ଶ୍ରାବଣ ମାସର ପୂର୍ଣ୍ଣିମା କୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ଏହି ପର୍ବ ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଭାଇ ଭଉଣୀର ରକ୍ଷା କରିବାକୁ ସଂକଳ୍ପ କରିବା ସହ କିଛି ଉପହାର ମଧ୍ୟ ଦେଇଥାଏ । ତେବେ ଏହି ଦିନ ଭାଇ ଭଉଣୀକୁ ଏହିସବୁ ଉପହାରରେ ଦେବା ଉଚିତ୍ ନୁହେଁ..
ଚମଡାରେ ତିଆରି ଜିନିଷ :
ବଜାରରେ ଚମଡାରେ ତିଆରି ଅନେକ ସୁନ୍ଦର ସୁନ୍ଦର ଜିନିଷ ରହିଛି । ମାତ୍ର ଏହି ଦିନ ଭଉଣୀଙ୍କୁ ଚମଡାରେ ପ୍ରସ୍ତୁତ କୌଣସି ଜିନିଷ ଉପହାରରେ ଦିଅନ୍ତୁ ନାହିଁ । ଏହା ଶନିଦେବଙ୍କ ସହ ସମ୍ବନ୍ଧିତ ବୋଲି କୁୂହାଯାଏ । ଏହାକୁ ଉପହାର ଦେଲେ ଜୀବନରେ ସମସ୍ୟା ଦେଖାଦେଇଥାଏ।
କଳା ରଙ୍ଗର ଜିନିଷ :
ଏହି ଦିନ କଳା ରଙ୍ଗର ଜିନିଷ ଉପହାରରେ ଦିଅନ୍ତୁ ନାହିଁ । ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । ଭଉଣୀକୁ କଳା ରଙ୍ଗର ପୋଷାକ ମଧ୍ୟ ଉପହାରରେ ଦିଅନ୍ତୁ ନାହିଁ।
ଜୋତା-ଚପଲ :
ଜୋତା ବା ଚପଲର ସମ୍ବନ୍ଧ ମଧ୍ୟ ଶନି ଦେବଙ୍କ ସହ ରହିଛି । ତେଣୁ ଭଉଣୀକୁ ଉପହାରରେ କଦାପି ଜୋତା କିମ୍ବା ଚପଲ ଦିଅନ୍ତୁ ନାହିଁ । ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ।
ଘଣ୍ଟା :
ବଜାରରେ ବିଭିନ୍ନ ପ୍ରକାର ଘଣ୍ଟା ସହ ସ୍ମାର୍ଟ ଘଣ୍ଟା ମଧ୍ୟ ଉପଲବ୍ଧ। ଘଣ୍ଟା ମନୁଷ୍ୟର ଭଲ ଓ ଖରାପ ସମୟ ସହ ଜଡିତ । ତେଣୁ ଭୁଲରେ ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ।
ଧାରୁଆ ଜିନିଷ :
ହିନ୍ଦୁ ଧର୍ମରେ ଧାରୁଆ ଜିନିଷକୁ ଉପହାର ଦେବା ଅଶୁଭ ବୋଲି କୁହାଯାଇଛି। ଧାରୁଆ ଜିନିଷ ଉପହାରରେ ଦେବା ଦ୍ୱାରା ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।