୨୦ ପୁଅଙ୍କୁ ନିଜ ପ୍ରେମରେ ଫସାଇ ସମସ୍ତଙ୍କ ଠାରୁ ଦାମି ଗିଫ୍ଟ ନେଇ କିଛି ଏପରି କାମ କରିଛି ଯୁବତୀ, ଜାଣନ୍ତୁ ପୁରା ଘଟଣା

ବର୍ତ୍ତମାନର ଚର୍ଚ୍ଚାର ବିଷୟ ପାଲଟିଛି କୋଡ଼ିଏ ପ୍ରେମିକଙ୍କ ପ୍ରେମିକା ! ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛନ୍ତି ଯୁବତୀ ଜଣକ । ତେବେ ଦେଖିବାକୁ ମିଳିଛି କି ଏକ ଯୁବତୀଙ୍କର ରହିଛନ୍ତି କୋଡ଼ିଏ ଜଣ ପ୍ରେମିକ । ଏବଂ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କି ସମସ୍ତଙ୍କ ଠାରୁ ସେ କେବଳ ଆଇ ଫୋନ୍ ହିଁ ଲୁଟିଛନ୍ତି ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଚୀନରେ । ଯୁବତୀ ଜଣକଙ୍କ ନାମ ହେଉଛି ଜିଆଓଲି । ସୂଚନା ଅନୁସାରେ, ଜିଆଓଲିଙ୍କର ୨୦ ଜଣ ପ୍ରେମିକ ରହିଛନ୍ତି । କିନ୍ତୁ ସମସ୍ତଙ୍କ ଠାରୁ ସେ ଗିଫ୍ଟ ଭାବରେ କେବଳ ଆଇ ଫୋନ୍ ହିଁ ଗ୍ରହଣ କରିଛନ୍ତି ।

କିନ୍ତୁ ଶୁଣିବାକୁ ମିଳେ କି କୁଆଡେ ସେ ଏହି ୨୦ଟି ଆଇ ଫୋନ୍ ବିକି ଏକ ଘର ଜିଣିଛନ୍ତି । ଏହି ଘରର ମୂଲ୍ୟ ରହିଛି ୧୭,୮୧୫ ଡଲାର ତଥା ୧୪ ଲକ୍ଷ ୮୭ ହଜାର ୯୩ ଟଙ୍କା ।

ଏହି ସୂଚନା ନିଜେ ଜିଆଓଲି ହିଁ ଏକ ସାକ୍ଷାତକାରରେ ଦେଇଥିଲେ । ସେ କହିଥିଲେ କି ସେ ଜଣେ ଗରିବ ଶ୍ରେଣୀର ଅଟନ୍ତି । ତେଣୁ ନିଜର ଆବଶ୍ୟକତା ପୂରଣ ପାଇଁ ସେ ଏପରି ବୟଫ୍ରେଣ୍ଡ ବନାଇଥିଲେ , ଯେଉଁ ମାନଙ୍କ ସାହାଯ୍ୟରେ ସେ ଆଜି ଏକ ଘର ମଧ୍ୟ କିଣି ପାରିଛନ୍ତି ।

ତେବେ ଏହି ସାକ୍ଷାତକାରଟି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ @ଟେକ୍ ଗ୍ରାମ ଦ୍ଵାରା ସେୟାର ହେଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୧୭୧ ମିଲିୟନରୁ ଉର୍ଦ୍ଧ୍ବ ଭିୟୁ ଆସିଥିବା ବେଳେ ମୋଟ ୧୬୦୦୦୦ରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି ।