ଖୋଲା ନାଳ ଭିତରକୁ ଖସି ପଡିଲା ଶିଶୁ! ଏପରି ଘଟିଲା ଘଟଣା…

ଛୋଟ ପିଲାମାନେ ଖେଳିବା ସମୟରେ ତାଙ୍କ ଉପରେ ବଡ଼ ମାନଙ୍କ ଦୃଷ୍ଟି ରହିବା ନିହାତି ଆବଶ୍ୟକ। କାରଣ ତାଙ୍କ ଚାରିପଟରେ ଥିବା ବିପଦ ସେମାନେ ଜାଣି ପାରନ୍ତି ନାହିଁ। ଅନେକ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ପିଲାମାନେ ବଡ ବିପଦରେ ମଧ୍ୟ ପଡି ଥାଆନ୍ତି ।

ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଭାଇରାଲ ହୋଇଛି । ଏକ ଶିଶୁ ଖେଳୁ ଖେଳୁ ଏକ ଖୋଲା ନାଳରେ ଖସି ପଡୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହା ଏବେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏହି ଦୃଶ୍ୟ ଖୁବ୍‌ ଭୟଭୀତ।

ଭାଇରାଲ ଭିଡିଓରେ ଦେଖିପାରିବେ, ୨ ଜଣ ଶିଶୁ ଖେଳି ଖେଳି ନାଳ ନିକଟକୁ ଯାଉଛନ୍ତି । କିଛି କ୍ଷଣ ମଧ୍ୟରେ ଛୋଟ ଶିଶୁଟି ହଠାତ୍‌ ନାଳ ଭିତରକୁ ଖସି ପଡୁଛି । ଏହାପରେ ନିକଟରେ ଠିଆ ହୋଇଥିବା ଅନ୍ୟ ଜଣେ ଶିଶୁ ପାଟି କରିବା ସହ ସାହାଯ୍ୟ ପାଇଁ ଦୌଡି ପଳାଉଛି । ଏହି ସମୟରେ ଅନ୍ୟ କିଛି ଶିଶୁ ମଧ୍ୟ ସେଠାରେ ନଜର ଆସୁଛନ୍ତି । କିଛି ସମୟ ମଧ୍ୟରେ ନାଳରେ ଶିଶୁଟିକୁ ବୁଡି ଯାଉଥିବା ଦେଖି ନିକଟରୁ ଅନ୍ୟ ବ୍ୟକ୍ତି ଦୌଡି ଆସି ନାଳ ଭିତରକୁ ଡେଇଁ ଶିଶୁଟିର ଜୀବନ ରକ୍ଷା କରୁଛନ୍ତି।

ଏହାପରେ ଶିଶୁର ଜୀବନ ବଞ୍ଚି ଯାଉଛି । ଠିକ୍‌ ସମୟରେ ବ୍ୟକ୍ତି ଜଣକ ନ ପହଞ୍ଚିଥିଲେ, ଏକ ବଡ ଅଘଟଣ ଘଟି ଥାଆନ୍ତା।