କଣ ଆପଣ ବି ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତତା ହେତୁ ଅବା ଅନ୍ୟ କେଉଁ କାରଣରୁ ଅନେକ ସମୟରେ ବାସି ଖାଦ୍ୟ ଖାଉଛନ୍ତି । ତେବେ ଏହା ଖାଇବା ତୁରନ୍ତ ବନ୍ଧ କରି ଦିଅନ୍ତୁ । ସ୍ବାସ୍ଥ୍ୟ ଠାରୁ ବଡ଼ ଆଉ କୌଣସି ଜିନିଷ ନୁହେଁ । ତେବେ ବାରମ୍ବାର ଏପରି ବାସି ଖାଦ୍ୟ ଖାଇବା ଦ୍ବାରା କିଛି ହୋଇପାରେ ଏମିତି ଜାଣନ୍ତୁ ।
ବିଶେଷ କରି ଓଡ଼ିଶାରେ ସାଧାରଣତଃ ଅନେକ ଲୋକ ପଖାଳ ପ୍ରତି ବେଶ୍ ଆକର୍ଷିତ ଥାନ୍ତି ଏବଂ ବିଶେଷ କରି ଗୋଟିଏ ଦିନରେ ବାସି ପଖାଳର ମଜା କିଛି ଅଲଗା ଥାଏ । ହେଲେ ବୈଜ୍ଞାନିକଙ୍କ ସନ୍ଧାନରୁ ଜଣା ପଡିଛି ଯେ ଏପରି ଖାଦ୍ୟ ଖାଇବା ଦ୍ବାରା ଆପଣ ବିଭିନ୍ନ ରୋଗର ଶିକାର ହୋଇ ପାରନ୍ତି । ଏପରିକି ଆପଣଙ୍କୁ ହାର୍ଟ ଆଟାକ ହେବାର ସମ୍ଭାବନା ବଢି ଯାଇଥାଏ ।
ମଞ୍ଚେଷ୍ଟର ଏବଂ ସାଲ୍ଫୋଡ ୟୁନିଭର୍ସିଟି ଦ୍ୱାରା ହୋଇଥିବା ଏକ୍ସପେରିମେଣ୍ଟରୁ ଜଣା ପଡିଛି ଯେ, ଚାଉଳ ମାଟିରେ ହୋଇଥାଏ । ସେଥିରେ ଆର୍ସେନିକ୍ ପରିମାଣ ସାଧାରଣ ଠାରୁ ଅଧିକ ରହିଥାଏ ଏବଂ ଏହାର ପରିମାଣ ଅଧିକ ବଢି ମଧ୍ୟ ଥାଏ । କାରଣ ଧାନ ଚାଷ ଅଧିକ ପାଣି ଆବଶ୍ୟକ କରିଥାଏ । ଅନେକ ଦିନ ଧରି ଧାନ ପାଣିରେ ବୁଡି ରହିଥାଏ ।
ଆହୁରି ପଢନ୍ତୁ :- ବାରମ୍ବାର ଶାରୀରିକ ସମ୍ୱନ୍ଧ ପରେ ମଧ୍ୟ କଣ ପାଇଁ ମେଣ୍ଟେନାହିଁ ଦେହର ଭୋକ? ରିସର୍ଚ୍ଚ ରୁ ହେଲା ବଡ଼ ଖୁଲାସା, ଜାଣନ୍ତୁ କଣ ?
ଯେଉଁଥି ପାଇଁ ଏଥିରେ ଆର୍ସେନୀକ୍ ପରିମାଣ ବଢ଼ିଥାଏ ଏବଂ ଯେତେବେଳେ ଏହି ଆର୍ସେନିକ ଅନ୍ୟ ପଦାର୍ଥ ସଂସ୍ପର୍ଶରେ ଆସେ ତେବେ ସେତେବେଳେ ହୃଦ୍ ଘାତର କାରଣ ହୋଇଥାଏ । ବିଶେଷ କରି ବାସି ଭାତରେ ବହୁ ଦ୍ରୁତ ଗତିରେ ଜୀବାଣୁ ମାନେ ନିଜର ବଂଶ ବିସ୍ତାର କରିଥାନ୍ତି । ତେବେ ଏପରି ଖାଦ୍ୟ ସବୁଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ଶୁଭ ଅଟେ ।