କଣ୍ଟ୍ରୋବର୍ଷି କୁଇନ୍‌ କଙ୍ଗନା ଦେଲେ ବଡ଼ ବୟାନ : ସେଲିବ୍ରିଟିମାନେ ହେଉଛନ୍ତି ସବୁଠୁ ବଡ଼ ମୂର୍ଖ ଓ ବୋକା!

କଙ୍ଗନା କହୁ କହୁ ଖୋଲିଦେଲେ ବଲିଉଡ ଇଣ୍ଟଷ୍ଟ୍ରି ର କିଛି ରାଜ। କହିଛନ୍ତି ବଲିଉଡ ର ପାର୍ଟି କେମିତି ହୁଏ? ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ରବିବାର ପୁଣିଥରେ ବଲିଉଡ୍‌ ତାରକାମାନଙ୍କୁ ଟାର୍ଗେଟ କରିଛନ୍ତି।

ଅଭିନେତ୍ରୀରୁ ରାଜନେତା ହୋଇଥିବା କଙ୍ଗନା ରାଣାୱତ ବର୍ତ୍ତମାନ ଇମରର୍ଜେନ୍ସି ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଛି। ସମସ୍ତେ ଏହାର ପ୍ରଶଂସା କରିଛନ୍ତି। ବର୍ତ୍ତମାନ କଙ୍ଗନା ଫିଲ୍ମ ପ୍ରମୋଶନରେ ଲାଗିଛନ୍ତି।

କଙ୍ଗନା କହିଛନ୍ତି, ବଲିଉଡ୍‌ ସେଲିବ୍ରିଟିମାନେ ହେଉଛନ୍ତି ସବୁଠୁ ବଡ଼ ମୂର୍ଖ ଓ ବୋକା। ବ୍ରାଣ୍ଡେଡ୍‌ ବ୍ୟାଗ୍‌ ଓ କାର୍‌ ବ୍ୟତୀତ ଏହି ସେଲିବ୍ରିଟିମାନେ ଆଉ କିଛି ଜାଣନ୍ତି ନାହିଁ। ଏହିପରି ସେ ଅନେକ ବଲିଉଡ୍‌ ତାରକାଙ୍କୁ ଜାଣିଛନ୍ତି ବୋଲି କଙ୍ଗନା ଉକ୍ତ ସାକ୍ଷାତ୍‌କାରରେ କହିଛନ୍ତି। ଯଦି ବଲିଉଡ୍‌ ସେଲିବ୍ରିଟିମାନଙ୍କର କୌଣସି ଶୁଟିଂ ନ ଥାଏ ତେବେ ସେମାନଙ୍କର ଦିନଚର୍ଯ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବୋଲି କଙ୍ଗନା କହିଛନ୍ତି। ସେମାନେ ସକାଳେ ଉଠନ୍ତି, କିଛି ବ୍ୟାୟାମ କରନ୍ତି, ଦ୍ୱିପ୍ବହର ସମୟରେ ଖାଇ ପୁଣି ଶୋଇଯାଆନ୍ତି। ପୁଣି ଉଠି ଜିମ୍‌ ଯାଆନ୍ତି। ବିଳମ୍ବିତ ରାତ୍ରି ଯାଏ ବିଭିନ୍ନ ପାର୍ଟିରେ ଯୋଗଦେଇ ମଦ୍ୟପାନ କରନ୍ତି।

ବଲିଉଡ ଲୋକେ ଷ୍ଟୁପିଡ। ସେମାନେ ମୁର୍ଖ। ସେମାନଙ୍କ ଜୀବନ ପ୍ରୋଟିନ ଶେକ ପାଖରେ ଅଛି। ସେମାନଙ୍କର କୌଣସି ଆଇଡିଆ ନାହିଁ ଯେ, ବର୍ତ୍ତମାନ କଣ ଚାଲୁଛି। ସେମାନେ ଭେଟନ୍ତି, ଡ୍ରିଙ୍କ କରନ୍ତି ଏବଂ କପଡା ଏକ୍ସଚେଞ୍ଜ କରିଥାଆନ୍ତି। ବଲିଉଡରେ ସେହି ଡିସେଣ୍ଟ ପର୍ସନ ପାଇ ମୁଁ ଖୁସି ହେବି ଯିଏ ଅଲଗା କଥା ହେଉଥିବ।

ବଲିଉଡ ପାର୍ଟୀକୁ ନେଇ କଙ୍ଗନା କହିଛନ୍ତି ଯେ, ଏହା ଲଜ୍ଜାଜନକ। ବଲିଉଡ ପାର୍ଟୀ ମୋ ପାଇଁ ଟ୍ରମା ପରି ଅଟେ। ତେବେ କଣ୍ଟ୍ରୋବର୍ଷି କୁଇନଙ୍କର ଏଭଳି ମନ୍ତବ୍ୟ ପରେ ନିଶ୍ଚିମ ଭାବରେ ଅନେକ ସେଲିବ୍ରେଟି ତାଙ୍କୁ ନେଇ ଖୁବ ଚର୍ଚ୍ଚା କରିବେ। କିନ୍ତୁ କଙ୍ଗନା ନା କାହାକୁ ଡରନ୍ତି, ନା କେବେ କୌଣସି କଥାକୁ ନେଇ ଚୁପ ରୁହନ୍ତି। ତାଙ୍କର ଏଭଳି ରୋକଠୋକ କଥା ପାଇଁ ତାଙ୍କୁ ବଲିଉଡରେ ଏକା ଏକା ସାମ୍ନା କରିବାକୁ ପଡେ। ତାଙ୍କୁ ବଲିଉଡରେ ଅନେକେ ପସନ୍ଦ କରନ୍ତି ନାହିଁ।