ସ୍ବାମୀ ଖୋଲୁଛି ସ୍ତ୍ରୀର ଗୁମର । ଦୁଇଦିନିଆ ରିମାଣ୍ଡରେ ଆସି ସତ ଓଗାଳୁଛି ସ୍ବାମୀ । ହନିଡ୍ରାଫ ପଛରେ ଭଡାଘର ପାଲଟିଛି ରଙ୍ଗଶାଳା । ଭଡ଼ାଘରେ ଚାଲିଥିଲା ମିଡ ନାଇଟ ରୋମାନ୍ସ । ରାତି ହେଲେ ଭଡାଘର ଚଳଚଞ୍ଚଳ ହୋଇ ଉଠୁଥିଲା । ଘର ସାମ୍ନାରେ ଦାମୀ କାର ବି ଲାଗୁଥିଲା । ଘର ଭିତରେ ମିଞ୍ଜି ମିଞ୍ଜି ଲାଇଟରେ ମଦର ଆସର ଜମୁଥିଲା । ମାୟାବିନୀ ଇରାନୀ ପାତ୍ରର ରୂପ ଜାଲରେ ଫସିଥିବା ବଡବଡିଆଙ୍କୁ ରୁମରେ ମଦ ପରଷା ଯାଉଥିଲା । ଡିମାଣ୍ଡ ମୁତାବକ ଯିଏ ପକେଟରୁ ଭଲ ପଇସା ବାହାର କରିଲା ସେ ମନଖୁସିରେ ଫେରିଲା ।
ନହେଲେ ଇରାନୀଙ୍କ ସହଯୋଗୀ ସାଜିଥିବା ଅପରାଧୀମାନେ ବଡବଡିଆଙ୍କୁ ଗୃହବନ୍ଦୀ କରିଥାନ୍ତି । ନାନା ନିର୍ଯ୍ୟାତନା ସହ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ତମାଣ୍ଡୋ ନରୋଗଦା ସ୍ଥିତ ଭଡାଘରେ ଏଭଳି ମିଡ ନାଇଟ ସ୍ଥିତ ରୋମାନ୍ସ ସମ୍ପର୍କରେ ଇରାନୀଙ୍କ ସ୍ବାମୀ ବାପି ଅରଫ ନିଶିକାନ୍ତ ପାତ୍ର ପୋଲିସ ସାମ୍ନାରେ ଏଭଳି କିଛି ବୟାନ ରଖିଛନ୍ତି । ଇରାନୀ ଗ୍ୟାଙ୍ଗ ବିରୋଧରେ ଥିବା ଅଧିକାଂଶ ଅଭିଯୋଗକୁ ସେ ମାନିବା ସହ ମିଡ ନାଇଟ ରୋମାନ୍ସ ସମ୍ପର୍କରେ ଅନେକ ତଥ୍ୟ ଓଗାଳିଛନ୍ତି । ଇରାନୀ ସବୁବେଳେ ବିଭିନ୍ନ ସୋସିଆଲ ମିଡ଼ିଆରୁ ଶିକାର ଖୋଜୁଥିଲେ ।
ଯିଏ ଇରାନୀଙ୍କ ଜାଲରେ ପଡୁଥିଲା ତାର ସବୁ ତଥ୍ୟ ବାପି ଏବଂ ଅନ୍ୟ ସହଯୋଗୀ ଖୋଜି ବାହାର କରୁଥିଲେ । ଇରାନୀ ସଂପୃକ୍ତ ବ୍ୟକ୍ତିଙ୍କୁ ଏକାକୀ ଘରକୁ ଡାକୁଥିଲେ । ସେଠାରେ ବାପି ଏବଂ ଅନ୍ୟାନ୍ୟ ସହଯୋଗୀମାନେ ଆତିଥ୍ୟ ସହକାରେ ମଦ ପରସୁଥିଲେ । ବ୍ୟକ୍ତି ଜଣକ ମଦ ନିଶାରେ ଚୂର୍ ହେବା ପରେ ଇରାନୀ ଗ୍ୟାଙ୍ଗ ତାଙ୍କ ଠାରୁ ମନ ଇଚ୍ଛା ଟଙ୍କା ଡିମାଣ୍ଡ କରୁଥିଲେ । ଯିଏ ଖୁସିରେ ଦେଲା ସିଏ ଭଲପାଇଲା । ଆଉ ଯିଏ ଟଙ୍କା ନ ଦେଲା ତାକୁ ରୁମରେ ବାନ୍ଧି ରଖି ତାଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲା । ଇରାନୀ ଚିକେନ କାଉଣ୍ଟର ନାଁରେ ୩ ଲକ୍ଷ ଟଙ୍କା କରଜ କରିଛନ୍ତି ଇରାନୀଙ୍କ ସ୍ବାମୀ ବାପି ।
ଦେଖନ୍ତୁ ଭିଡିଓ :-
ଇରାନୀଙ୍କୁ ବିବାହ କରିବା ପରେ ତମାଣ୍ଡୋ ଅଞ୍ଚଳରେ ବାପି ଚିକେନ କାଉଣ୍ଟର ଖୋଲିଥିଲା । ଉଚ୍ଚ ଅଭିଳାଷ ରଖୁଥିବା ଇରାନୀ ଚିକେନ କାଉଣ୍ଟର ବ୍ୟବସାୟକୁ ନାପସନ୍ଦ କରୁଥିଲା । ସେଥିରୁ ମିଳୁଥିବା ଅର୍ଥରୁ ଘର ଚଳିବା ଅସମ୍ଭବ ହେଉଥିଲା । ବର୍ଷେ ତଳେ ବାପି ଏହି ଚିକେନ କାଉଣ୍ଟର ବନ୍ଦ କରିବ ବୋଲି ଯୋଜନା କରିଲା । ଏହାକୁ ବ୍ୟବସାୟ ଦର୍ଶାଇ ଇଣ୍ଡିଆନ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା କରଜ ଆଣିଥିଲା । ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଛି ଇରାନୀ ଆଉ ବାପି ତିନି ବର୍ଷ ତଳେ ବିବାହ କରିଥିଲେ । ତା ପୂର୍ବରୁ ବାପି ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିଲା । ହେଲେ ଇରାନୀଙ୍କ ରୂପ ଜାଲରେ ବାପି ଫସି ଯାଇଥିଲା । ଆଜି ବାପିର ରିମାଣ୍ଡ ଅବଧି ସରିବା ପରେ ତାକୁ ଝାରପଡ଼ା ଜେଲକୁ ପଠାଯିବ । ଆଗକୁ ପୋଲିସ ଇରାନୀଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି ।