କିଛି ଲୋକଙ୍କ ସହ ବାରମ୍ବାର ଦୁର୍ଘଟଣା ଘଟିଥାଏ । ତାଙ୍କ ଶରୀରରେ କୌଣସି ନା କୌଣସି ଜାଗାରେ ଆଘାତ ଲାଗିଥାଏ । ଏହି ଦୁର୍ଘଟଣା ରାହୁଙ୍କ କୋପ ଦୃଷ୍ଟି ଫଳରେ ହୋଇଥାଏ । ଆଜିର ଏହି ଯୁଗରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଯଦି ସବୁବେଳେ କାହା ସହ ଦୁର୍ଘଟଣା ଘଟୁ ଅଛି ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ ।
ଏହା ଏକ ବଡ଼ ବିପଦ । ଯାହାକି ଆପଣଙ୍କ ମୁଣ୍ଡ ଉପରେ ଖଣ୍ଡା ପରି ଝୁଲୁଥାଏ । କେତେବଳେ କଣ ହେବ ତାହାର କୌଣସି ବାସ୍ତବ ନଥାଏ । ତେଣୁ ଆପଣ ନିହାତି ଭାବରେ ଜାଣିବା ଉଚିତ୍ କି ଦୁର୍ଘଟଣା କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର କ’ଣ । ତେବେ ଆସନ୍ତୁ ଜାଣିବା ଏହାର କିଛିଟା ପ୍ରତିକାର ବିଷୟରେ…
ଜୀବନକୁ ସୁରକ୍ଷିତ ରଖିବାର ଅନୁଭବ କରିବା ବହୁତ କଷ୍ଟ ହୋଇ ସାରିଲାଣି । କେତେବଳେ କଣ ଘଟିବ ତାହା କାହାକୁ ଜଣାନଥାଏ । ଜୀବନ ଅଛି ତ ଛୋଟ ମୋଟ ଦୁର୍ଘଟଣା ତ ବେଳେବେଳେ ହୋଇଥାଏ । କିନ୍ତୁ ସେହି ଦୁର୍ଘଟଣା ଯଦି ଆପଣଙ୍କ ସହ ବାରମ୍ବାର ହୋଇ ବଡ଼ ଧରଣର ହେଉଥାଏ ।
କେତେବଳେ ଆପଣଙ୍କ ହାତ ଭାଙ୍ଗିବା ତ କେତେବେଳେ ଆପଣଙ୍କ ଗୋଡ ଆଉ କେତେବେଳେ ମୁଣ୍ଡ ଫାଟିବା ଭଳି ବଡ଼ ବଡ଼ ଦୁର୍ଘଟଣା ଯଦି ଆପଣଙ୍କ ସହ ହେଉଛି ତେବେ ଏହା ଗ୍ରହ ଦୋଷ କାରଣରୁ ହୋଇଥାଏ ।
କିଛି ଲୋକଙ୍କ ସହ ବାରମ୍ବାର ଦୁର୍ଘଟଣା ଘଟିଥାଏ । ତାଙ୍କ ଶରୀରରେ କୌଣସି ନା କୌଣସି ଜାଗାରେ ଆଘାତ ଲାଗିଥାଏ । ଏହି ଦୁର୍ଘଟଣା ରାହୁଙ୍କ କୋପ ଦୃଷ୍ଟି ଫଳରେ ହୋଇଥାଏ । ତେଣୁ ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ହେଉଥାଏ ତେବେ ଏହି ସବୁ ପାଇଁ ରାହୁ ଗ୍ରହ ହିଁ ଦାୟୀ ହୋଇଥାନ୍ତି । ତେଣୁ ଆପଣଙ୍କୁ ପ୍ରଥମେ ରାହୁ ଗ୍ରହକୁ ଶାନ୍ତ କରିବାକୁ ପଡ଼ିବ ।
ରାହୁଙ୍କର ସବୁଠାରୁ ପ୍ରିୟ ହୋଇଥାଏ ଚନ୍ଦନ । ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ଦେଉଛି ତେବେ ଆପଣ ରାହୁଙ୍କ ପ୍ରିୟ ଚନ୍ଦନ ଟୋପା ଟିଏ ନିଜ ମୁଣ୍ଡରେ ନିହାତି ଲଗାନ୍ତୁ । ଆପଣ ମୁଣ୍ଡରେ ଚନ୍ଦନ ଟୋପାଟିଏ ଲଗାଇବା ସହ ଆପଣଙ୍କ ପକେଟରେ ଗୋଟିଏ ଦୁବ ଘାସ ନିହାତି ରଖନ୍ତୁ । ଆପଣ ଯଦି ଏହି ଦୁଇଟି ଉପାୟକୁ ପାଳନ କରନ୍ତି ତେବେ ଆପଣଙ୍କ ସହ ହେଉଥିବା ଦୁର୍ଘଟଣା ଆଉ ହେବନାହିଁ ।
ମଣିଷ ଜୀବନରେ ଘଟଣା ଘଟିବା ପଛରେ ଗ୍ରହ ଦାୟୀ ଥାଏ । ମଣିଷ ଗ୍ରହମାନଙ୍କ ଇସାରାରେ ହିଁ ଚାଲିଥାଏ । ଗ୍ରହର ଚଳନ ମଣିଷ ଜୀବନରେ ପରିବର୍ତ୍ତନ ଆଣିଥାଏ । କେତେବେଳେ ଶୁଭ ପରିଣାମ ଆଣିଥାଏ ତ କେତେବେଳେ ଦୁର୍ଘଟଣା ଭଳି ଅଶୁଭ ପରିଣାମ ମଣିଷକୁ ଭୋଗ କରାଇଥାନ୍ତି ।
ତେଣୁ ଆପଣ ପ୍ରତିଦିନ ଘରୁ ବାହାରିବା ବେଳେ ମୁଣ୍ଡରେ ଚନ୍ଦନା ଟିପା ଲଗାଇ ବାହାରନ୍ତୁ । ଏବଂ ନିଜ ଡ୍ରେସ ପକେଟ ଦୁବ ଘାସ ରଖି ବାହାରିବା ଦ୍ଵାରା ଆପଣଙ୍କ ଗ୍ରହ ଦୋଷ କଟିଯାଇଥାଏ ।