ସ୍ବାମୀକୁ ତାଲା ମାରି ୩୦ ଲକ୍ଷ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର…

ଆଜ୍ଞା ହଁ ଏପରି ଏକ ଘଟଣା ଶୁଣିବାକୁ ମିଳିଛି ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଉଛି। ପ୍ରେମିକ ସହ ଫେରାର ହୋଇ ଯାଇଛି ସ୍ତ୍ରୀ। ପ୍ରେମିକର କଥା ଶୁଣି ସ୍ଵାମୀକୁ ଠକି ଦେଲା ସ୍ତ୍ରୀ। କାନ୍ଦି କାନ୍ଦି କହୁଛି ସ୍ଵାମୀ ମୋ ସ୍ତ୍ରୀ ନ ଫେରିଲେ ମୁଁ ମରିଯିବି। ତା ବିନା ମୁଁ ବଞ୍ଚି ପାରିବିନି। ତାକୁ ମୁଁ ବହୁତ୍ ଭଲ ପାଏ। ହେଲେ ପ୍ରେମିକ ସହ ମିଶି ମୋତେ ଘରେ ତାଲା ମାରି ତିରିଶ ଲକ୍ଷ ଟଙ୍କା ନେଇ ଚାଲିଗଲା।

ଆଉ ଘରୁ ଗାୟବ୍ ହୋଇ ଯାଇଛି ତିରିଶ ଲକ୍ଷ ଟଙ୍କା। ତେବେ ସ୍ଵାମୀ ସ୍ତ୍ରୀ ଭିତରେ ସବୁକିଛି ଠିକ୍ ଥିଲା। ପ୍ରେମ ବିବାହ ସହ ହସ ଖୁସିରେ ଚାଲିଥିଲା ସଂସାର। ଏମିତିକି ପାଞ୍ଚ ମାସର ଗର୍ଭବତୀ ଥିଲେ ସ୍ତ୍ରୀ ଅପୃତା। ହେଲେ ଏମିତି କଣ ପାଇଁ ନିଷ୍ପତ୍ତି ନେଇ ଗଲା ସ୍ତ୍ରୀ। ନା ତାକୁ ଜୋର୍ ଜବରଦସ୍ତି ଉଠେଇ ନେଇଗଲା ପ୍ରେମିକ। ତେବେ ଏବେ ସାମ୍ନାକୁ ଆସିଛି ପ୍ରେମିକର ଫୋଟୋ। ସ୍ଵାମୀ କହୁଛନ୍ତି ଏହି ଯୁବକ ହେଉଛି ସେହି ପ୍ରେମିକ। ଯିଏ ମୋ ସ୍ତ୍ରୀକୁ ମୋ ଠାରୁ ଏଭଳି ଛଡ଼େଇ ନେଇ ଚାଲିଗଲା। ବ୍ୟାଚ୍ ଭୋଜିରେ ଦେଖା ହେଲା। ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ ହେଲା।

ପରେ ସମ୍ପର୍କ ଏତେ ଆଗକୁ ବଢ଼ିଲା ଯେ ବିବାହ ସମ୍ପର୍କକୁ ଖାତିର କଲାନି ସ୍ତ୍ରୀ। ଘରୁ ତିରିଶ ଲକ୍ଷ ଟଙ୍କା, ସୁନା ଗହଣା ନେଇ ଛୁ ମାରିଛି ସ୍ତ୍ରୀ। କାଙ୍ଗୁ ନିଜର ଏକ ଜମି ବିକ୍ରି କରି ତିରିଶ ଲକ୍ଷ ଟଙ୍କା ଘରେ ରଖିଥିଲେ। ତାଙ୍କ ଅଢ଼ୁଆଳରେ ସ୍ତ୍ରୀ ତାର ପ୍ରେମିକ ସହ ଯୋଗାଯୋଗରେ ଥିଲା। ଘରେ ଏତେ ପରିମାଣର ଟଙ୍କା ଥିବା ଜାଣି ଗତ ମାର୍ଚ୍ଚ ୩୦ ବିଳମ୍ୱିତ ରାତିରେ ଘରୁ ଟଙ୍କା ଗାୟବ୍ ହେବା ସହିତ ସ୍ତ୍ରୀ ମଧ୍ୟ ଗାୟବ୍ ହୋଇଗଲା।

ସ୍ତ୍ରୀ ପାଞ୍ଚ ମାସର ଗର୍ଭବତୀ। ଆଉ ଏବେ ବ୍ୟସ୍ତ ହୋଇ ପଡ଼ୁଛି ସ୍ଵାମୀ। କେଉଁଠି ଆଉ କେମିତି ଅଛି ମୋ ସ୍ତ୍ରୀ। ଆଉ ନେହୁରା ହୋଇ କହୁଛି ଘରକୁ ଫେରି ଆସିବା ପାଇଁ। ଏହି ଘଟଣା ଘଟି ଗଲା ପରେ ପିପିଲି ଥାନାରେ ଅଭିଯୋଗ କରିଥିଲେ ଅପୃତାଙ୍କର ସ୍ଵାମୀ। ଏହି ଅଭିଯୋଗକୁ ଅଢ଼େଇ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ଘଟଣାକୁ ଗୁରୁତ୍ଵ ଦେଉ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଅସହାୟ ସ୍ଵାମୀ କହିଛି। ତେବେ ଦୁଇ ବର୍ଷ ତଳେ ବିବାହ ବରଗଡ଼ ଅଞ୍ଚଳରେ କରିଥିଲେ। ହସ ଖୁସିରେ ପରିବାର ଚାଲିଥିଲା। ତେବେ ସ୍ଵାମୀ ଆହୁରି କହିଛନ୍ତି ନୟାଗଡ଼ ଥାନା ଇଟାମାଟି ଅଞ୍ଚଳର ଛବି ମହାନ୍ତି ଇନଷ୍ଟାଗ୍ରାମ ଜରିଆ ତାଙ୍କ ସ୍ତ୍ରୀ ସହ ପ୍ରେମ ସମ୍ପର୍କ ରଖୁଥିଲେ। ଏବଂ ସେହିଁ ତାଙ୍କ ସ୍ତ୍ରୀକୁ ଉଠାଇ ନେଇଛନ୍ତି ବୋଲି କାଙ୍ଗୁ ଅଭିଯୋଗ କରିଛନ୍ତି।