ସବୁଦିନେ ପର୍ଣ୍ଣ (Porn) ଦେଖିବାର ଅଭ୍ୟାସ କି? ତେବେ ଏହି ଅଭ୍ୟାସ ଦର୍ଶାଇଥାଏ ଆପଣଙ୍କ ଶରୀରରେ ହେଉଥିବା ଏହିସବୁ ଗୁରୁତର ସମସ୍ୟାର…

ଆଜିର ଯୁବପିଢି ଅଶ୍ଲୀଳ ଫିଲ୍ମ(ପର୍ଣ୍ଣ) ଭିଡ଼ିଓ ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ। ଯାହା ଇଣ୍ଟରନେଟ ଏବଂ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମ ରେ ଅତି ସହଜରେ ଉପଲବ୍ଧ ହୋଇପାରୁଛି । ତେବେ ଆପଣ ଜାଣିଛନ୍ତି କି ପଣ୍ଣ ଚଳଚିତ୍ର ଦେଖିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ । ଆଜି ଆମେ ଆଲୋଚନା କରିବା ପର୍ଣ୍ଣ ଦେଖିବା ଦ୍ୱାରା ଉପୁଜୁଥିବା ସମସ୍ୟା ଉପରେ ।

  • ରିସର୍ଚ୍ଚ ଅନୁଯାୟୀ ପର୍ଣ୍ଣ ଭିଡ଼ିଓ ଦେଖିବା ଦ୍ୱାରା ଆପଣ ଶୀଘ୍ର ପତନର ଶିକାର ହୋଇଥାନ୍ତି । ଶୀଘ୍ରପତନ ହେବା ଦ୍ୱାରା ସାଧାରଣ ସେକ୍ସ ଲାଇଫ୍ ପ୍ରଭାବିତ ହେବା ସହିତ ଆପଣଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥାଏ ।
  • ଅଧିକ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ପୁରୁଷ ନିଜ ସେକ୍ସ ଲାଇଫକୁ ନେଇ ସନ୍ତୁଷ୍ଟ ରହିପାରେ ନାହିଁ । ଏହା ସହିତ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ମଧ୍ୟ ଶୀଘ୍ରପତନର ଅନ୍ୟତମ କାରଣ ବୋଲି ଏକ ଷ୍ଟଡିରୁ ପ୍ରମାଣିତ ହୋଇଛି ।
  • ପର୍ଣ୍ଣ ଭିଡ଼ିଓ ସର୍ବଦା ଗୋପନୀୟତାରେ ଦେଖା ଯାଇଥାଏ, ଯାହାକି ଜଣଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ । ପର୍ଣ୍ଣର ଅଭ୍ୟାସ ଲାଗିବା ଦ୍ୱାରା ବାସ୍ତବରେ ସାଥୀଙ୍କୁ ସେକ୍ସ ପାଇଁ ଆମନ୍ତ୍ରଣକୁ ଏମାନେ କୁଣ୍ଠାବୋଧ କରିଥାନ୍ତି । ବ୍ୟକ୍ତିଗତ ଜୀବନରେ ମଧ୍ୟ ଆମକୁ ଏହା ପଛୁଆ ରଖିଥାଏ ।
  • ପର୍ଣ୍ଣ ଭିଡ଼ିଓ ଦେଖିବା ଦ୍ୱାରା ମଦ୍ୟପାନ ପ୍ରତି ଆସକ୍ତି ବଢିଥାଏ । ଘରୋଇ ହିଂସା ଓ ଦୁଷ୍କର୍ମର ଏହା ମୁଖ୍ୟ କାରଣ ପାଲଟିଥାଏ । ବିଭିନ୍ନ ପର୍ଣ୍ଣୋଗ୍ରାଫିକ କଣ୍ଟେଣ୍ଟ କାରଣରୁ କିଛି ଲୋକ ଯୌନ ପିପାସୁ ପାଲଟି ଯାଇଥାନ୍ତି ।
  • ପର୍ଣ୍ଣ ଦେଖୁଥିବା ଲୋକଙ୍କ ଜୀବନରେ ଆର୍ଥିକ ଓ ପ୍ରେମ ଜନିତ ସମସ୍ୟା ଅଧିକ ଲାଗି ରହିଥାଏ । ପର୍ଣ୍ଣ ଦେଖିବା ଦ୍ୱାରା ଆମ ଶରୀରରରେ ଡୋପାମାଇନ ନାମକ ଏକ କାରକ ସୃଷ୍ଟି ହୋଇଥାଏ। ଏହି କାରକ ଆମର ମସ୍ତିଷ୍କରେ ପହଞ୍ଚିବା ସହିତ ମସ୍ତିଷ୍କରେ ନକରାତ୍ମକ ଚିନ୍ତା ସୃଷ୍ଟି ମଧ୍ୟ କରିଥାଏ।
  • ପର୍ଣ୍ଣ କଣ୍ଟେଣ୍ଟ ଦ୍ୱାରା ମନରେ ଅଶ୍ଲୀଳ ବିଚାର ସୃଷ୍ଟି ହୋଇଥାଏ । ମହିଳାଙ୍କ ପ୍ରତି ରହୁଥିବା ଚିନ୍ତାଧାରା ଅଧିକ ନକରାତ୍ମକ ଓ ପାରମ୍ପରିକ ହୋଇଥାଏ । ଏହା ସହିତ ଅଧିକ ପର୍ଣ୍ଣ ଦେଖୁଥିବା ଲୋକ ବିବାହ ପରେ ମଧ୍ୟ ଏକାଧିକ ମହିଳାଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ପସନ୍ଦ କରିଥାନ୍ତି।
  • ପର୍ଣ୍ଣୋଗ୍ରାଫିକ୍ ଚ୍ୟାନେଲ ଗୁଡିକରେ ସୁରକ୍ଷିତ ଯୌନ ସମ୍ପର୍କ ଉପରେ ଆଲୋଚନା ନଥାଏ । ଫଳରେ ଏଥିରୁ ପ୍ରଭାବିତ ହୋଇ ଲୋକଙ୍କ ମଧ୍ୟରେ ଏସଟିଡି(ଯୌନ ସମ୍ପର୍କ ଦ୍ୱାରା ବ୍ୟାପୁଥିବା ରୋଗ) ଅଧିକ ବ୍ୟାପିଥାଏ ।
  • ନିଜ ସମ୍ପର୍କ ବା ସହବାସ ସମ୍ବନ୍ଧୀୟ ଜ୍ଞାନ ପାଇଁ ପର୍ଣ୍ଣ ଉପରେ ନିର୍ଭର କରନ୍ତୁ ନାହିଁ । ପର୍ଣ୍ଣ ଭିଡିଓରୁ ସେକ୍ସ ସମ୍ବନ୍ଧୀୟ ଜ୍ଞାନ ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ ।