ଐଶ୍ୱର୍ୟା-ଅଭିଷେକ ଙ୍କର ହେବ ବିବାହ ବିଚ୍ଛେଦ, ଐଶ୍ୱର୍ୟା ଭରଣପୋଷଣ ପାଇଁ ନେବେ କେତେ କୋଟି ଟଙ୍କା

ବଲିଉଡ଼ର ତାରକା ପରିବାର ଗୁଡିକ ମଧ୍ୟରେ ବଚ୍ଚନ ପରିବାର ଅନ୍ୟତମ । ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଜୟା ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱରୟା ରାୟ ବଚ୍ଚନ ମଧ୍ୟ ସିନେମା ଜଗତରେ ବେସ୍ ପ୍ରତିଷ୍ଠିତ । ତେବେ, ବର୍ତ୍ତମାନ ସମୟରେ ଐଶ୍ୱରୟା ଏବଂ ଅଭିଷେକଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଛି ।

ଏପରିକି କିଛିଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଥିବା ମଧ୍ୟ ଶୁଣିବାକୁ ମିଳୁଛି । ବର୍ତ୍ତମାନ ଐଶ୍ୱରୟା ଝିଅ ଆରାଧ୍ୟା ସହିତ ଅଲଗା ରହୁଥିବା ଜଣାପଡିଛି । ଏପରିକି ଝିଅର ସ୍କୁଲ ଫଙ୍କସନରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । ସେମାନେ ଅଲଗା ଅଲଗା ଆସିବା ସହିତ ଏକାଠି ମଧ୍ୟ ବସିନଥିଲେ ।

ତେବେ, ସବୁଠାରୁ ବଡ଼ କଥା ହେଉଛି ଯଦି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୁଏ ତେବେ ଭରଣପୋଷଣ ପାଇଁ ଅଭିଷେକଙ୍କୁ କେତେ ଟଙ୍କା ଦେବାକୁ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିଷେକ ପ୍ରତିମାସରେ ପ୍ରାୟ ୧.୮ କୋଟି ଟଙ୍କା ରୋଜଗାର କରିଥାନ୍ତି । ତାଙ୍କର ବାର୍ଷିକ ଆୟ ପ୍ରାୟ ୨୫ କୋଟି ଟଙ୍କା ଅଟେ । ସେହିପରି ଭାବରେ ଅଭିଷେକ ପ୍ରାୟ ୨୮୦ କୋଟି ଟଙ୍କାର ମାଲିକ ଅଟନ୍ତି ।

ଆହୁରି ପଢନ୍ତୁ :- ‘ଆନିମଲ’ ଫିଲ୍ମ ରେ ରଣବୀରଙ୍କ ସହ ଅନ୍ତରଙ୍ଗ ସିନ ସୁଟିଂ ବେଳେ ଅଭିନେତ୍ରୀ ତୃପ୍ତିଙ୍କ ସହ ହୋଇଥିଲା ଏମିତି

ଏପରି ପରିସ୍ଥିତିରେ ଯଦି ବିବାହ ବିଚ୍ଛେଦ ହୁଏ ତେବେ ଅଭିଷେକଙ୍କୁ ପ୍ରତି ମାସରେ ତାଙ୍କ ରୋଜଗାରର ୨୫% ଅର୍ଥାତ ୪୫ ଲକ୍ଷ ଟଙ୍କା ଭରଣପୋଷଣ ବାବଦକୁ ଦେବାକୁ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ୨୦୦୭ ମସିହା ଏପ୍ରିଲ ୨୦ ତାରିଖରେ ବିବାହ କରିଥିଲେ । ତାଙ୍କର ଆରାଧ୍ୟା ନାମକ ଏକ ଝିଅ ମଧ୍ୟ ରହିଛି । ଶ୍ବଶୁର ଅମିତାଭ ଏବଂ ଶାଶୁ ଜୟାଙ୍କ ସହ ଐଶ୍ବର୍ଯ୍ୟାଙ୍କର ବେଶ୍‌ କିଛିଦିନ ହେବ ପଡୁନଥିବା ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।