ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ।
ତେବେ ଏହି ପୂର୍ଣ୍ଣିମା ପାଳନ କରାଯିବାର ମୁଖ୍ୟ କାରଣ ହେଉଛି ଦ୍ରୈାପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ । ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ । ଏହି ଦିନ ବ୍ରାହ୍ଣଣମାନେ ମଧ୍ୟ ବେଦ ପାଠ ଆରମ୍ଭ କରନ୍ତି ତେଣୁ ଏହି ଦିନରେ ପାଠପଢା ଆରମ୍ଭ କଲେ ପିଲାମାନେ ଉତ୍ତମ ପାଠ ପଢନ୍ତି ବୋଲି ବିଶ୍ୱାସ ରହିଛି । ପୂରାଣ ଶାସ୍ତ୍ର ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରାଯାଇ ସମସ୍ତ ମାଙ୍ଗଳିକ କାମ କରାଯାଏ ।
ତେଣୁ ଏହି ପବିତ୍ର ବନ୍ଧନରେ ମଧ୍ୟ ଭଭଣୀ ଭାଇକୁ ଉତ୍ତର କିମ୍ବା ପୂର୍ବ ମୁଖା କରି ବସାଇ ତାହା ଡାହାଣ ହାତରେ ରାକ୍ଷୀ ବାନ୍ଧିଥାଏ । ଶ୍ରୀମନ୍ଦିରରେ ସକାଳ ଧୁପ,ସୂର୍ଯ୍ୟପୂଜା, ମଇଲମ, ସକାଳ ଧୂପ ଆଦି ବିଭିନ୍ନ ପୂଜା ସରିବା ପରେ ଏହି ପର୍ବ ଆୟୋଜନ କରାଯାଇଥାଏ । ସାରା ଦେଶରେ ଏହି ପର୍ବକୁ ଅତି ଆଡମ୍ବରରେ ପାଳନ କରାଯାଇଥାଏ ।