ଜେଲ୍ ରୁ ବାହାରି ଅର୍ଚ୍ଚନା ନାଗ ପାଲୋଟିଲେ କଳା ନାଗୁଣୀ, କହିଲେ ‘ମୋ ନିଜେ କେସ ନିଜେ ଲଢ଼ିବି ଏବଂ ସମସ୍ତଙ୍କୁ…”

ଅର୍ଚ୍ଚନା ନାଗ ହନୀଟ୍ରାପ ମାମଲା ସାମ୍ନାକୁ ଆସିବା ପରେ ସବୁଠି ସୃଷ୍ଟି ହୋଇଯାଇଥିଲା ଚାଞ୍ଚଲ୍ୟ । ଏହି ହାଇ ପ୍ରୋଫାଇଲ ମାମଲାରେ ଅନେକ ବଡ଼ ବଡ଼ିଆଙ୍କ ହାତ ଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ଯାହାର ପର୍ଦାଫାସ ନିଜେ ଅର୍ଚ୍ଚନା କରିବେ ବୋଲି ଧମକ ଦେଇଥିଲେ । ଆଉ ବର୍ତ୍ତମାନ ଏହା ଅନୁମାନ କରାଯାଉଛି ସେ ସେହି ସମୟ ଆସିଯାଇଛି ।

କାରଣ ଜେଲରୁ ବାହାରି LAW ପରୀକ୍ଷା ଦେଲେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । କହିଲେ ମୁଁ ଓକିଲ ହେବି ଆଉ ନିଜ କେଶ ନିଜେ ଲଢ଼ିବି ଏବଂ ଗୋଟି ଗୋଟି କରି ସମସ୍ତଙ୍କୁ ଆଣି କାଠଗଡ଼ାରେ ଛିଡ଼ା କରିବି । ବର୍ତ୍ତମାନ ୧୪ ମାସ ପରେ ସ୍ୱାମୀ ଜଗବନ୍ଧୁଙ୍କ ହାତ ଧରି ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ ।

ଜେଲରୁ ଆସି ଘରେ ପହଞ୍ଚିଲେ ହନୀଟ୍ରାପ କୁଇନ ଅର୍ଚ୍ଚନା ନାଗ । ମା’ ହାତରୁ ମିଠା ଖାଇ ସମସ୍ତଙ୍କୁ ମୁଣ୍ଡିଆ ମାରି ନିଜ ଘର ଭିତରକୁ ପ୍ରବେଶ କଲେ । ଘର ଭିତରକୁ ଗଲେ ସାଲୱାର ପିନ୍ଧି ଏବଂ ଘରୁ ବାହାରିଲେ ଓକିଲ ଡ୍ରେସ ପିନ୍ଧି । ଖାଲି ସେତିକି ନୁହେଁ ସ୍ୱାମୀ ଏବଂ ପୁଅଙ୍କ ସହିତ LAW ପରୀକ୍ଷା ଦେବାକୁ ଗଲେ ।

ଦେଖନ୍ତୁ ଭିଡିଓ :-

ଆଉ ପରୀକ୍ଷା ଦେଇ ସାରିବା ପରେ ବାହାରକୁ ଆସି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ ଅର୍ଚ୍ଚନା । ଗଣମାଧ୍ୟମ ସାମ୍ନାରେ ସେ କହିଛନ୍ତି ଯେ ସେ ଆରମ୍ଭରୁ ସମସ୍ତଙ୍କୁ ସାମ୍ନା କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ହିଁ ସାମ୍ନା କରିବେ ଏବଂ ନିଶ୍ଚିତ ଭାବରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଲଢ଼ିବେ । ତା’ସହିତ ନିର୍ଦୋଷ ଭାବରେ ବାହାରେ ବୁଲୁଥିବା ଦୋଷୀ ମାନଙ୍କୁ କାଠଗଡ଼ାକୁ ଆଣିବେ ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

ଖାଲି ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଶ୍ଚୟ କୋର୍ଟର ଦ୍ୱାରସ୍ଥ ହେବେ ଏବଂ କୋର୍ଟର ସବୁ ନିୟମ ପାଳନ କରିବା ସହିତ ସବୁ ସାକ୍ଷ ପ୍ରମାଣକୁ କୋର୍ଟରେ ଉପସ୍ଥାପନ କରିବେ । କିଛିଦିନ ତଳେ ଇଡି ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲା । ଦୁଇ ଲକ୍ଷ ଟଙ୍କା ଏବଂ ଦୁଇ ଜଣ ଜାମିଦାରିକ ବଦଳରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଥିଲା । ଏହାବ୍ୟତୀତ ତାଙ୍କୁ ନୟାପଲ୍ଲୀ ଏବଂ ଖଣ୍ଡଗିରିର ଦୁଇଟି ମାମଲାରେ ଜାମିନ ମିଳି ସାରିଥିଲା । ଏହାପରେ ଇଡି ହାଇକୋର୍ଟ ତରଫରୁ ଜାମିନ ମିଳିବା ପରେ ଅର୍ଚ୍ଚନା ବାହାରକୁ ଆସିବା ନେଇ ସ୍ପଷ୍ଟ ହୋଇ ଯାଇଛି ।