ଶ୍ରାବଣ ମାସରେ ମନା ଆମିଷ ଭୋଜନ, କେବଳ ଭଗବାନଙ୍କ ପାଇଁ ନୁହେଁ ଏହି ବଡ଼ କାରଣ ପାଇଁ ଖାଆନ୍ତୁ ନାହିଁ ନନ୍ ଭେଜ୍

ଆରମ୍ଭ ହୋଇ ଯାଇଛି ଶ୍ରାବଣ ମାସ । ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ବୋଲି କୁହାଯାଏ । ଏହି ମାସରେ ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ପାଣି ଭାର ନେଇଥାନ୍ତି । କେହି କେହି ମାନସିକ ରଖି ମଧ୍ୟ ଏଭଳି କରିଥାନ୍ତି ।

ଭଗବାନ ଶିବଙ୍କୁ ଅତ୍ୟନ୍ତ ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ସେ ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇ ବର ପ୍ରଦାନ କରି ଥାଆନ୍ତି । ତେବେ ଏହି ଶ୍ରାବଣ ମାସରେ ହିଁ ଶିବଙ୍କ ଭକ୍ତ ମାନେ ଅତ୍ୟନ୍ତ ନିଷ୍ଠାର ସହ ବୋଲବମ୍ ଯାଇଥାନ୍ତି ।

ଏହି ମାସରେ ଭକ୍ତ ମାନେ ପ୍ରାୟତଃ ଏକ ମାସ ପର୍ଯ୍ୟନ୍ତ ଆମିଷ ଭକ୍ଷଣ କରି ନଥାନ୍ତି । ତେବେ କଣ ଆପଣ ଜାଣନ୍ତି କି କାହିନି ଶ୍ରାବଣ ମାସରେ ଲୋକେ ଆମିଷ ଖାଇ ନଥାନ୍ତି ।

ପୁରାଣ ଅନୁସାରେ , ଯେଉଁମାନେ ମଦ, ମାଂସ ତଥା ଆମିଷ ଭକ୍ଷଣ ଠାରୁ ଦୂରରେ ରୁହନ୍ତି ଶିବ ତାଙ୍କ ଉପରେ ବେଶ୍ ପ୍ରସନ୍ନ ହୋଇଥାନ୍ତି । ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ।

ଆଉ କିଛି ମତ ଅନୁସାରେ କୁହାଯାଏ , ଏହି ମାସରେ ଜୀବ ମାନେ ଗର୍ଭ ଧାରଣ କରିଥାନ୍ତି । ଯେଉଁଥି ପାଇଁ ଜୀବ ମାନଙ୍କୁ ଖାଇବା ସମ୍ପୂର୍ଣ୍ଣ ଅନୁଚିତ୍ । ଆଉ ଯଦି ଆପଣ ଆମିଷ ଭକ୍ଷଣ କରୁଛନ୍ତି ହୁଏ ତ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହି ନ ପାରେ ।