ଗେଷ୍ଟ ହାଉସ ପାଲଟିଛି ବେଷ୍ୟାଳୟ । ନିତିଦିନ ଚାଲିଛି ଦେହ ବ୍ୟାପାର । ନେତା ବି ଏଠି ପାଲଟିଛନ୍ତି ଗରାଖ । ତେଣୁ ଆଉ ଡର ନାହିଁ କାହାକୁ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପୋଲିସ ଏହାକୁ ଅଣଦେଖା କରୁଛି କାହିଁକି । ଉପରୁ ପ୍ରେସର୍ ରହିଛି ନା ପୋଲିସ ବି ଏଥିରେ ସାମିଲ୍ ଅଛି । ଏହା ଏବେ ପ୍ରଶ୍ନ ବାଚୀ ।
ଏହା ହେଉଛି ଆମ ରାଜଧାନୀ ଭୁବନେଶ୍ଵରର ଘଟଣା । ଦିନକୁ ଦିନ ରାଜଧାନୀରେ ବଢିବାରେ ଲାଗିଛି ଦେହ ବ୍ୟବସାୟ । କେବେ ବାର୍ ତ କେବେ ହୋଟେଲ୍ । ଏପରିକି ଗେଷ୍ଟ ହାଉସ୍ ବି ବାଦ୍ ପଡ଼ି ନାହିଁ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଭୁବନେଶ୍ଵରର ଯେଉଁ ଗେଷ୍ଟ ହାଉସରେ ଏଭଳି ଦେହ ବ୍ୟବସାୟ ଚାଲିଛି ସେହି ଗେଷ୍ଟ ହାଉସଟି ପୋଲିସ୍ କମିଶନରେଟଙ୍କ ପାଖରେ ରେଜିଷ୍ଟର ରହିଛି ।
ତଥାପି ସେଠାରେ ଖୁଲମ ଖୁଲା ଚାଲିଛି ଦେହ ବ୍ୟବସାୟ । ଅନଲାଇନ୍ ଓ ଅଫଲାଇନ ଦୁଇଟି ଯାକ ସେବା ଯୋଗାଇ ଦିଆଯାଉଛି ଗ୍ରାହକ ମାନଙ୍କୁ । ସୂଚନା ଅନୁସାରେ ଅନେକ ଧନୀ ଶ୍ରେଣୀର ମହିଳା ମାନେ ମଧ୍ୟ ଏଥିରେ ସାମିଲ୍ ଅଛନ୍ତି । ଦଲାଲ ଗେଷ୍ଟ ହାଉସର ସାମ୍ନାରେ ଛିଡ଼ା ହୋଇଥିବା ଏକ କାରରେ ରହିଥାଏ । ଗ୍ରାହକ ମାନେ ପ୍ରଥମେ କାର ନିକଟକୁ ଯାଆନ୍ତି ।
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ବାହାଘର ପ୍ରଥମ ରାତିରେ ବର୍ଷାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ଅନୁଭବ କିନ୍ତୁ ତା’ପରେ…
ଦଲାଲ୍ ପାଖରେ ଝିଅ ବାଛିବା ପରେ ସେହି ଝିଅ ପାଖକୁ ରୁମକୁ ଯାଆନ୍ତି ଗ୍ରାହକ । ଶୁଣିବାକୁ ମିଳୁଛି ସେଠାକାର ଜଣେ ଖାସ ଓ ପ୍ରତିଦିନିଆ ଗ୍ରାହକ ହେଉଛନ୍ତି ଜଣେ ଯୁବ ବିଧାୟକ । ଯିଏ କି ନିଜର ରାତି କଟାନ୍ତି ପ୍ରାୟ ୫ ଜଣ ସୁନ୍ଦରୀ ଯୁବତୀଙ୍କ ସହିତ । ଏତେ ସବୁ ପରେ ମଧ୍ୟ ପୋଲିସର ନୋ ଆକ୍ସନ । ତଦନ୍ତ ଚାଲିଛି ବୋଲି ପୋଲିସ୍ କହୁଥିବା ବେଳେ ସିଧା ସିଧା ଚଢାଉ କରୁ ନାହିଁ କାହିଁକି ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରୁଛନ୍ତି ।