୧୧ ଅକ୍ଟୋବର ଶୁକ୍ରବାର ରାଶିଫଳ : ଏହି 5 ରାଶିର ବ୍ୟକ୍ତିମାନେ ଚାକିରି ଅନେକ ସୁଯୋଗ ପାଇବେ, ଆର୍ଥିକ ଲାଭ ପାଇବେ, ଜାଣନ୍ତୁ ଆଜିର ରାଶିଫଳ।

ମେଷ ରାଶି :

ଆଜି ତୁମର ଆତ୍ମବିଶ୍ୱାସ ଅଧିକ ହେବ ଏବଂ ତୁମେ ତୁମର ଲକ୍ଷ୍ୟ ହାସଲ କରିବାକୁ ପ୍ରତିବଦ୍ଧ ହେବ। କର୍ମକ୍ଷେତ୍ରରେ ତୁମର ଧାରଣା ପ୍ରଶଂସିତ ହେବ ଏବଂ ନୂତନ ସୁଯୋଗ ପାଇପାରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ଶାନ୍ତି ଏବଂ ପ୍ରେମ ରହିବ। ସ୍ୱାସ୍ଥ୍ୟ ଭଲ ହେବ, କିନ୍ତୁ ଯୋଗ ଏବଂ ଧ୍ୟାନ ମାଧ୍ୟମରେ ମାନସିକ ସନ୍ତୁଳନ ବଜାୟ ରଖନ୍ତୁ।

ବୃଷ ରାଶି :

ପାପ ଗ୍ରହଯୁକ୍ତ ରବିଙ୍କ କୋଣସ୍ଥିତିରୁ ବନ୍ଧୁଙ୍କ ନିକଟରୁ ଯାହା ପାଉଛନ୍ତି ତାହାକୁ ଗ୍ରହଣ କରିନେବା ଭଲ। ରାହୁ ପ୍ରଭାବରେ ଦୂରଦର୍ଶିତା ଅଭାବରୁ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେବ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ। ସାଧାରଣ କଥାରେ ସହକର୍ମୀ କ୍ଷୁବ୍ଧ ହୋଇପାରନ୍ତି। ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ମିଥୁନ ରାଶି :

ରାଶିରେ ମଙ୍ଗଳ ଅବସ୍ଥାନ କରିଥିବାରୁ ଆତ୍ମୀୟମାନେ ବିରୁଦ୍ଧାଚରଣ କରିପାରନ୍ତି। କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ଲାଗି ଦୃଢ଼ ପଦକ୍ଷେପ ନେଲେ ଝମେଲା ବଢ଼ିଯାଇପାରେ। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନରେ ସଫଳତା ହାସଲ କରିପାରିବେ।

କର୍କଟ ରାଶି :

ଆଜି ଆପଣଙ୍କ ପାଇଁ ଆନ୍ତରିକତା ଏବଂ ଅନୁସନ୍ଧାନର ଦିନ ହେବ।କର୍ମକ୍ଷେତ୍ରରେ ଆପଣ ଏକ ପୁରୁଣା ଯୋଜନା ଉପରେ କାମ କରିପାରିବେ, ଯାହା ଆପଣଙ୍କୁ ଲାଭ ଦେବ। ଆର୍ଥିକ ପରିସ୍ଥିତି ସ୍ଥିର ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରେ ଶାନ୍ତି ଏବଂ ସୁଖର ପରିବେଶ ରହିବ। ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ।

ସିଂହ ରାଶି :

ବୁଧଯୁକ୍ତ ଶୁକ୍ର ହେତୁ ଆର୍ଥତ୍କ ପରିସ୍ଥିତି ବଦଳିଯିବାରୁ ସମସ୍ୟା ସୃଷ୍ଟି ହୋଇପାରେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିବ। ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟହେବେ। କଳା, ସାହିତ୍ୟ, ସଙ୍ଗଠନ ଏବଂ ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ।

କନ୍ୟା ରାଶି :

ରାଶି ପ୍ରତି ତୃତୀୟାଧିପତିଙ୍କ ଦୃଷ୍ଟିଜନିତ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ। ଆଜି ବୁଝତ୍ବିଚାରି କାମ ନ କଲେ ସମସ୍ୟାକୁ ଡାକିଆଣିବେ। ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ବିରକ୍ତ ହେବେ। ବହୁତ ଦିନ ହେଲା ଇଚ୍ଛା କରୁଥିବା ଓ ଆଜି ସୁଦ୍ଧା ପାଇପାରି ନ ଥିବା ଜିନିଷଟି ପାଇ ଖୁସି ହେବେ।

ତୁଳା ରାଶି :

ଆଜି ତୁମେ ତୁମର ନେତୃତ୍ୱ ଦକ୍ଷତା ସହିତ ସମସ୍ତଙ୍କୁ ପ୍ରଭାବିତ କରିବ। କର୍ମକ୍ଷେତ୍ରରେ ଆପଣଙ୍କର ଧାରଣା ଏବଂ ଯୋଜନାଗୁଡିକ ପ୍ରଶଂସିତ ହେବ, ଯାହା ଆପଣଙ୍କୁ ସଫଳତା ଆଣିବ। ଅର୍ଥନୈତିକ ପ୍ରସଙ୍ଗରେ ଅଭିବୃଦ୍ଧିର ଲକ୍ଷଣ ଅଛି, କିନ୍ତୁ ଅଯଥା ଖର୍ଚ୍ଚକୁ ଏଡାଇବାକୁ ପଡିବ।ପାରିବାରିକ ଜୀବନରେ ସମନ୍ୱୟ ରହିବ। ସ୍ୱାସ୍ଥ୍ୟ ଭଲ ହେବ, କିନ୍ତୁ ମାନସିକ ଶାନ୍ତି ପାଇଁ ଧ୍ୟାନ କରନ୍ତୁ।

ବିଛା ରାଶି :

ମୁଖଭାବସ୍ଥ ଚନ୍ଦ୍ର ଯୋଗୁ ହସି ହସି କଥା କହି ସହଜରେ କାମ ହାସଲ କରିବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ। ସାଙ୍ଗଠନିକ କାର୍ଯ୍ୟ, ସଭାସମିତି, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

ଧନୁ ରାଶି :

ଅଷ୍ଟମାଧିପତି ରାଶିରେ ରହିଥିବାରୁ ବିଭିନ୍ନ ସମସ୍ୟା ମଧ୍ୟରେ ଚଳିବାକୁ ପଡ଼ିବ। କିଛି ଗୁପ୍ତକଥା, କଳାଧନ, କଚେରି ମାମଲା ଏବଂ ଘରୋଇ ଆଲୋଚନା ସମ୍ପର୍କରେ ଚିନ୍ତା କରିପାରନ୍ତି। ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାକୁ ପ୍ରଯନତ୍ କରିପାରନ୍ତି। ପାରିବାରିକ ସମସ୍ୟା ସମାଧାନ କରିବେ କିନ୍ତୁ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ।

ମକର ରାଶି :

ଆଜି ଆପଣଙ୍କ ପାଇଁ ଧୈର୍ଯ୍ୟ ଏବଂ ଅନୁଶାସନର ଦିନ ହେବ। ଆପଣଙ୍କର ଯୋଜନା କର୍ମକ୍ଷେତ୍ରରେ ସଫଳ ହେବ ଏବଂ ଆପଣ କିଛି ନୂତନ ଦାୟିତ୍ବ ପାଇପାରନ୍ତି। ଆର୍ଥିକ ପରିସ୍ଥିତି ସ୍ୱାଭାବିକ ହେବ, କିନ୍ତୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ଶାନ୍ତି ଏବଂ ପ୍ରେମ ରହିବ।

କୁମ୍ଭ ରାଶି :

ପାପଗ୍ରହ ଶନି ସ୍ବଗୃହରେ ଥିବାରୁ ବିବାଦୀୟ ଘଟଣାରେ ବିଜୟଲାଭ ନିଶ୍ଚିତ। କିନ୍ତୁ କଠିନ ଶ୍ରମଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ବନ୍ଧୁଙ୍କ ସହାୟତାରେ ପଡ଼ା, ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।

ମୀନ ରାଶି :

ଆଜି କେନ୍ଦ୍ରସ୍ଥ ଚନ୍ଦ୍ରଜନିତ ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶ୍ଚିତ ପୂରଣ ହୋଇପାରିବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା କାରଣରୁ ମନ ହାଲୁକା ହୋଇଯିବ। ଗତକାଲି ରାତିର ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଆକସ୍ମିକ ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥତ୍କ ସ୍ଥିତିରେ ସୁଧାର ଆସିବ।