ସୋମାବାର ରାତି ୮ଟାରେ ବୁଲନ୍ଦ ସହରର ଏକ ଘରେ ଅକ୍ସିଜେନ ସିଲିଣ୍ଡର ଫାଟିଯିବାରୁ ସେହି ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି।
ଯେଉଁ ଘରେ ଏହି ଅଘଟଣ ଘଟିଛି, ସେଠାରେ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ଏବଂ ତାଙ୍କ ପାଇଁ ଘରେ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରାଯାଇଥିଲା। ହେଲେ ଘତିଗଲା ଅଘଟଣ।
ଆସନ୍ତୁ ଜାଣିବା ଏଲପିଜି ସିଲିଣ୍ଡର ଏବଂ ଅକ୍ସିଜେନ ସିଲିଣ୍ଡର ମଧ୍ୟରୁ କେଉଁଟି ଅଧିକ ଭୟଙ୍କର।
ଏଲପିଜି ସିଲିଣ୍ଡରରେ ମୁଖ୍ୟତଃ ପ୍ରୋପେନ ଏବଂ ବ୍ୟୁଟେନର ମିଶ୍ରଣ ରହିଥାଏ, ଯାହା ଦହନଶୀଳ ଗ୍ୟାସରେ ପରିଣତ ହୁଏ। ଯଦି ଏହି ଗ୍ୟାସରେ ନିଆଲାଗିଯାଏ, ତେବେ ଏହା ବ୍ଲାଷ୍ଟ ହୋଇଯାଇଥାଏ।
କିନ୍ତୁ ଅକ୍ସିଜେନ ଏକ ଏଭଳି ଗ୍ୟାସ, ଯାହା ଜଳିବାରେ ସାହାଯ୍ୟ କରିଥାଏ। ଅର୍ଥାତ ଯଦି ନିଆଁ ଲାଗେ ଏବଂ ଏଥିରେ ଅକ୍ସିଜେନ ମିଳିଯାଏ ତେବେ ଏହା ଭୟଙ୍କର ରୁପ ନେଇପାରେ।
ଅକ୍ସିଜେନ ନିଆଁର ତାପମାନକୁ ଏତେ ବଢାଇଥାଏ ଯେ, ଏଥିରେ ପଥର ମଧ୍ୟ ଜଳିଯାଏ। ଏହି କାରଣରୁ ଅକ୍ସିଜେନର ବିସ୍ଫୋରଣ ଏଲପିଜି ତୁଳନାରେ ଅଧିକ ଭୟଙ୍କର ହୋଇଥାଏ।