ବଡ଼ ବିପତ୍ତି ଆସିବା ପୂର୍ବରୁ ଘରର ତୁଳସୀ ଗଛ ଦିଏ ଏହି ସଂକେତ, ଜାଣନ୍ତୁ ଶାସ୍ତ୍ର ରେ କଣ କୁହା ହେଇଛି

ତୁଳସୀ ଗଛକୁ ମାଆ ଲକ୍ଷ୍ମୀଙ୍କ ରୂପରେ ସମସ୍ତେ ମାନନ୍ତି। ଯେଉଁ ଘର ଅଗଣାରେ ତୁଳସୀ ଗଛ ରହିଥାଏ ସେହି ଘରେ ଯଦି କୌଣସି ପାରିବାରିକ ଓ ଅର୍ଥିକ ସମସ୍ୟା ଦେଖାଦେବାକୁ ଯାଉଥାଏ ତାହେଲେ ତୁଳସୀ ଗଛ କେତେକ ସଂକେତ ଦେଇଥାଏ। 

ସାଧାରଣତଃ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚିତ୍ତ ରୂପେ ଦେଖିବାକୁ ମିଳେ। ଏହା ଖୁବ୍‍ ପବିତ୍ର। ତୁଳସୀ ଗଛ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଉପକାରୀ ହୋଇଥିବା ବେଳେ କୌଣସି ବିପଦ ଆସିବା ପୂର୍ବରୁ ଏହା ଆମକୁ ସଙ୍କେତ ମଧ୍ୟ ଦେଇଥାଏ। 

ତେବେ ତୁଳସୀ ଗଛ କେଉଁ ଦିଗରେ ରହିବା ଉଚିତ୍‍ ସେ ବିଷୟରେ ସଚେତନ ରହିବା ନିହାତି ଆବଶ୍ୟକ ହୋଇଥାଏ। କାରଣ ଏହି ପବିତ୍ର ଗଛକୁ ସଠିକ୍‍ ଦିଗରେ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେଉଥିବା ବେଳେ ଭୁଲ୍‍ ସ୍ଥାନରେ ରହିବା ଦ୍ୱାରା ବହୁତ ଅଶୁଭ ହୋଇଥାଏ। 

ତେବେ ଚାଲନ୍ତୁ ଜାଣିବା ତୁଳସୀ ଗଛ କେଉଁ ସ୍ଥାନରେ ରହିବା ଉଚିତ୍‍ ଓ ଏହା କିପରି ବିପଦର ପୂର୍ବାଭାଷ ଦେଇଥାଏ- ତୁଳସୀ ଗଛ କଦାପି ଦକ୍ଷିଣ ଦିଗରେ ରହିବା ଉଚିତ ନୁହେଁ। ଏଥିସହିତ ଏହା ଏପରି ସ୍ଥାନରେ ରହିବା ଉଚିତ ଯେଉଁଠି ତାହା କାହା ବାଟରେ ଆସୁ ନଥିବ ବା ରାସ୍ତା ଅବରୋଧ କରୁନଥିବ। 

ଅର୍ଥାତ୍‍ ତୁଳସୀ ଗଛ ସର୍ବଦା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାନ୍ତରେ ରହିବା ଉଚିତ୍‍। ତୁଳସୀ ଗଛ ଯଦି ଆପଣଙ୍କ ଘରେ ଅଛି, ତେବେ କୌଣସି ବିପଦ ଆସିବା ପୂର୍ବରୁ ଏହା ଆପଣଙ୍କୁ ସଚେତନ କରାଇଥାଏ ତଥା ସଙ୍କେତ ଦେଇଥାଏ। ଆପଣଙ୍କ ଉପରେ କୌଣସି ବିପତ୍ତି ଆସିବାର ଥିଲେ ଘରେ ଥିବା ତୁଳସୀ ଗଛ ଶୁଖିବାକୁ ଲାଗେ ନହେଲେ ତାହାର ରଙ୍ଗ ବଦଳିବାକୁ ଲାଗେ। 

ଯଦି ଆପଣଙ୍କ ଉପରେ କୌଣସି ଗ୍ରହର ଅଶୁଭ ପ୍ରଭାବ ପଡ଼ିବାର ଥିବ ତେବେ ତୁଳସୀ ଗଛର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଥାଏ। ତେଣୁ ବିପଦ ଆସିବାର ଥିଲେ ତୁଳସୀ ଗଛ ଶୁଖିବାକୁ ଲାଗେ ଓ ଶୁଭ ପ୍ରଭାବ ଥିଲେ ଗଛ ଶସ୍ୟ ଶ୍ୟାମଳା ହୋଇଥାଏ।