ସମସ୍ତେ ଜାଣନ୍ତି ମଣିଷ ଜୀବନରେ ଯେତେବେଳେ ଶେଷ ସମୟ ଆସେ ତାଙ୍କର ଶେଷ ଇଛା ପୂରଣ କରିବା ପାଇଁ ସମ୍ପର୍କୀୟ ନିଶ୍ଚିତ ଚାହିଁଥାନ୍ତି । ହେଲେ ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କର୍କଟ ରୋଗରେ ପୀଡିତା ସ୍ତ୍ରୀ ସ୍ୱାମୀଙ୍କୁ ନିଜର ଶେଷ ଇଛା ପୁରଣ କରିବାକୁ କହିଥିଲେ । ହେଲେ ସ୍ତ୍ରୀ ର ଶେଷ ଇଚ୍ଛା ଶୁଣି ସ୍ୱାମୀର ଉଡିଯାଇଥିଲା ହୋସ୍ । ସ୍ତ୍ରୀ’ଙ୍କ ଇଚ୍ଛା ଥିଲା ମରିବା ପୂର୍ବରୁ ପୂର୍ବ ପ୍ରେମିକଙ୍କ ସହ ଶେଷଥରପାଇଁ ଶାରୀରିକ ସମ୍ପର୍କ ରଖିବାକୁ ଚାହେଁ ।
ସୂଚନାଯୋଗ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଦମ୍ପତ୍ତି । ସେଠାରେ ପତ୍ନୀ ଗମ୍ଭୀର ରୋଗରେ ପୀଡ଼ିତ ଥିବା କଥା କହିବା ସହ ୯ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହେବ ବୋଲି କହିଥିଲେ ଡାକ୍ତର । ଏହା ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିବା ସହ ପତ୍ନୀଙ୍କ ସବୁ ସ୍ବପ୍ନ ପୁରଣ କରିବାକୁ ଅଣ୍ଟା ଭିଡିଥିଲେ ସ୍ବାମୀ ।
ସ୍ତ୍ରୀ କର୍କଟ ରୋଗରେ ପୀଡିତ ଅଛନ୍ତି ଆଉ ଜୀବନ ଯୁଦ୍ଧରେ ଲଢେଇ କରୁଛନ୍ତି । ତାଙ୍କର ଶେଷ ସମୟ ଆସିଗଲାଣି ଜାଣିବା ପରେ ସେ ତାଙ୍କ ସ୍ୱାମୀଙ୍କୁ ଅନୁରୋଧ କରିଥିଲେ କି ସେ ମାତ୍ର ଗୋଟିଏ ରାତି ତାଙ୍କ ପୂର୍ବ ପ୍ରେମିକ ସହ ଏକାଠି ରହିବାକୁ ଚାହୁଁଛନ୍ତି ।
ସ୍ୱାମୀ ଜଣକ ନିଜ ସ୍ତ୍ରୀଙ୍କ ଶେଷ ଇଛା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ କହିଥିଲେ ମୁଁ ତୁମର ଶେଷ ଇଛା ପୂରଣ କରିବାକୁ ଚେଷ୍ଟା କରିବି । ସ୍ତ୍ରୀଙ୍କର ଏହି କଥା ସ୍ୱାମୀଙ୍କ ମନକୁ ବହୁତ ଆଘାତ ଦେଇଥିଲେ ବି ସେ ଏଭଳି ଦୁଃଖଦ ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ସ୍ୱାମୀ ସ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି ବୋଲି କହିଛନ୍ତି ଆଉ ଶେଷ ସମୟରେ ସ୍ତ୍ରୀଙ୍କର ଏଭଳି କଥା ଶୁଣି ବା ପରେ ସେ କହିଛନ୍ତି ଏ କଥା କୁ ମୁଁ ସାରାଜୀବନ ଭୁଲି ପାରିବି ନାହିଁ ।