ରାଜଧାନୀ ରେ ଦେହଜୀବୀଙ୍କ ଉତ୍ପାତ, ପାର୍କ ଠାରୁ ଧରି ରାସ୍ତା ଉପରେ ଦେଖାଉଛନ୍ତି ଅଙ୍ଗ, ଦେଖନ୍ତୁ ଫଟୋ

ପ୍ରତି ସାକ୍ଷାତକାରରେ ଆପଣ ସବୁବେଳେ ଶୁଣିଥିବେ ଯେ, ଆପଣଙ୍କ ହବି କଣ ? ଆପଣ କଣ କରିବାକୁ ପସନ୍ଦ କରିଥାନ୍ତି, କଣ ଦେଖିବାକୁ ଭଲ ପାଆନ୍ତି ଏମିତି ଅନେକ କିଛି । କେବେ କେହି ମଧ୍ୟ ନିଜର ଗୁପ୍ତାଗ୍ରହ ପାଇଁ କେବେ ପ୍ରଶ୍ନ କରନ୍ତି ନାହିଁ ।

ଥରେ ଚିନ୍ତା କରନ୍ତୁ ଆପଣ ବାଇକ ଯୋଗେ ବିଳମ୍ବିତ ସଂଧ୍ୟାରେ ରାଜଧାନୀର ରାଜରାସ୍ତାରେ ଯାଉଥିବେ ଏବଂ କେଉଁ ଏକ ସ୍ଥାନରେ ସୁନ୍ଦରୀ ରୂପଧାରୀ ଜଣେ କିନ୍ନର ଆପଣଙ୍କୁ ଇଶାରା ଦିଅନ୍ତି ସେତେବେଳେ କଣ ଇଚ୍ଛା ହୁଏ ଆପଣଙ୍କର? ଆମେ ଏହି ପ୍ରଶ୍ନ କେବେ ବି କରିବୁ ନାହିଁ ଯେ, ଓଡ଼ିଶାର ସୋନାଗାଚ୍ଛି କୁହାଯାଉଥିବା ମାଳି ସାହି ଦେଇ ଗଲା ବେଳେ ଆପଣଙ୍କ କଣ ଇଚ୍ଛା ହୁଏ? ଏକଥା ଯେ କେହି ବି କହିଦେବ ଯେ, ଯାହାର ଇଚ୍ଛା ହେଲା ସେ ଗଲା ଓ କଲା । ଏଥିରେ କାହାର ମୁଣ୍ଡ ପୁରାଇବା କଣ ଦରକାର । ଏହି ସବୁ କାମନାର ପୂର୍ଣ୍ଣତା ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯଦି ଆମେ କହୁ ଏମିତି ବି କିଛି ସ୍ଥାନ ଅଛି ଯେଉଁଠି ଆପଣଙ୍କୁ ମାଗଳା ମିଳିବ ଯୌନତୃପ୍ତି ।

କିନ୍ତୁ ସାବଧାନ! ଆପଣ ଜାଣନ୍ତି, ଓଡିଶାର ରାଜଧାନୀ ଭୁବନେଶ୍ବର ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦେହଜୀବୀଙ୍କ ଉତ୍ପାତ । କେତେବେଳେ ଗ୍ରାହକଙ୍କ ସହ ଝଗଡା ତ କେତେବେଳେ ବାଡ଼ିଆ ପିଟା ଓ ଚୋରି । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏବେ ଏହି ଦେହଜୀବୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି ।

ସେହିପରି ଏକ ଘଟଣା ଗତ ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡରେ ଦେଖିବାକୁ ମିଳିଛି, ଏଥର କିନ୍ତୁ ସେମାନଙ୍କ କବଳରେ ପଡିଛନ୍ତି ଖୋଦ ପୋଲିସ । ଏହି ଖବର ମୁତାବକ ଅଶୋକ ନଗର ଅଞ୍ଚଳରେ କେତେକ ଦେହଜୀବୀ ନିଜ ନିଜ ଭିତରେ ଝଗଡା କରୁଥିଲେ, ଉକ୍ତ ଅଞ୍ଚଳରେ ଥିବ ପିସିଆର୍ ଭ୍ୟାନ ସେମାନଙ୍କୁ ଘଉଡାଇଥିଲା ।

କିନ୍ତୁ ଏହାପରେ ପୁଣି ବିଳମ୍ବିତ ରାତିରେ ସେମାନେ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡରେ ପୁଣି ଝଗଡା କରିବାରୁ କ୍ୟାପିଟାଲ ଥାନା ପୋଲିସ ସେଠାରେ ପହଞ୍ଚିଥିଲା, କିନ୍ତୁ ଏଥର ଦେହଜୀବୀ ମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ପୋଲିସ ଭ୍ୟାନ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ପୋଲିସ କର୍ମଚାରୀ ଅଳ୍ପକେ ବର୍ତିଯାଇଛନ୍ତି । ଏହି ଘଟଣା ରେ ପୋଲିସ ଏକ ମାମଲା ରୁଜୁ କରିଛି କିନ୍ତୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରିପାରିନାହିଁ । ତେବେ ରାଜଧାନୀରେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ଏହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣ ପକ୍ଷରୁ ଦାବି କରାଯାଇଛି ।