ଗୋଟେ ରାତିରେ 3 ଜଣଙ୍କ ଜୀବନ ଗଲା । ଏକା ସାଙ୍ଗରେ ଜୀବନ ହାରିଲେ ଗୋଟିଏ ପରିବାର । ସାଥିରେ ଥିଲା 5 ବର୍ଷର ଛୁଆ । ଦୁଇ ଦିନ ଧରି ସେଜରେ ପଡ଼ିରହିଲା ଶବ । ପାଞ୍ଚ ବର୍ଷର ଛୁଆଟି କହୁଥିଲା ବାପା ଆମେ ଜୀବନ ହାରିବାନୀ । କିନ୍ତୁ ବାପା ପାଖରେ ଅନ୍ୟ କିଛି ବି ନଥିଲା ରାସ୍ତା ।
ବାପା ଅବୁଝା ହୋଇ ଶେଷରେ ଚରମ ନିଷ୍ପତି ନେଇଥିଲା ଆଉ ଗୋଟିଏ ପରିବାର ଏକାଠି ଜୀବନ ହାରି ଦେଇଛନ୍ତି । ତାହା ପୁଣି 5 ବର୍ଷର ପୁଅକୁ ସାଥିରେ ଧରି । ଏହି ହସ ଖୁସିର ପରିବାର ଏବେ ନିରବି ଯାଇଛି । ଆଉ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ପରିବାରର 3 ଜଣ ସଦସ୍ୟ ।
ସୂଚନା ଅନୁସାରେ ରବି ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଏବଂ 5 ବର୍ଷର ଛୁଆ ସହ ଆତ୍ମହତ୍ୟା କରିଛନ୍ତି । ରବି ସବୁବେଳେ ଅନଲାଇନରେ ବେଟିଂ ଲଗାନ୍ତି । ଲକ୍ଷ ଲକ୍ଷ ଟଙ୍କା ହାରିଗଲେ । ଯାହା ଫଳରେ ବହୁତ ଅଧିକ ଋଣ ମଧ୍ୟ ହୋଇଯାଇଥିଲା । ଯାହାକୁ ନେଇ ଦୀର୍ଘଦିନ ଧରି ଚାପରେ ରହୁଥିଲେ ସ୍ୱାମୀ ସ୍ତ୍ରୀ ।
ଦେଖନ୍ତୁ ଭିଡିଓ :-
ଆଉ ଶେଷକୁ ଜୀବନ ହାରିବେ ବୋଲି ନିଷ୍ପତି ନେଇଥିଲେ । ଆଉ ସାଥୀରେ ନିଜ ଛୁଆକୁ ମଧ୍ୟ ମାରିଦେବେ ବୋଲି ନିଷ୍ପତି ନେଇଥିଲେ । ଘଟଣାଟି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳର ରାମପୁରରେ । ତେବେ ପୋଲିସ ଘଟଣାକୁ ନେଇ ଏବେ ଯାଞ୍ଚ କରୁଛି । ତଦନ୍ତ ପରେ ହିଁ ଜଣା ପଡିବ ପୁରା ପରିବାର କାହିଁକି ନିରବି ଗଲେ ।