ମରିବାକୁ କମ୍ ସମୟ ଅଛି ଜାଣି ମଧ୍ୟ ପ୍ରେମିକକୁ ବିବାହ କଲେ ଯୁବତୀ! ଜାଣନ୍ତୁ ଘଟଣା ପଛର କାହାଣୀ

ବର୍ତ୍ତମାନ ସମୟରେ ପ୍ରେମକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ନାନା ଉଦାହରଣ ବି ଦେଖିବାକୁ ମିଳୁଛି । ସମାଜରେ ଘଟୁଥିବା ଘଟଣାକୁ ଦେଖି ଲୋକେ କହୁଛନ୍ତି ପ୍ରକୃତ ପ୍ରେମ ଆଉ ଏ ଦୁନିଆରେ ନାହିଁ । ସମସ୍ତେ ଏଠି ଛଳନା ଓ ପ୍ରତାରଣାର ଶିକାର । ହେଲେ ହୁଏ ତ ଏପରି ଭାବିବା ଭୁଲ । କାରଣ ଦୁନିଆରେ ଉଭୟ ଭଲ ଓ ଖରାପ୍ ଶ୍ରେଣୀର ଲୋକ ରହିଛନ୍ତି । ସମସ୍ତେ ଯେ ସ୍ବାର୍ଥବାଦୀ ତାହା କହିବା ହୁଏ ତ ସମ୍ପୂର୍ଣ ରୂପେ ଭୁଲ୍ ଅଟେ ।

କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ପ୍ରେମ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଯେଉଁମାନେ ବିଶ୍ୱାସ ଓ ଭାରସାର ସହିତ ପ୍ରେମ କରନ୍ତି । ଏପରି ଏକ ଘଟଣା ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ମାନଙ୍କ ମନରେ ପ୍ରେମକୁ ନେଇ ଯେଉଁ ଅବିଶ୍ବାସ ମନରେ ରହିଛି ତାହା ହୁଏ ତ ଦୂର ହୋଇଯାଇ ପାରେ । ଆପଣ ମାନେ ବି କହିବେ ୟାକୁ ହିଁ କହନ୍ତି ପ୍ରକୃତ ପ୍ରେମ । ଯେଉଁଠାରେ ନା ସ୍ବାର୍ଥ ରହିଛି ନା ଟଙ୍କା ପଇସାର ଲୋଭ ।

ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଡିମ୍ପଲ୍ ପର୍ମାନ୍ ଓ ନୀତେଶଙ୍କ କାହାଣୀ । ଦୁହେଁ କଲେଜରେ ପଢ଼ିବା ସମୟରେ ପ୍ରେମ ସଂପର୍କରେ ବାନ୍ଧି ହୋଇଥିଲେ । ଏହାର ଗଭୀରତା ଓ ପବିତ୍ରତା ଏତେ ଥିଲା ଯେ ଦୁହେଁ ଦୁହିଁଙ୍କ ସହିତ ସାରା ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିଲେ । ଭଗଵାନଙ୍କ ଖେଳ ବି ଅଜିବ । ସେ ସବୁ ବେଳେ ଭଲ ଜିନିଷକୁ ପରଖିବା ପାଇଁ ତାର ବେଶୀ ପରୀକ୍ଷା ନିଅନ୍ତି ।

ଆହୁରି ପଢନ୍ତୁ :- ସୁଯୋଗ ପାଇ ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର, ଗ୍ରହଣ କଲେନି ସ୍ୱାମୀ, କହିଲା- ଏବେ ତୁ ମୋ ମାଆ, ଆଉ ତାପରେ…

ନୀତେଶ ନିଜର ସମସ୍ତ ଅକୁହା କଥା ସେୟାର କରନ୍ତି ଡ଼ିମ୍ପଲ୍ ଙ୍କ ସହିତ । କିଛି ଦିନର ପ୍ରେମ ସଂପର୍କ ପରେ ନୀତେଶଙ୍କ ସ୍ୱାସ୍ଥ୍ୟ ଖରାପ୍ ହେବାରେ ଲାଗିଲା । ଡାକ୍ତରଙ୍କ ସହ ପରାମର୍ଶ ପରେ ଜଣା ପଡିଲା ଯେ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି । ଡିମ୍ପଲ୍ ଏହା ଜାଣିବା ପରେ ମଧ୍ୟ ନୀତେଶଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଧୀରେ ଧୀରେ ନୀତେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରେ ଲାଗିଲା । ଯାହା ପରେ ସେ ଜାଣିବାକୁ ପାଇଲେ ତାଙ୍କର ପୁରା ଶରୀରରେ କ୍ୟାନ୍ସର ବ୍ୟାପି ଯାଇଛି । ସେ ଆଉ ମାତ୍ର ଛଅ ମାସ ବଞ୍ଚିବେ । ଡିମ୍ପଲ୍ ନିତେଶଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ପ୍ରୟାସ କରି ମଧ୍ୟ ଫେଲ ମାରିଲେ । ଶେଷରେ ନୀତେଶ ସବୁ ଦିନ ପାଇଁ ଆଖି ବୁଜି ଦେଲେ ।