ଦେଖନ୍ତୁ ଭିଡ଼ିଓ: ମହିଳା କହିଲେ “ମୋ ଲୁଗାକୁ ଧରିଦେଇଥିଲା 12 ଫୁଟିଆ କୁମ୍ଭୀର, ଏମିତି ଛାଟିପିଟି ହୋଇ ଉପରକୁ ଆସିଲି ଏବଂ…

ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ ! ନଦୀରେ ଗାଧୋଉଥିବା ବେଳେ ମହିଳାଙ୍କୁ ଆଁ କରି ହଠାତ୍ ଆକ୍ରମଣ କରିବାକୁ ମାଡ଼ି ଆସିଲା ବିରାଟକାୟ କୁମ୍ଭୀର । ଆଉ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ନୂଆ ଜୀବନ ପାଇଲେ ଯୁବକ । ଥମିବାର ନା ନେଉନାହିଁ କୁମ୍ଭୀର ଆତଙ୍କ । ଆଉ ଏବେ ବି କୁମ୍ଭୀରକୁ ନେଇ ଆତଙ୍କିତ ନଦୀ କୂଳିଆ ଗ୍ରାମବାସୀ । ଗାଁରେ ଅଘଟଣ ଘଟୁ ଘଟୁ ଅଧାରୁ ବଞ୍ଚିଯାଇଛି ଜୀବନ ।

ଗାଁ ନିକଟ ଦେଇ ବହି ଯାଇଥିବା ଲୁଣା ନଦୀରେ ଗତ କିଛିଦିନ ହେବ କୁମ୍ଭୀର ଚଳ ପ୍ରଚଳ ହେଉଥିବାର ଦେଖି ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ଆଜି ସକାଳୁ ସକାଳୁ ଗାଧୋଇବାକୁ ଯାଇଥିଲେ ମହିଳା ଜଣକ ଆଉ ହଠାତ୍ ଏକ ୧୨ ଫୁଟର କୁମ୍ଭୀର ତାଙ୍କ ପାଖକୁ ମାଡ଼ି ଆସିବା ସହ ଆଁ କରି ତାଙ୍କୁ ଖାଇ ଦେଇଥାନ୍ତା । ଏପରିକି ତାଙ୍କ କାନିକୁ ମଧ୍ୟ ଧରି ପକାଇଥିଲା । ଚିତ୍କାର କରିବା ସହିତ କୁମ୍ଭୀର ପାଟିରୁ କଳେ ବଳେ କୌଶଳେ ଛାଟିପିଟି ହୋଇ ବର୍ତ୍ତି ଯାଇଥିଲେ ।

କିନ୍ତୁ ଆଉ ଟିକିଏ ବିଳମ୍ବ ହୋଇଥିଲେ ମହିଳାଙ୍କୁ କୁମ୍ଭୀର ଖାଇ ଦେଇଥାନ୍ତା । ଆଉ ଜ୍ୟୋସ୍ନାର ଯେଉଁଭଳି ଜୀବନ ଚାଲିଯାଇଥିଲା ସେହିଭଳି ଏହି ମହିଳାଙ୍କ ମଧ୍ୟ ଜୀବନ ଚାଲି ଯାଇଥାନ୍ତା । କିଛି ଦିନର ବ୍ୟବଧାନ ପରେ ପୁଣି କୁମ୍ଭୀର ଆତଙ୍କ ଖେଳାଇଲାଣି । କୁମ୍ଭୀର ନଦୀରୁ ଚାଲି ଯାଇଥିବା ଭାବି ସ୍ଵାଭାବିକ ଦିନ ଭଳି ନଦୀକୁ ଯାଇଥିଲେ କିଛି ମହିଳା ଗାଧୋଇବାକୁ । ଆଉ ସେହି ସମୟରେ ଏକ ବିରାଟକାୟ ମଣିଷ ଖିଆ କୁମ୍ଭୀର କବିତା ନାମକ ଜଣେ ମହିଳାଙ୍କ ଶାଢ଼ୀ କାନିକୁ ଧରି ପକାଇଥିଲା ।

ଦେଖନ୍ତୁ ଭିଡିଓ :-

ଆଉ କବିତା ଯଦି ଟିକିଏ ଅସାବଧାନତା ହୋଇଥାନ୍ତେ ତାହେଲେ କୁମ୍ଭୀର ପାଟିରୁ ବର୍ତ୍ତି ପାରି ନଥାନ୍ତେ । କିନ୍ତୁ କୁମ୍ଭୀର ପାଟିରୁ ଅଳ୍ପକେ ବଞ୍ଚି ଯାଇଛନ୍ତି କବିତା । ସେ ଚିତ୍କାର କରିବାରୁ ଦୁଇ ଯୁବକ ଧାଇଁ ଆସି କବିତାଙ୍କୁ ଉପରକୁ ଘୋଷାଡ଼ି ଆଣିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀ ଛନ୍ଦାରେ ।