ବର୍ତ୍ତମାନ ଆମ ସମାଜରେ ଲୋକମାନେ ଆଉ ପ୍ରେମ ସମ୍ପର୍କରେ କିଛି ଫରକ୍ ଦେଖୁ ନାହାଁନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଏବେ କେହି ହେଲେ ମଧ୍ୟ ଆଦୌ ବିଶ୍ବାସ କରି ପାରୁ ନାହାଁନ୍ତି । ତେବେ ଆମେ ଏବେ ଆପଣଙ୍କୁ ସେହି ଘଟଣା ସମ୍ପର୍କରେ କହିବାକୁ ଯାଉଛି ।
ନିକଟରେ ଛତିଶଗଡ଼ରେ ଜଣେ ମହିଳାଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଥିଲା ତାହା ପରେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ମହିଳା ଜଣକ ଛଅ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ ।
ଆଉ ତାଙ୍କର ବିବାହ ପରେ କିଛି ବର୍ଷ ତାଙ୍କର ଏହି ବିବାହ ମଧ୍ୟ ଖୁବ ଭଲ ଭାବରେ ଚାଲିଥିଲା । ଦୁହିଁଙ୍କ ଏକ ପୁଅ ମଧ୍ୟ ଥିଲା । ମାତ୍ର ବିବାହର କିଛି ବର୍ଷ ପରେ ହିଁ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖା ଯାଇଥିଲା ।
ଦେଖନ୍ତୁ ଭିଡିଓ :-
ଆଉ ଏହାପରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା । ଏହାପରେ ମହିଳା ଆଉ ଜଣଙ୍କ ପ୍ରେମରେ ପଡି ଯାଇଥିଲେ । ଏବଂ ସେ ପରେ ଏହା ଜାଣିବାକୁ ପାଇଲେ କି ସେ ଯାହାକୁ ପ୍ରେମ କରୁଛନ୍ତି ସେ ହେଉଛନ୍ତି ତାଙ୍କର ପୂର୍ବ ସ୍ଵାମୀଙ୍କ ଏକାଡେମି ପିଉସୀଙ୍କ ପୁଅ ।
ଆଉ ଏହାପରେ ସେ ତାଙ୍କ ସହ ସମସ୍ତ ସମ୍ପର୍କ କାଟି ଦେଇଥିଲେ । ତାଙ୍କର ମନରେ କେବଳ ଗୋଟେ ହିଁ ଭୟ ଥିଲା ଯେ ସେ ଏବେ ସାରା ଜୀବନ ପାଇଁ ଏକୁଟିଆ ରହି ଯିବେ । ଏହାପରେ ମହିଳା ଜଣକ ଆତ୍ମହତ୍ୟା କରିବା ପାଇଁ ଏକ ଟାୱାର ଉପରକୁ ଚଢ଼ି ଯାଇଥିଲେ ଏବଂ ସେଠାରୁ ତାଙ୍କୁ ଉଦ୍ଧାର କରି ଅଣା ଯାଇଥିଲା । ଆଉ ଏହି ଘଟଣା ସଂପର୍କରେ ମଧ୍ୟ ଏବେ ଖୁବ ଜୋରେ ଚର୍ଚ୍ଚା ହେବାରେ ଲାଗିଛି । ସୋସିଆଲ ମିଡ଼ିଆ ରେ ଏହି ଘଟଣା ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି ।