ଓଡ଼ିଆ ପରମ୍ପରାରେ ଅନେକ ଓଷାବାର ରହିଛି। କଥାରେ ଅଛି ୧୨ ମାସରେ ୧୩ ପର୍ବ। ନବରାତ୍ରୀରେ ଦେବୀ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ। ଏହି ସମୟରେ ଅନେକ ଲୋକେ ନବରାତ୍ରୀର ବ୍ରତ ରଖି ନିଜ ମନସ୍କାମନାର ପୂରଣ କରିଥାନ୍ତି। ତେବେ ଦୂର୍ଗାପୂଜାରେ ମନ୍ଦିର, ଘରେ ଏବଂ ବିଭିନ୍ନ ସ୍ଥାନରେ ଦେବୀଙ୍କୁ ଆରଧନା ପାଇଁ କଳସ ସ୍ଥାପନା କରାଯିବ । ନବରାତ୍ରୀରେ ଲୋକମାନେ ମା ଦୁର୍ଗାଙ୍କ ପୂଜା କରିବା ସହ ବ୍ରତ ବି ରଖିଥାନ୍ତି।
ବ୍ରତ ରଖିଥିବା ସମୟରେ ଲୋକମାନେ ସାତିକ ଭୋଜନ କରିଥାନ୍ତି। ଯେଉଁଥିରେ ରସୁଣ କିମ୍ବା ପିଆଜ ପକାଇବା ବାରଣ କରାଯାଇଛି। ହିନ୍ଦୁ ପୁରାଣ ଅନୁସାରେ ପୂଜାପାଠ କିମ୍ବା ବ୍ରତ ରଖିବା ସମୟରେ ପିଆଜ, ରସୁଣ ବ୍ୟବହାର କରାଯିବା ଉଚିତ ନୁହେଁ କିମ୍ବା ସେମାନଙ୍କଠାରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ୍ ନୁହେଁ।
ହିନ୍ଦୁ ପୁରାଣ ବର୍ଣ୍ଣନା କରଯାଇଛି ଯେ, ଯେତେବେଳେ ଦେବାଦେବୀ ଏବଂ ଅସୁରମାନଙ୍କ ମଧ୍ୟରେ ସାଗର ମନ୍ଥନରୁ ୯ ଟି ରତ୍ନ ବାହାରିଥିଲା। ଏହାସହ ସାଗର ମନ୍ଥନ ଶେଷରେ ଅମୃତ ବାହାରିଥିଲା। ସାଗର ମନ୍ଥନରୁ ବହାରିଥିବା ଅମୃତକୁ ଭଗବାନ ବିଷ୍ଣୁ ମୋହିନୀ ଅବତାର ନେଇ ଦେବତାଙ୍କୁ ଅମୃତ ପାନ କରାଇଥିଲେ।
ସେତେବେଳେ ଦୁଇ ଜଣ ଦାନବ ତଥା ରାକ୍ଷାସ ରାହୁ ଏବଂ କେତୁ ଦେବତାଙ୍କ ରୂପ ନେଇ ଅମୃତ ପ।ନ କରିଥିଲେ ସେତେବେଳେ ଭଗବାନ ବିଷ୍ଣୁ ଏହି ବିଷୟରେ ଜାଣି ପାରି ତାଙ୍କର ମୁଣ୍ଡ କାଟ କରିଥିଲେ। ଯାହା ଦ୍ୱାରା ତାଙ୍କ ମୁଣ୍ଡ-ଗଣ୍ଡି ଅଲଗା ହୋଇ ତଳେ ପଡି ଯାଇଥିଲା ଏବଂ ସେଥିରୁ ରକ୍ତ ବୁନ୍ଦା ବାହାରିଥିଲା। ସେଥିରୁ କିଛି ରକ୍ତର ଛିଟା ଧରାପୃଷ୍ଠରେ ପଡିଥିଲା।
କିମ୍ବଦନ୍ତୀ ଅନୁଯାୟୀ ଦୁଇଜଣ ଦାନବ ରାହୁ ଏବଂ କେତୁଙ୍କ ରକ୍ତରୁ ପିଆଜ ଏବଂ ରସୁଣର ସୃଷ୍ଟି ହୋଇଥିଲା। ସେଥିପାଇଁ ରସୁଣ ଏବଂ ପିଆଜରୁ ଦୁର୍ଗନ୍ଧ ବାହାରିଥାଏ। ଏଥିାଇଁ ବ୍ରତ ଏବଂ ପୂଜା ଦିନ ପିଆଜ ଏବଂ ରସୁଣକୁ ବାରଣ କରାଯାଏ। ତେବେ ଏହାର ଏକ ଭଲ ଗୁଣ ମଧ୍ୟ ରହିଛି। ରାହୁ ଏବଂ କେତୁ ପାନ କରିଥିବା ଅମୃତ କିଛି ତାଙ୍କ ଶରୀର ଭିତରକୁ ମଧ୍ୟ ପ୍ରବେଶ କରିଯାଇଥିଲା। ଯାହା ଦ୍ୱାରା ରସୁଣ-ପିଆଜକୁ ବ୍ୟବହାର କଲେ ଆମକୁ ରୋଗ ସହ ଲଢିବାକୁ ସାହାସ ମିଳିଥାଏ।