ସୁଭଦ୍ରା ଆବେଦନକାରୀଙ୍କ ପାଇଁ ବଡ ଚେତାବନୀ। ବର୍ତ୍ତମାନ ସମୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟର ଟଙ୍କାକୁ ସ୍ଥଗିତ ରଖିଛନ୍ତି ସରକାର। ଡିସେମ୍ବର ୨୫ରେ ଏହି ଟଙ୍କା ମିଳିବାର ଥିଲା। କିନ୍ତୁ ଏବେ ଯାଞ୍ଚ ପ୍ରକ୍ରିୟା ସାରିବା ପରେ ଏହି ଟଙ୍କା କେବେ ମିଳିବ ତାହା ପରବର୍ତ୍ତୀ ସମୟରେ ସରକାର ଘୋଷଣା କରିବେ।
ଡ଼ିସେମ୍ବର ୨୫ ତାରିଖରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖା ଯାଇଛନ୍ତି। ସୁଭଦ୍ରା ଟଙ୍କା ପାଇବାକୁ ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଦେଇଛନ୍ତି ଶେଷ ସୁଯୋଗ। କେୱାଇସି ଯାଞ୍ଚ ସମସ୍ୟା ଥିବାରୁ ୫ ଲକ୍ଷ ୧୧ ଜଣ ଆବେଦନକାରୀ ମହିଳାଙ୍କୁ ଆଉ ଏକ ସୁଯୋଗ ମିଳିଛି। କେୱାଇସି ଅପଡେଟ ହେଇନଥିବାରୁ ଅଟକିଛି ଆବେଦନ।
ଓଟିପି ଜରିଆରେ କେୱାଇସି କରିଥିଲେ ବାୟୋମେଟ୍ରିକ୍ ଜରିଆରେ କେୱାଇସି କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଜନସେବା କେନ୍ଦ୍ରରେ ଏହି କେୱାଇସି ଯାଞ୍ଚ ହେବ। ଆଉ ଯାଞ୍ଚ ସରିଲେ ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ବିଭିନ୍ନ କାରଣରୁ ବାତିଲ ହେଇଥିବା ପ୍ରାୟ ୨ ଲକ୍ଷ ୮୧ ହାଜର ଆବେଦନରୁ ୧୫% ଯାଞ୍ଚ ଶେଷ ହେଇନାହିଁ। ଅର୍ଥାତ୍ ୮୫ % ଯାଞ୍ଚ ପ୍ରକ୍ରିୟା ଶେଷ ହେଇଯାଇଛି।
ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ହେଇଥିବା ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ବର୍ତ୍ତମାନ ସୁଧା ୩୧ ହଜାର ମହିଳା ଟଙ୍କା ନନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ରାଜ୍ୟରେ ସୁଭଦ୍ରା ଯୋଜନାରେ ପଞ୍ଜିକରଣ ଟପିଛି କୋଟିଏ। ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ଆବେଦନକାରୀ ପ୍ରଥମ କିସ୍ତି ପାଇସାରିଥିବା ବେଳେ ଏବେ ଅପେକ୍ଷାରେ ରହିଛନ୍ତି ୨୦ ଲକ୍ଷରୁ ଅଧିକ ମହିଳା।