5T ସଚିବଙ୍କ ସଭାକୁ ଆସିବା ପାଇଁ ଲୋକଙ୍କୁ ଟଙ୍କା ବଣ୍ଟା ଯାଉଛି । ଯାଜପୁର ବିଂଝାରପୁର ଅଞ୍ଚଳରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସବୁଠାରୁ ବଡ଼ କଥା ହେଉଛି ଉକ୍ତ ଅଞ୍ଚଳର ପିଇଓ ଖୋଦ୍ ଟଙ୍କା ବାଣ୍ଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଭିଡ଼ିଓରେ ବିଝାଂରପୁର ବ୍ଲକ ମାଂସଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦଶରଥପୁର ବ୍ଲକ ମଲ୍ଲିକାପୁର ଠାରେ କିଛି ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା ।
ଧାଡ଼ି କରି ଲୋକେ ତାଙ୍କ ଠାରୁ ଟଙ୍କା ନେଉଥିବା ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ତେବେ, କଣ ସତରେ ଟଙ୍କା ପାଇଁ 5T ସଚିବଙ୍କ ସଭାକୁ ଲୋକେ ଆସୁଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଦେଖନ୍ତୁ ଭିଡିଓ :-
ଅନ୍ୟପକ୍ଷରେ ଏଥିନେଇ ଅଭିଯୁକ୍ତ ପିଇଓ ଗୋପାଳ ମହାନ୍ତିଙ୍କୁ ପଚରା ଯାଇଥିବା ବେଳେ ସେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ।
ତାଙ୍କ କହିବା ମୁତାବକ ସେ ସରକାରୀ କାର୍ଯ୍ୟକ୍ରମକୁ ଯିବା ଲାଗି କିଛି ସାଙ୍ଗଙ୍କୁ ପେଟ୍ରୋଲ ପାଇଁ ପଇସା ଦେଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୩୧ ତାରିଖରେ 5T ସଚିବ ଯାଜପୁର ଜିଲ୍ଲା ବିଂଝାରପୁର ଗସ୍ତ କରିଥିଲେ ।