ଦେଖନ୍ତୁ ଭିଡିଓ: ବାହାଘର ପ୍ରଥମ ରାତିରେ ବର୍ଷାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ଅନୁଭବ କିନ୍ତୁ ତା’ପରେ…

ବର୍ଷା ଓ ଅନୁଭବଙ୍କ ସମ୍ପର୍କର ସତ ଆସିଲା ସାମ୍ନାକୁ । ସବୁ ସତ କହିଲେ ଆଇନଜୀବି । ଅନୁଭବଙ୍କର ମିଛ କଥାର କଲେ ପର୍ଦ୍ଦାଫାସ । ଆଇନଜୀବୀ କିଛି ଏପରି କହିଲେ ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଦର୍ଶକଙ୍କ ମନରେ । ଲୋକେ ହୁଏ ତ ଏବେ ବେଶୀ କନଫ୍ୟୁଜ । କିଏ ସତ ଏବଂ କିଏ ମିଛ ଏହା ଏବେ ବଡ଼ ପ୍ରଶ୍ନବାଚୀ ।

ଆଇନଜୀବୀ ଜଣକ କହିଛନ୍ତି, ଅନୁଭବ ବର୍ଷାଙ୍କୁ ନେଇ କହିଥିବା କଥା ସବୁ ମନ ଗଢା କାହାଣୀ । ଦୁହେଁ ଭଲ ପାଇ ଦୁହିଁଙ୍କୁ ବିବାହ କରିଥିଲେ । ବିବାହର ସାତ ବର୍ଷ ପରେ ଅନୁଭବ କହିଛନ୍ତି ତାଙ୍କର କୌଣସି ଶାରିରୀକ ସମ୍ପର୍କ ନାହିଁ ବୋଲି ବର୍ଷାଙ୍କ ସହିତ । ଏହା ଲୋକଙ୍କୁ ବୋକା ବନାଇବା ନୁହେଁ ତ ଆଉ କଣ ।

ଆଇନଜୀବୀଙ୍କ କହିବା ଅନୁସାରେ ଅନ୍ୟ ଦମ୍ପତିଙ୍କ ଭଳି ବର୍ଷା ଓ ଅନୁଭବଙ୍କର ମଧ୍ୟ ଶାରିରୀକ ସମ୍ପର୍କ ରହିଥିଲା । ସେଥିରେ ସନ୍ତୁଷ୍ଟ ନ ଥିଲେ ଅନୁଭବ । ରାତିର ସାଥି ପାଇଁ ନୂଆ ନୂଆ ପ୍ରେମିକା ଖୋଜୁ ଥିଲେ ଅନୁଭବ ମହାନ୍ତି । ଶାରିରୀକ ସମ୍ପର୍କ ରଖିବା ପାଇଁ ବର୍ଷା ନୁହେଁ ବରଂ ଅନୁଭବ ନାରାଜ ଥିଲେ । ନିଜ ଦୋଷ ଘୋଡାଇବା ପାଇଁ ବର୍ଷାଙ୍କୁ ଦାୟୀ କରିଛନ୍ତି ।

ଦେଖନ୍ତୁ ଭିଡିଓ :-

ଆଇନଜୀବୀଙ୍କ ଏହି ବୟାନ ପରେ ଏବେ ଘଟଣାଟି ପୁରା ଚର୍ଚ୍ଚାରେ । କେହି କେହି ବର୍ଷାଙ୍କୁ ସପୋର୍ଟ କରୁଥିବା ବେଳେ ଆଉ କେହି ଅନୁଭବଙ୍କୁ ସପୋର୍ଟ କରୁଛନ୍ତି । ହେଲେ ଏ ନେଇ ଏ ପର୍ଯ୍ୟନ୍ତ ଅନୁଭବଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।