ବାହାଘରକୁ ଦୁଇ ସପ୍ତାହ ବି ପୂରି ନଥିଲା । ହେଲେ ସ୍ୱାମୀଙ୍କୁ ଛାଡ଼ି ସ୍ତ୍ରୀ ଫେରାର୍ । ଏହି ଖବର ଯେତିକି ଚର୍ଚ୍ଚା ସୃଷ୍ଟି କରିଛି ଖବର ପଛର କାହାଣୀକୁ ନେଇ ତା’ଠୁ ଚର୍ଚ୍ଚା ହୋଇଛି । କାରଣ ବୋହୂ ଖାଲି ଫେରାର୍ ହୋଇଛି ବଂର ସୁନା ଧରି ଚମ୍ପଟ ମାରିଛି । ବାପଘରେ ସାମ୍ବୀଙ୍କୁ ବସାଇ ଫେରାର ହୋଇଯାଇଛି ନୂଆବୋହୂ ।
ଘଟଣାଟି ଘଟିଛି ବନମାଳିପୁର ବାଘବରାହୀପାଟଣା ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ଯୁବକ ପୁରୀ ଟାଉନଥାନା ମାଟିମଣ୍ଡପ ସାହିରେ ବିବାହ କରିଥିଲେ । ଗତ ୯ ତାରିଖରେ ପୁରୀର ଏକ କଲ୍ୟାଣ ମଣ୍ଡପରେ ବୈଦିକ ରୀତିନୀତିରେ ବିବାହ ଶେଷ ହୋଇଥିଲା ।
ତେବେ ଏହି ବିବାହରେ ବର ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇନଥିଲା । ବରଂ ବରପକ୍ଷ ସବୁ ଖର୍ଚ୍ଚ ବହନ କରିଥିଲେ ଓ ବୋହୂ ପାଇଁ ସବୁ ଗହଣା କିଣିଥିଲେ । ହେଲେ ବିବାହ ପରେ ଚତୁର୍ଥୀ ପାଇଁ ଅମଙ୍ଗ ହୋଇଥିଲା କନ୍ୟା ଏମିତିକି ଶାରୀରିକ ସମ୍ବନ୍ଧ ରଖିଲେ ସ୍ୱାମୀ ଉପରେ ବିପଦ ଥିବା କହିଥିଲା କନ୍ୟା । ବୋହୂର ଚାଲ ବରଘର ବୁଝିପାରିନଥିଲେ । ରଥଯାତ୍ରା ଚାଲିଥିବାରୁ ବୋହୂ ବାପଘର ପୁରୀ ବୁଲି ଯିବାକୁ କହିଥିଲେ । ତେଣୁ ରବିବାର ଦିନ ଉଭୟ ସ୍ୱାମୀ-ସ୍ତ୍ରୀ ପୁରୀ ବୁଲି ଯିବାକୁ ବାହାରିଥିଲେ ।
ଆହୁରି ପଢନ୍ତୁ :- କଣ ପାଇଁ ପୁରୁଷ ଏବଂ ମହିଳାମାନେ ଅବୈଧ ଶାରୀରିକ ସମ୍ୱନ୍ଧ ସ୍ଥାପନ କରନ୍ତି? ରିସର୍ଚ୍ଚ ରୁ ସାମ୍ନା କୁ ଆସିଲା ଏହି ବଡ କାରଣ
ଜଗନ୍ନାଥ ଦର୍ଶନ ସାରି ଉଭୟେ ବୋହୂଙ୍କ ବାପଘରେ ପହଂଚିଥିଲେ । ଜ୍ୱାଇଁ ଶ୍ୱଶୂର ଘରେ ବସିଥିବାବେଳେ ଝିଅ ସାହି ବୁଲିବାକୁ ଯାଇ ଆଉ ଫେରିନଥିଲେ । ଜ୍ୱାଇଁ ଘରେ ବସିବସି ରାତି ପାହିଲା ପଛେ ଝିଅ ଫେରିଲା ନାହିଁ । ଫୋନ କଲା ବେଳକୁ ଫୋନ୍ ମଧ୍ୟ ସ୍ୱିଚଅଫ ହୋଇଯାଇଥିଲା । ବିଚରା ଜ୍ୱାଇଁ କାନମୁଣ୍ଡା ଆଉଁସି ଘରକୁ ଆସିଥିଲେ । ପରେ ଜଣାପଡିଲା ଯେ ନୂଆବୋହୂ ସାଙ୍ଗରେ ପିନ୍ଧିଥିବା ଗହଣା ସହ ଆଲମାରିରେ ଥିବା ସୁନା ଗହଣାକୁ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି । ଏହାକୁ ନେଇ ବରଘର ପକ୍ଷରୁ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।