଙ୍କୁ ସସପେଣ୍ଡ କଲେ ଭାରତୀୟ ନିର୍ବାଚନ କମିଶନର (ECI)। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। CMO ରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ଡିଏସ କୁଟ୍ଟେ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ସସପେଣ୍ଡ କରାଯାଇଛି। ପୂର୍ବରୁ ଏହି IPS ଅଧିକାରୀ ଡି.ଏସ୍. କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । କୁଟ୍ଟେଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି CEOଙ୍କୁ ଅଭିଯୋଗ କରିଥିଲା ବିଜେପିର ଏକ ଟିମ୍ ।

କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନ ଲଗାଇବାକୁ ECI ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ଏସପି, IICଙ୍କୁ ଫୋନ୍ କରି ବିଜେଡି କାର୍ଯ୍ୟ କୁଟ୍ଟେ କରାଉଥିବା ବିଜେପି ଅଭିଯୋଗ କରିଥିଲା । ସସପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରହି କାର୍ଯ୍ୟ କରିବେ। କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର।

ଅନ୍ୟ ପଟେ ବରିଷ୍ଠ IPS ଅଫିସର ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର। ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମେ’ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଯାଞ୍ଚ ରିପୋର୍ଟ ମେ’ ୩୧ ସୁଦ୍ଧା ECIଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ’ ୪ରୁ ମେଡିକାଲ ଲିଲରେ ଅଛନ୍ତି ଆଶିଷ ସିଂହ।