ଦିନରେ କଲେଜ୍ ଷ୍ଟୁଡେଣ୍ଟ୍ ରାତିରେ ବାର୍ ରେ କରୁଥିଲେ ଏମିତି, ଶୁଭଲକ୍ଷ୍ମୀ ମୃତ୍ୟୁ ପୂର୍ବରୁ ଘଟିଥିଲା ଏମିତି

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ରେ ଥିବା ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରୁ ଭଦ୍ରକ ଯୁବତୀ ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ଲାଗି ରହିଛି। ବାର ଗାର୍ଲଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା କରିଛି ଲକ୍ଷ୍ମୀସାଗରଥା ପୋଲିସ। ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ପୁରୁଷ ବନ୍ଧୁକୁ ଜେରା କରୁଛି ପୋଲିସ। ଏହାସହ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ଶୁଭଲକ୍ଷ୍ମୀ ରମାଦେବୀ ଜୁନିଅର କଲେଜରେ ଯୁକ୍ତ-୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ। ୪ ତାରିଖରେ ସେ ଘରୁ କଲେଜ ଯାଉଛି କହି ଆସିଥିଲେ। ଅପରପକ୍ଷେ ତଦନ୍ତବେଳେ ଜଣାପଡିଛି ଯେ, ଶୁଭଲକ୍ଷ୍ମୀ ଶୁକ୍ରବାର ଭୋର୍‌ ୩ଟା ୨୦ରେ ଉକ୍ତ ହୋଟେଲକୁ ଚେକ୍‌ ଇନ୍‌ କରିଥିଲେ। ତେଣୁ ରାତି ସାରା ସେ କେଉଁଠି ଥିଲେ ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ତେବେ ସେ ରାତିରେ ଏକା ବୁଲୁଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ତାହା ମଧ୍ୟ ଜଣାପଡିନାହିଁ।

ଶନିବାର ଅପରାହ୍ନ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ କରିବାକୁ ତଳ ମହଲାକୁ ଆସି ନ ଥିବାରୁ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ମଧ୍ୟାହ୍ନରେ ହୋଟେଲ୍‌ ବୟ ଖାଇବା ପାଇଁ କବାଟ ବାଡ଼େଇ ଡ଼ାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ। ତେଣୁ ବୟ ଏନେଇ ହୋଟେଲ ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କୁ ଜଣାଇଥିଲେ। ଅପରାହ୍ନରେ ମ୍ୟାନେଜର କବାଟ ବାଡ଼େଇ ଡାକିଥିଲେ। ଶୁଭଲକ୍ଷ୍ମୀ ନ ଖୋଲିବାରୁ କବାଟକୁ ଏକ ଧକ୍କା ମାରିଥିଲେ। କବାଟ ଖୋଲିଯିବା ସହ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ।

ସନ୍ଧ୍ୟାରେ ପୁଲିସ ପହଞ୍ଚି ଶୁଭଲକ୍ଷ୍ମୀଙ୍କ ମୃତଦେହ ରୁମ୍‌ର ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲା। ପୁଲିସ ଉକ୍ତ ରୁମ୍‌କୁ ସିଲ୍‌ କରି ଦେଇଥିଲା। ଏନେଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ରବିବାର ସକାଳେ ଶୁଭଲକ୍ଷ୍ମୀଙ୍କ ବାପା ହୋଟେଲରେ ପହଞ୍ଚିବାବେଳକୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଖଟ ଉପରେ ବସିଥିବା ଅବସ୍ଥାରେ ଥିଲା। ବେକରେ ଓଢ଼ଣି ଗୁଡ଼ାଯାଇ ଫ୍ୟାନ୍‌ରେ ବନ୍ଧା ଯାଇଥିଲା।