ଜେଲ୍ ରୁ ମୁକୁଳିବେ ଅର୍ଚ୍ଚନା ନାଗ । ଗୋଟି ଗୋଟି କରି ନେବେ ପ୍ରତିଶୋଧ । କିଏ ଓ କାହା ପାଇଁ ନାଗ ସାମ୍ରାଜ୍ୟ ତାଙ୍କର ଭାଙ୍ଗିଗଲା ସେ ନେଇ କରିବେ ଖୋଳ ତାଡ଼ । ଗୋଟି ଗୋଟି କରି ସମସ୍ତଙ୍କୁ ପଠାଇବେ ଜେଲ୍ । ଖୋଲି ଦେବେ ସବୁ ଗୁମର । ନେତା ଠାରୁ ମନ୍ତ୍ରୀ ସବୁ ବଡ଼ ବଡ଼ିଆ ହେଲେଣି ଥରହର ।
ସୂଚନା ଅନୁସାରେ, ଜେଲ୍ ରୁ ଜାମିନ୍ ରେ ଆସିବାକୁ ଯାଉଛନ୍ତି ଅର୍ଚ୍ଚନା ନାଗ । ଏ ନେଇ ଗତ କାଲି ହାଇକୋର୍ଟ କରିବ ଶୁଣାଣି । ତେବେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଏଥର ଆଉ ଚୁପ୍ ବସିବେନି ଅର୍ଚ୍ଚନା, ନେବେ ପ୍ରତିଶୋଧ । ସବୁ ଧଳା ପୋଷାକ ପିନ୍ଧିଥିବା ଲୋକଙ୍କର ଦେଖାଇବେ କଳା ଚେହେରା ।
ଅର୍ଚ୍ଚନା ନାଗ୍ ଙ୍କର କଳା କାରନାମା କଥା ତ ଆପଣ ଜାଣିଥିବେ । ଏହା କାହାକୁ ବା ଅଛପା । ଅର୍ଚ୍ଚନା ଅର୍ଜିଥିବା ସମସ୍ତ ସମ୍ପତ୍ତିକୁ କୋର୍ଟ ନିଜ ଅଧିନକୁ ନେଇ ସାରିଛି । ଏହା ପରେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା ଜେଲ୍ ରୁ ଫେରି ରହିବେ କେଉଁଠି ଏବଂ ପୁଣି ସେହି କାମରେ ଲାଗି ରହିବେ ନା ଏଥର କିଛି ନୂଆ ପ୍ଲାନ୍ ରେ ଖେଳ ହେବ ।
ଆହୁରି ପଢନ୍ତୁ :- ଗୋଟିଏ ରାତିରେ ସ୍ୱାମୀଙ୍କ ସାମ୍ନାରେ ୧୮ ପୁରୁଷଙ୍କ ସହ ସମ୍ପର୍କ ରଖି ନିଜର ସ୍ୱପ୍ନ ପୂରଣ କଲେ ମହିଳା, ଆଉ ତା’ପରେ ହେଲା…
ତେବେ ଅର୍ଚ୍ଚନାଙ୍କ ପାଇଁ ହାଇକୋର୍ଟ କେତେକ ସର୍ତ୍ତ ରଖିଛନ୍ତି । ଅର୍ଚ୍ଚନା ତଦନ୍ତରେ ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା , ଇଡି ଅଧିକାରୀଙ୍କୁ ମୋବାଇଲ ନଂ. ଏବଂ ଠିକଣା ପ୍ରଦାନ କରିବେ, ପ୍ରତି ତାରିଖରେ କୋର୍ଟରେ ବ୍ୟକ୍ତିଗତ ହାଜର ହେବେ, ପାସପୋର୍ଟ ଦାଖଲ କରିବେ ଆଦି ସର୍ତ୍ତ ରଖାଯାଇଛି । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ଏବେ ଝାରପଡା ଜେଲ୍ରେ ଅଛନ୍ତି ।
୨ ଲକ୍ଷ ଟଙ୍କାର ଦୁଇଟି ଜାମିନଦାର ବଦଳରେ ଅର୍ଚ୍ଚନା ଜେଲରୁ ବାହାରିବେ । ଅର୍ଚ୍ଚନାଙ୍କ ପକ୍ଷରୁ ହୋଇଥିବା ବେଲ୍ ପିଟିଶନ୍ର ପରିଚାଳନା ଆଇନଜୀବୀ ଜୟଦୀପ ପାଲ କରୁଥିବାବେଳେ ବିଚାରପତି ଗୌରୀଶଙ୍କର ଶତପଥୀ ଏହାର ଶୁଣାଣି କରିଛନ୍ତି ।