ପୁଣି ପ୍ରେମ ବିବାଦରେ ଫସିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । ଗୋଟିଏ ବିବାଦର ମାହୋଲ୍ ଏବେ ବି ଥମିନାହିଁ । କିନ୍ତୁ ଆଉ ଏକ ବିବାଦକୁ ନେଇ ଏବେ ପୁଣି ଚର୍ଚ୍ଚାରେ ବିଧାୟକ । ବିଜୟ ଶଙ୍କର ଓ ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାସ ଙ୍କର ପ୍ରେମ ବିବାଦ ନିକଟରେ ଖୁବ୍ ଚର୍ଚ୍ଚାରେ ଥିଲା । ଏପଟେ ସୋମାଲିକା ଙ୍କ ସହିତ ବିବାଦ ନ ତୁଟୁଣୁ ସୂଚନା ଅନୁସାରେ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବିଧାୟକ ।
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ତାଙ୍କର ବର୍ତ୍ତମାନର ପ୍ରେମୀକାଙ୍କୁ ବିବାହ କରିବା ନିମନ୍ତେ କଟକ ସବ୍ ରେଜିଷ୍ଟରରେ ଆବେଦନ କରିଥିବା କଥା ଏବେ ବେଶ୍ ଚର୍ଚ୍ଚାରେ । ସବୁଠାରୁ ଆକର୍ଷିତ ଘଟଣା ହେଉଛି ବିଜୟ ଶଙ୍କର ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି ସେହି ଯୁବତୀଙ୍କ କଥା ପୂର୍ବରୁ ମଧ୍ୟ ସୋମଲିକା ଉଠାଇଥିଲେ ।
ହେଲେ ଏ ପର୍ଯ୍ୟନ୍ତ କଟକ ସବ୍ ରେଜିଷ୍ଟର କିମ୍ବା ବିଜୟ ଶଙ୍କର ଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ଏପଟେ ସୋମାଲିକା ମଧ୍ୟ ଉକ୍ତ ଘଟଣା କୁ ନେଇ ଜଗତସିଂହ ପୂର୍ ଥାନାର ଦ୍ୱାରସ୍ଥ ହେବା ସହ ହାଇକୋର୍ଟ ର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି ।
ଆହୁରି ପଢନ୍ତୁ :- MP ଙ୍କ ଅନ୍ତଃବସ୍ତ୍ର ଭିତରେ ପ୍ରେମର ରଙ୍ଗ ବୋଳିଲେ ଯୁବକ, ଆଉ ତା’ପରେ…
ଏପଟେ ଦେଖିବା ବାକି ରହିଲା ହାଇକୋର୍ଟ ରୁ ପ୍ରଥମ ବିବାଦର କୌଣସି ସ୍ପଷ୍ଟୀକରଣ ମିଳି ନ ଥିବା ବେଳେ ଦ୍ଵିତୀୟ ବିବାହର ନିଷ୍ପତ୍ତି କୁ ନେଇ କିପରି ପ୍ରତିକ୍ରିୟା ରଖିଛି ନ୍ୟାୟାଳୟ ।