ଏହି ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ, ନଚେତ କମିଯିବ ଆୟୁ..

ହିନ୍ଦୁ ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ସବୁ ଦିଗର କିଛି ନ କିଛି ମହତ୍ବ ରହିଛି। ତେବେ ଆସନ୍ତୁ ଜାଣିବା ଶୋଇବା ବେଳେ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ଆୟୁଷ କମିଥାଏ।

ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଆୟୁ ହ୍ରାସ ହୋଇଥାଏ। ପୁରାଣ ଅନୁଯାୟୀ ମଧ୍ୟ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍ ନୁହେଁ। ଏହାଦ୍ଵାରା ଘରେ ଦରିଦ୍ରତା ରହିଥାଏ। ଅଭାବ ଲାଗି ରହେ।

ବୈଜ୍ଞାନିକଙ୍କ ଦୃଷ୍ଟି କୋଣରୁ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ବିଭିନ୍ନ ରୋଗ ଉତ୍ପନ୍ନ ହେବା ସହ ଶରୀର ରୋଗଗ୍ରସ୍ତ ରହିଥାଏ।