​ନବରାତ୍ରୀରେ ଅଖଣ୍ଡ ଦୀପ ଜାଳିବାର ରହିଛି ଭିନ୍ନ ମହତ୍ତ୍ୱ, ଅଖଣ୍ଡ ଦୀପ ଜାଳିବା ବେଳେ କରନ୍ତୁନି ଏହିସବୁ ଭୁଲ୍, ଜାଣନ୍ତୁ ନିୟମ

ପାଳିତ ହେଉଛି ନବରାତ୍ରି। ଅନ୍ୟ ପର୍ବ ପର୍ବାଣୀ ଅପେକ୍ଷା ନବରାତ୍ରିର ଏକ ବିଶେଷ ମହତ୍ତ୍ଵ ରହିଥାଏ। ନବରାତ୍ରିଟି ଅତି ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳିତ ହୋଇଥାଏ। ମାଆଙ୍କର ଶକ୍ତି ଓ ଆଶୀର୍ବାଦକୁ ନେଇ ଭକ୍ତ ମାନଙ୍କର ପ୍ରଗାଢ଼ ବିଶ୍ୱାସ ରହିଥାଏ। ଏହି ନବରାତ୍ରିରେ ଏକ ବିଶେଷ ବ୍ୟବସ୍ଥା ହେଉଛି ଅଖଣ୍ଡ ଦୀପ ଜାଳିବା। ଅଖଣ୍ଡ ଦୀପ ବିନା ମାଆଙ୍କ ପୂଜା ସମ୍ପୂର୍ଣ ଅଧୁରା ହୋଇଥାଏ। 

ନବରାତ୍ରି ସମୟରେ ଅଖଣ୍ଡ ଦୀପ ଜାଳିବାର ଏକ ବିଶେଷ ପରମ୍ପରା ରହିଛି। ନବରାତ୍ରି ନଅ ଦିନ ଧରି ପାଳିତ ହେଉଥିବା ବେଳେ ଦସମ ଦିନ ଦଶହରା ପାଳିତ ହୋଇଥାଏ। ଏହି ନଅ ଦିନ ଧରି ପାଳିତ ହେଉଥିବା ନବରାତ୍ରିରେ ଅଖଣ୍ଡ ଦୀପ ନିରବଚ୍ଛିନ୍ନ ଭାବେ ଜଳିଥାଏ।

ଅଖଣ୍ଡନ ର ଅର୍ଥ ହେଉଛି ଯିଏ ଖଣ୍ଡନ ହୋଇ ପାରେ ନାହିଁ। ଅର୍ଥାତ୍ ଅଖଣ୍ଡ ଦୀପ ଥରେ ଲଗାଯିବା ପରେ ଏହାକୁ ନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ ଜାଳିବାକୁ ପଡ଼ିଥାଏ।

ଦେଶ ଜାତି ତଥା ସମାଜ ଓ ପରିବାରର ମଙ୍ଗଳ ପାଇଁ ଏହି ଅଖଣ୍ଡ ଦୀପକୁ ମାଙ୍କ ପାଖରେ ସମର୍ପଣ କରା ଯାଇଥାଏ। ପୂଜା ମଣ୍ଡପ ଏମିତି କି ଘରେ ମଧ୍ୟ କେହି କେହି ଏହି ଅଖଣ୍ଡ ଦୀପ ବସାଇଥାନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଅଖଣ୍ଡ ଦୀପ ବସାଇବାର ସଠିକ୍ ନିୟମ।

ଘଟ ସ୍ଥାପନ ପରେ ହିଁ ଅଖଣ୍ଡ ଦୀପ ବସାନ୍ତୁ।

ନବରାତ୍ରି ନ ସରିବା ପର୍ଯ୍ୟନ୍ତ ଏହାକୁ ଲିଭିବାକୁ ଦିଅନ୍ତୁ ନାହିଁ।

ଅଖଣ୍ଡ ଦୀପକୁ ତଳେ ରଖନ୍ତୁ ନାହିଁ।ଏହାକୁ କୌଣସି ଜିନିଷର ଉପରେ ରଖନ୍ତୁ।

କାଚପାତ୍ରରେ ଏହାକୁ ଆବଦ୍ଧ କରି ରଖନ୍ତୁ।

ଘରେ ଅଖଣ୍ଡ ଦୀପ ଜଳୁଥିବା ବେଳେ କେହି ଜଣେ ସଦସ୍ୟ ଉପସ୍ଥିତ ରହିବା ନିହାତି ଆବଶ୍ୟକ।