ଭାରତରେ ଏପରି ଏକ ପୁଷ୍କରିଣୀ ଯାହା ରାବଣର ମୂତ୍ରରୁ ଉତ୍ପତ୍ତି ହୋଇଛି, ଜାଣନ୍ତୁ ଏହା ପଛର ରୋଚକ କାହାଣୀ

କଣ ଆପଣ ଜାଣନ୍ତି କି ଭାରତରେ ଏଭଳି ଏକ ପୁଷ୍କରିଣୀ ରହିଛି ଯାହା ରାବଣର ମୂତ୍ରରେ ସୃଷ୍ଟି ହୋଇଛି ! ଆଜ୍ଞା ହଁ, କଥା ଟି ଆପଣଙ୍କୁ ହୁଏ ତ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ପୁରାଣରେ ଏହାକୁ ନେଇ ଅନେକ କଥା ରହିଛି । କିଛି ଲୋକେ ଏହାକୁ ସତ ବୋଲି ମାନୁଥିବା ବେଳେ ଆଉ କିଛି ଲୋକେ ଏହାକୁ ଏକ କାଳ୍ପନିକ କାହାଣୀ ବୋଲି ମାନିଥାନ୍ତି ।

ଏଭଳି ଏକ ପୁଷ୍କରିଣୀ ଝାରଖଣ୍ଡ ରାଜ୍ୟର ବୈଦ୍ୟନାଥ ଧାମରେ ରହିଛି । ବୈଦ୍ୟନାଥ ଧାମ ଭଗବାନ ଶିବଙ୍କ ପାଇଁ ପ୍ରସିଦ୍ଧ । ପୁରାଣ ଅନୁସାରେ , ଏହି ଶିବ ଲିଙ୍ଗ ରାବଣ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ଏହି ଧାମରେ ରହିଛି ଦୁଇଟି ପୁଷ୍କରିଣୀ ଯାହାକି ରାବଣର ମୂତ୍ରରୁ ସୃଷ୍ଟି । ଏବଂ ସାଧାରଣ ଲୋକେ ମଧ୍ୟ ଏହି ପୁଷ୍କରିଣୀ ମଧ୍ୟରେ ପ୍ରବେଶ କରି ନଥାନ୍ତି । 

ତେବେ ଜାଣନ୍ତୁ କିପରି ହୋଇଥିଲା ଏହି ପୁଷ୍କରିଣୀର ସୃଷ୍ଟି…….

ପୁରାଣ ଅନୁସାରେ, ଥରେ ରାବଣ ଶିବଙ୍କୁ ନିଜ ସହିତ ଲଙ୍କା ଯିବା ପାଇଁ କହିଥିଲା । ଶିବ ରାବଣ କଥାରେ ଏକ ସର୍ତ୍ତ ରଖି ଲଙ୍କା ଯିବା ପାଇଁ ରାଜି ମଧ୍ୟ ହୋଇ ଯାଇଥିଲେ । ଶିବଙ୍କ ସର୍ତ୍ତ ଅନୁସାରେ ଯଦି ରାବଣ ତାଙ୍କୁ କେଉଁଠାରେ ରଖି ଦିଏ ତେବେ ସେ ଆଉ ଲଙ୍କା ଯିବେ ନାହିଁ । 

ଭଗବାନ ଶିବଙ୍କର ଲଙ୍କା ଯିବା କଥା ସମସ୍ତ ଦେବତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଭଗବାନ ବିଷ୍ଣୁ ରାବଣର ଏପରି କାର୍ଯ୍ୟକୁ ରୋକିବା ପାଇଁ ଏକ ବାଳକ ବେଶ ଧାରଣ କରି ପୃଥିବୀକୁ ଆସିଥିଲେ । ସେ ଗଙ୍ଗା ମାତାଙ୍କୁ ମଧ୍ୟ ରାବଣ ଶରୀରରେ ଜଳ ଶରୀରରେ ସୃଷ୍ଟି କରିବା ପାଇଁ କହିଥିଲେ ।

ପରେ ବିଷ୍ଣୁ ରାବଣ ସହ ଯିବା ସମୟରେ ବାଟରେ ରାବଣକୁ ପରିସ୍ରା ଲାଗିବାରୁ ସେ ବିଷ୍ଣୁଙ୍କୁ ଶିବଙ୍କ ମୂର୍ତ୍ତି ଦେଇ ପରିସ୍ରା କରିବା ପାଇଁ ଯାଇଥିଲା । ଏଥି ମଧ୍ୟରେ ମା ଗଙ୍ଗା ରାବଣ ଶରୀରରେ ଜଳ ପ୍ରବାହ କରିବା ଆରମ୍ଭ କରିଥିଲେ ।

ରାବଣର ପରିସ୍ରା ବନ୍ଦ ନ ହେବାରୁ ବିଷ୍ଣୁ ଶିବଙ୍କୁ ତଳେ ରଖି ଦେଇଥିଲେ । ଏବଂ ସେଠାରେ ରାବଣ ନିଜ ମୂତ୍ର ଦ୍ଵାରା ପୁଷ୍କରିଣୀ ମଧ୍ୟ ସୃଷ୍ଟି କରି ଦେଇଥିଲା । ସେହି ଦିନ ଠାରୁ ଭଗବାନ ଶିବ ମଧ୍ୟ ସେହି ସ୍ଥାନରେ ରହି ପୂଜା ପାଇ ଆସୁଛନ୍ତି ବୋଲି କୁହାଯାଏ ।