ମଧ୍ୟପ୍ରଦେଶର ଉଜ୍ଜୈନରୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି, ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଅଭିଯୁକ୍ତକୁ କଠୋର ଦଣ୍ଡଦେବା ପାଇଁ ଦାବି ହେଉଛି । ତେବେ ସାମ୍ନାକୁ ଆସିଛି ଏବେ ଅଭିଯୁକ୍ତର ବାପା ମାଆଙ୍କ ପ୍ରତିକ୍ରିୟା । ସେ ତାଙ୍କ ପ୍ରତିକ୍ରିୟାରେ କଠୋର ଦଣ୍ଡ ଦେବା ପାଇଁ କହିଛନ୍ତି ।
ଏପରିକି ଯଦି ତାଙ୍କ ପୁଅ ଦୋଷୀ ପ୍ରମାଣିତ ହୁଏ, ତାହା ହେଲେ ଫାଶି ନୁହେଁ ବରଂ ସିଧା ଗୁଳି କରିଦେବା ପାଇଁ ସେମାନେ କହିଛନ୍ତି । ଉଜ୍ଜୈନରେ 25 ସେପ୍ଟେମ୍ବର ରାତି 3 ଟାରୁ 6 ଟା ମଧ୍ୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ମହାକାଳ ଥାନା ପୋଲିସ୍ ଅଭିଯୁକ୍ତ ଭରତ ସୋନିକୁ ଗିରଫ କରିଥିଲା ।
ତେବେ ଅଭିଯୁକ୍ତର ବାପା ମାଆ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । କାନ୍ଦି କାନ୍ଦି କହିଛନ୍ତି ଯେ ଭରତ ଏପରି କାମ କେବେ କରିନଥିବ । ସେ ସବୁବେଳେ ରାତି 2 ଟା ଭିତରେ ଘରକୁ ଚାଲିଆସେ । କିନ୍ତୁ ସେଦିନ ତାର ଆସିବା ବିଳମ୍ବ ହୋଇଥିଲା । ଏପରିକି ସେ ସକାଳ 10 ଟା ପର୍ଯ୍ୟନ୍ତ ଘରେ ଶୋଇଥିଲା ।ଅଭିଯୁକ୍ତର ମାଆ ଏବଂ ଭାଇ କହିଛନ୍ତି ଯେ ଭରତ ନିଶ୍ଚୟ ନିର୍ଦ୍ଦୋଷ ସାବ୍ୟସ୍ତ ହେବ । ପରିବାରର ସମସ୍ତେ କହିଥିଲେ ଯେ ଯଦି ଭରତ ଦୋଷୀ, ତାହେଲେ ତାକୁ କଡ଼ା ଦଣ୍ଡ ମିଳିବା ଦରକାର । ଫାଶି ଦେବାର କୌଣସି ଆବଶ୍ୟକ ନାହିଁ, ଏପରି ପିଲାକୁ ସିଧା ଗୁଳି ମାରିଦେବାକୁ ଅଭିଯୁକ୍ତର ବାପା ମା କହିଛନ୍ତି ।
ଦେଖନ୍ତୁ ଭିଡିଓ :-
ପୋଲିସ କହିବାନୁସାରେ ଅଭିଯୁକ୍ତ ଜଣକ ଘଟଣା ପରେ ମୋବାଇଲ ବନ୍ଦ ରଖିଥିଲା । ଅଟୋର ନମ୍ବର ପ୍ଲେଟ୍ ଏବଂ ପରିଚୟ ବଦଳାଇ ଦେଇଥିଲା । ସେପଟେ ଅଭିଯୁକ୍ତର ବାପା ମାଙ୍କ କହିବାନୁସାରେ 25 ସେପ୍ଟେମ୍ବରୁ ଗାଡ଼ି ଚଲାଉଥିଲା ଏବଂ ତାର ମୋବାଇଲ ବନ୍ଦ ନଥିଲା । ସବୁଠୁ ବଡ଼ କଥା ହେଲା ଯେତେବେଳେ ଜଣେ ଅଟୋ ଚାଳକ ଏଭଳି କାରନାମା କରିଛି, ସେତେବେଳେ ରାଜୁ ସୋନି ଜାଣିଥିଲେ, ଏ ବାବଦରେ ସେ ତାଙ୍କ ପୁଅ ଭରତଙ୍କୁ ପଚାରିଥିଲେ । ପ୍ରଥମେ ଏକଥା ଶୁଣି ଭରତ କିଛି ସମୟ ପାଇଁ ହଡ଼ବଡ ହୋଇଯାଇଥିଲା । ଏହି ବିଷୟରେ ସେ ଅଳ୍ପ କିଛି ସୂଚନା ପାଇଛି ବୋଲି କହିଥିଲା ।