ପାଗଳ କୁକୁର ଭୟଙ୍କର ଆକ୍ରମଣ। ବୃଦ୍ଧାଙ୍କୁ କାମୁଡି କାମୁଡି ମାରିଦେଲା କୁକୁର। ଏପରି ଏକ ଲୋମ ତାଙ୍କୁରିଲା ଭଳି ଘଟଣା ଘଟିଯାଇଛି ବାଲେଶ୍ବର ଜିଲ୍ଲାର ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁରେ। ବୃଦ୍ଧାଙ୍କୁ ଝୁଣି ଝୁଣି ମାରିଦେଲା କୁକୁର ।
ଘର ବାହାରେ ଏକ ପାଗଳ କୁକୁର ଏଭଳି କାଣ୍ଡ ଭିଆଇଛି । ଯାହା ଏବେ ଭୋଗରାଇରେ ଅଞ୍ଚଳରେ ଚାଞ୍ଜଲ୍ୟ ଖେଳାଇଛି । ଏଭଳି ଅଘଟଣ ଘଟିଛି।
ମୃତକ ହେଲେ ନାରାୟଣପୁର ଗାଁର ବାସନ୍ତୀ ସାହୁ । ସେ ଘର ବାହାରେ ବସିଥିବା ବେଳେ, ପାଗଳ କୁକୁର ଆକ୍ରମଣ କରିଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଛି ।
ଏହି ଆକ୍ରମଣ ଯୋଗୁ ଗ୍ରାମବାସୀ ପାଗଳ କୁକୁରକୁ ପିଟି ପିଟି ମାରି ଦେଇଛନ୍ତି ।