ଦେଖନ୍ତୁ ଭିଡିଓ : ମନ୍ଦିର ଭତରକୁ ଗଲାପରେ କାଉଁଡ଼ିଆଙ୍କ ପାଖକୁ ଆସିଗଲେ ଗଦା ଗଦା ସାପ, ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ସମସ୍ତେ…

ଶ୍ରାବଣ ମାସ ହେବାମାତ୍ରେ କାଉଡ଼ିଆଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥାଏ । ମହାଦେବଙ୍କ ନାମ ଉଚ୍ଚାରଣ କରନ୍ତି ଭକ୍ତ । ତେବେ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରଶନ୍ନ କରିବାକୁ କାଉଡ଼ିଆମାନେ ଆରମ୍ଭ କରିଥାଆନ୍ତି ସେମାନଙ୍କ ପ୍ରୟାସ । 

ଦେହରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି କାନ୍ଧରେ ବାଉଁଙ୍ଗୀ ଧରି ଖାଲି ପାଦରେ ବାହାରି ଯାଆନ୍ତି ଶିବଙ୍କୁ ଜଳାଭିଷେକ କରିବାକୁ । ତେବେ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ମନ୍ଦିର ପାହାଚରେ କାଉଁଡ଼ିଆ ମାନେ ପାଦ ଦେଉ ଦେଉ ପାଖକୁ ଦୌଡ଼ି ଆସିଲେ ସାପ । କପିଳାସ ମନ୍ଦିରରେ ଏଭଳି ଦୃଶ୍ୟ କେବେ ଦେଖିବାକୁ ମଳି ନ ଥିଲା । 

ଏହି ଦୃଶ୍ୟ ଦେଖି ପ୍ରଭୁ ଶିବଙ୍କୁ କାଉଡ଼ିଆ ମାନେ ବଡ଼ ପାଟିରେ ଡ଼ାକିଲେ । ଚଳିତ ବର୍ଷର ପ୍ରଥମ ଶ୍ରାବଣ ସୋମାବରାର । କାଉଁଡ଼ିଆଙ୍କୁ ଯେମିତି ଆଜି ସାକ୍ଷାତ ଦର୍ଶନ ଦେଲେ ଭଗବାନ । ଖାଲି ପାଦରେ ପାଣି ଭାର ଧରି ଚାଲି ଚାଲି ଯାଇ ପହଁଚିଥିଲେ କାଉଡ଼ିଆ । ହେଲେ ଜାଣିନଥିଲେ ମନ୍ଦର ପାହାଚରେ ଏପରି ସାପ ଥିବେ । 

ଶ୍ରାବଣ ମାସରେ କପିଳାସ ପୀଠରେ ହଠାତ୍ ମାଳ ମାଳ ସାପ ସାମ୍ନାକୁ ଆସିଗଲେ। ଯେତେବେଳେ ପାଣି ଭାର ଧରି ପହଁଚିଥିଲେ କାଉଡ଼ିଆମେନେ । ସେତେବେଳେ ଏଭଳି ଘଟଣା ଘଟିଛି । କାଉଡ଼ିଆ ଡ଼ିରିଗଲେ କିନ୍ତୁ କିଏ କହିଲା ଭଗବାନଙ୍କ ଚମତ୍କାର ତ କିଏ କହିଲା ସ୍ନେକ ହେଲ୍ପ ଲାଇନକୁ ଡ଼ାକ ଉଦ୍ଧାର କରିବା ପାଇଁ । 

ତେବେ କୁହାଯାଏ ଆଗରୁ ଗୋଟିଏବି ସାପ ଏମିତି ଆଗକୁ ଆସୁନଥିଲେ । ହେଲେ ଶ୍ରାବଣ ସୋମବାରେ କାହିଁକି ଏମିତି ପୁଳାପୁଳା ସାପ ଉଠିଆସିଲେ । ପାଖା ପାଖି ୬ରୁ ୭ଟି ସାପଙ୍କୁ ଉଦ୍ଧାର କରିଛି ସ୍ନେକ୍ ରେସ୍କ୍ୟୁ ଟିମ୍। ତେବେ କପିଳାସରେ ଏତେ ସାପ ଦେଖି ଛାନିଆ କାଉଡ଼ିଆ ଭକ୍ତ । 

କିଛି ସାପଙ୍କୁ ଧରା ଯାଇଥିବା ବେଳେ ଆଉ କିଛି ସାପଙ୍କୁ ଧରି ପାରିନଥିଲେ ସ୍ନେକ୍ ରେସ୍କ୍ୟୁ ଟିମ୍ । ତେବେ ଘଟଣାକୁ ନେଇ ଏହା ପ୍ରଭୁଙ୍କ ଆଶୀର୍ବାଦ ବୋଲି ମନ୍ଦିର ପୂଜକ କହିଥିବା ବେଳେ ମାଳ ମାଳ ସାପ ଥାଇ ମଧ୍ୟ କାହାକୁ ଖ୍ୟତି କରିନଥିବା ଜଣା ପଡ଼ିଛି । ଯାହା ପ୍ରଭୁ ଚନ୍ଦ୍ର ଶେଖରଙ୍କ କୃପା ବୋଲି କୁହା ଯାଉଛି ।