​​​ବିନା ନିମନ୍ତ୍ରଣରେ ଅମ୍ବାନୀ ବାହାଘରରେ ପହଞ୍ଚିଲେ ଦୁଇ ବ୍ୟକ୍ତି, ଆଉ ତା ପରେ ଯାହା ହେଲା ଜାଣନ୍ତୁ

ଦୀର୍ଘ ପାଞ୍ଚ ମାସର ପ୍ରି ୱେଡିଂ ପରେ ସରିଯାଇଛି ବାହାଘର । ବାହାଘରର ଆୟୋଜନ ଦେଖି ଲାଗୁଥିଲା ଯେମିତି ବିଶ୍ବରେ ଏଭଳି ବାହାଘର ଆଗରୁ କେବେ ହୋଇ ନାହିଁ । ସବୁଠାରେ ଏବେ ଗୋଟିଏ ଚର୍ଚ୍ଚା । ତାହା ହେଉଛି ଅନନ୍ତ ଏବଂ ରାଧିକାଙ୍କ ବିବାହ । 

ତେବେ ଦୁହିଁଙ୍କ ବିଭାଘର ଗତ ୧୨ ତାରିଖରେ ସମ୍ପୂର୍ଣ୍ଣ ହୋଇଛି । ଏହି ବିବାହ ଉତ୍ସବରେ ଦେଶ ବିଦେଶର ସମସ୍ତ ନାମିଦାମୀ ବ୍ୟକ୍ତି ଯୋଗ ଦେଇଥିଲେ । ଅଭିନେତା, କ୍ରିକେଟର, ସିଙ୍ଗରଙ୍କ ଠାରୁ ଆରମ୍ଭ କରି ବିଦେଶର ମଧ୍ୟ ସମସ୍ତ ନାମିଦାମୀ ବିଜନେସ ମ୍ୟାନ ଙ୍କ ଠାରୁ ଆରମ୍ଭ କରି ସମସ୍ତ ସେଲିବ୍ରିଟି ଏହି ଉତ୍ସବରେ ଯୋଗ ଦେଇଥିଲେ ।

ବିବାହ ପରେ ୧୩ ତାରିଖରେ ଦୁହିଁଙ୍କର ଶୁଭ ଆଶୀର୍ବାଦ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ଶୁଭ ଆଶୀର୍ବାଦରେ କିଛି ଏଭଳି ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ଘଟଣା ଅନୁସାରେ, ଦୁଇ ଜଣ ବ୍ୟକ୍ତି ବିନା ନିମନ୍ତ୍ରଣରେ ଅନନ୍ତ ଏବଂ ରାଧିକାଙ୍କ ଶୁଭ ଆଶୀର୍ବାଦରେ ଯୋଗ ଦେଇଥିଲେ । ପରେ ଜଣା ପଡ଼ିବାରୁ ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ।

ସୂଚନା ଅନୁସାରେ,ଜଣଙ୍କର ନାମ ନର୍ସୈୟା ଅଲ୍ଲୁରି ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ମହମ୍ମଦ ସଫି ଶେଖ୍ । ନର୍ସୈୟା ୨୬ ବର୍ଷର ଏକ ୟୁଟୁବର୍ ହୋଇଥିବା ବେଳେ ମହମ୍ମଦ ୨୮ ବର୍ଷର ଏକ ବ୍ୟବସାୟୀ ଅଟନ୍ତି।