ଦେଖନ୍ତୁ ଭିଡିଓ ସତ ହେବ କି ଗ୍ରନ୍ଥ କଥା! ମାଡି ଆସୁଛି ମହାବିପଦ, ଚାରିଆଡେ ଖେଳିଯିବ ଦୁର୍ଭିକ୍ଷ…

ପୁରୀ ରଥଯାତ୍ରାରେ ପହଣ୍ଡି ବେଳେ ରଥରୁ ଖସି ପଡ଼ିଛନ୍ତି ପ୍ରଭୁ ବଳଭଦ୍ର।ବଡ଼ ଠାକୁର ତଳେ ପଡ଼ିଗଲେ ଅନେକ ବିପଦ ମାଡ଼ି ଆସିବ ବୋଲି ନିଳାଦ୍ରୀ ମହୋଦୟଃ ଗ୍ରନ୍ଥରେ ବହୁବର୍ଷ ପୂର୍ବରୁ ଲେଖା ହୋଇ ରହିଛି । ତେବେ ପୁରୀର ଏହି ଘଟରା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଦେଇଛି।ଏଭଳି ଏକ ଘଟଣା କୌଣସି ମହା ଅନିଷ୍ଟର ପୂର୍ବ ସଂକେତ ବୋଲି ମନେ ହେଉଛି । ଆଗକୁ ରାଜ୍ୟ, ଦେଶ ଏବଂ ସାରା ବିଶ୍ୱ ପାଇଁ ଅନେକ ବିପଦ ମାଡ଼ି ଆସୁଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ଏସବୁ ବିପଦରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ମହାପ୍ରଭୁଙ୍କୁ ଗୂହାରି କରୁଛନ୍ତି।

ସାରା ବିଶ୍ୱକୁ ମାଡ଼ି ଆସୁଛି ମହାବିପଦ… ସାରା ପୃଥିବୀରେ ଦେଖାଦେବ ଦୁର୍ଭିକ୍ଷ । ସବୁଠି ଶୁଭିବ ହାହାକାର, ପୁଣି ଆସିବ ମହାମାରୀ… ରାଜା-ରାଣୀଙ୍କ ଜୀବନ ପ୍ରତି ରହିଛି ବିପଦ, ରାଜ୍ୟକୁ ବି ମାଡ଼ି ଆସିବ ଘୋର ଅନିଷ୍ଟ । ନିଳାଦ୍ରୀ ମହୋଦୟଃ ଗ୍ରନ୍ଥରେ ଲେଖା ରହିଛି ଏଭଳି ଅନେକ ବିପଦର ପୂର୍ବାନୁମାନ ।

ମନ୍ଦିର ଉପରେ ବିପଦ ଆସିଲେ ବିଶ୍ୱ ରାଷ୍ଟ୍ର ଏବଂ ରାଜ୍ୟ ପ୍ରତି କଣ ସବୁ ବିପଦ ଆସେ ତାହା ଏହି ନିଳାଦ୍ରୀ ମହୋଦୟ ଗ୍ରନ୍ଥରେ ଲେଖା ରହିଛି । ଏହା ସହ ସେହି ସବୁ ବିପଦକୁ କେମିତି ରୋକା ଯାଇପାରିବ ତାହା ମଧ୍ୟ ଲେଖା ରହିଛି । ତେବେ ଗତକାଳି ବଡ଼ଠାକୁର ରଥରୁ ଗଳିପଡ଼ିବା ପରେ ଏମିତି କିଛି ପୌରାଣିକ ଉବାଚ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପୂର୍ବରୁ ମଧ୍ୟ ଯେତେବେଳେ ୨୦୨୩ରେ ଜଗନ୍ନାଥ କଡ଼ ଖାଇଥିଲେ ସେତେବେଳେ ମଧ୍ୟ ଏହି କଥା ଭାଇରାଲ ହୋଇଥିଲା ।